ETV Bharat / city

ଗାଁରେ ପଶିଲା ଜଳକା ପାଣି, ସୁବର୍ଣ୍ଣରେଖା ପାଇଁ ବଢୁଛି ଚିନ୍ତା

author img

By

Published : Aug 21, 2022, 5:15 PM IST

Updated : Aug 21, 2022, 6:55 PM IST

ସୁବର୍ଣ୍ଣରେଖା ବଢାଉଛି ଚିନ୍ତା
ସୁବର୍ଣ୍ଣରେଖା ବଢାଉଛି ଚିନ୍ତା

ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବାଲେଶ୍ଵରର ତିନି ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବାବେଳେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ

ବାଲେଶ୍ବର: ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଫଳରେ ବାଲେଶ୍ଵରର ତିନି ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଜଳକା ନଦୀରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ, ବସ୍ତା ଓ ସଦର ବ୍ଲକର ଅନେକ ପଞ୍ଚାୟତରେ ପାଣି ପଶିଛି । ତେବେ ରବିବାର ଜଳାର୍ଣ୍ଣବ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ।

ସୁବର୍ଣ୍ଣରେଖା ବଢାଉଛି ଚିନ୍ତା

ସୁବର୍ଣ୍ଣରେଖା ନଦୀର ସତର୍କ ସଂକେତ ଉପରେ 10.17ମି ଜଳ ପ୍ରବାହିତ ହେଉଥିବା ବେଳେ ଏହା ବିପଦ ସଂକେତ ଅତିକ୍ରମ କରି 11.50ମି ହୋଇପାରେ ବୋଲି ସତର୍କ ସୂଚନା ଜାରି କରାଯାଇଛି । ସୁବର୍ଣ୍ଣରେଖା ନଦୀରେ ପୁଣି ବନ୍ୟା ପରିସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଛି । ବନ୍ୟା ସ୍ଥିତି ଉପୁଜିଲେ ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇପାରେ । ଏହାକୁ ନେଇ ଆଗୁଆ ସଜାଗ ରହିଛି ଜିଲ୍ଲା ପ୍ରଶାସନ ।

ଏହା ମଧ୍ୟ ପଢନ୍ତୁ: ସୁବର୍ଣ୍ଣରେଖାରେ ବଡ ବନ୍ୟା ଆଶଙ୍କା, ବାଲେଶ୍ବର ଜିଲ୍ଲାପାଳଙ୍କୁ ମିଳିଲା SRC କ୍ଷମତା

ହେଲିକେପ୍ଟର ସୁବିଧା କରାଯିବା ସହ ଓଡ୍ରାଫ ଏବଂ NDRF ଟିମ ସଜାଗ ରହିଛନ୍ତି । ଏହାସହ ୨ଟି ମୋବାଇଲ ହେଲଥ ଟିମ ସହ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଛି । ବନ୍ୟାସ୍ଥିତି ଉପୁଜିଲେ ଶୀଘ୍ର ଚିକିତ୍ସା ଯୋଗାଇ ଦିଆଯିବା ସହ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇପାରିବ । ବନ୍ୟା ହେଲେ ଜିଲ୍ଲାର ୪ଟି ବ୍ଳକ ପ୍ରଭାବିତ ଆଶଙ୍କା କରାଯାଉଥିବାବେଳେ, ଏସବୁ ସ୍ଥାନରେ ତହସିଲଦାର ବିଡିଓଙ୍କ ସହ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Aug 21, 2022, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.