ETV Bharat / city

ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡିଗଲେ 3 ଛାତ୍ର, ଜଣେ ନିଖୋଜ

author img

By

Published : Sep 12, 2021, 4:14 PM IST

ଗଣେଶ ମୂର୍ତ୍ତି ଭସାଣି ବେଳେ ନଦୀରେ ବୁଡିଗଲେ ଛାତ୍ର
ଗଣେଶ ମୂର୍ତ୍ତି ଭସାଣି ବେଳେ ନଦୀରେ ବୁଡିଗଲେ ଛାତ୍ର

ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ । ନଦୀକୁ ମୂର୍ତ୍ତି ଭସାଇବାକୁ ଯାଇ ଗୋଡ ଖସିଯିବାରୁ 3 ଜଣ ଛାତ୍ର ବୁଡିଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ 2ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ...

ବାଲେଶ୍ବର: ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ଛାତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ। ସୂଚନାନୁସାରେ ଜିଲ୍ଲା ଜଳେଶ୍ବର ରାଜଘାଟ ଠାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଜଣେ ଛାତ୍ର ସୁବର୍ଣ୍ଣରେଖା ନଦୀର ବାରୁଣୀ ଘାଟରେ ଗୋଡ଼ ଖସିଯିବାରୁ ବୁଡିଯାଇଥିବା ଜଣାପଡିଛି ।

ଗଣେଶ ମୂର୍ତ୍ତି ଭସାଣି ବେଳେ ନଦୀରେ ବୁଡିଗଲେ ଛାତ୍ର

ନିଖୋଜ ଛାତ୍ର ଜଣକ ଦଶମ ଶ୍ରେଣୀରେ ଅଧ୍ୟୟନ ରତ ଛାତ୍ର ଗୁରୁପ୍ରସାଦ ସାମଲ ଏବେବି ନିଖୋଜ ଅଛନ୍ତି। ତେବେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଗୋଡ଼ ଖସି ଯିବାରୁ ତିନି ଜଣ ପିଲା ବୁଡି ଯାଉଥିବା ବେଳେ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଗୁରୁପ୍ରସାଦ ଏଯାଏଁ ନିଖୋଜ ଥିବା ନେଇ ସୂଚନା ମିଳିଛି ।

ସେପଟେ ନିଖୋଜ ଛାତ୍ର ଜଣଙ୍କ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ବୋଲି ଜଣାପଡିଛି। ଖବର ପାଇ ଜଳେଶ୍ବର ଓ ବସ୍ତା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବୋଟ୍ ସାହାଯ୍ୟରେ ଖୋଜାଖୋଜି ଜାରି ଆରମ୍ଭ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.