ETV Bharat / city

ବନ୍ୟାଜଳ ନିଷ୍କାସନ ଦାବିରେ ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ

author img

By

Published : Aug 27, 2020, 3:36 PM IST

ବନ୍ୟାଜଳ ନିଷ୍କାସନ ଦାବିରେ ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ
ବନ୍ୟାଜଳ ନିଷ୍କାସନ ଦାବିରେ ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଅନେକ ଲୋକ ଜଳବନ୍ଦୀ ଭିତରେ ରହିଛନ୍ତି । ଏମିତି ପରିସ୍ଥିତିରେ ବନ୍ୟା ସ୍ଥିତି ସମୀକ୍ଷା କରିବା ପାଇଁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀମାନେ ଅଟକ ରଖି ପାଣି ନିଷ୍କାସନ ପାଇଁ ଦାବି କରିଛନ୍ତି।

ବାଲେଶ୍ଵର: ନଦୀର ଜଳସ୍ତର ବଢିବା ଯୋଗୁଁ ବିଭିନ୍ନ ଅଞ୍ଚଳ ବନ୍ୟାଜଳ ଘେରରେ ରହିଛି । ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଅନେକ ଲୋକ ଜଳବନ୍ଦୀ ଅଛନ୍ତି । ଏମିତି ପରିସ୍ଥିତିରେ ବନ୍ୟା ସ୍ଥିତି ସମୀକ୍ଷା କରିବା ପାଇଁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀମାନେ ଅଟକ ରଖି ପାଣି ନିଷ୍କାସନ ପାଇଁ ଦାବି କରିଛନ୍ତି। ଏହି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ମଥାନି ପଞ୍ଚାୟତ ସାନଖୁଡ଼ୀ ଗ୍ରାମରେ।

ଜଳକା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ସାନଖୁଡ଼ୀ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଏକର ଏକର ଚାଷ ଜମିରେ ପାଣି ଜମିଥିବା ବେଳେ ପାଖାପାଖି 150 ପରିବାର ଜଳବନ୍ଦୀରେ ରହିଛନ୍ତି। ପାଣି ନିଷ୍କାସନ ଦାବିରେ ଗ୍ରାମବାସୀ ବନ୍ୟା ସ୍ଥିତି ତଦାରଖ କରିବା ପାଇଁ ଆସିଥିବା ତହସିଲଦାରଙ୍କୁ ଅଟକ ରଖିଥିବା ଜଣାପଡିଛି।

ପାଣି ନିଷ୍କାସନ ଦାବିରେ ତେଜିଲେ ଲୋକ

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.