ETV Bharat / city

ସୁବର୍ଣ୍ଣରେଖାରେ ଆସୁଛି ବଡ ବନ୍ୟା, ସ୍ଥାନାନ୍ତର ହେଲେଣି 16 ହଜାର ଲୋକେ

author img

By

Published : Aug 22, 2022, 8:32 AM IST

ସୁବର୍ଣ୍ଣରେଖାରେ ବନ୍ୟା, ଜଳବନ୍ଦୀରେ ଏକାଧିକ ଗାଁ,16 ହଜାର ଲୋକେ ସ୍ଥାନାନ୍ତର
ସୁବର୍ଣ୍ଣରେଖାରେ ବନ୍ୟା, ଜଳବନ୍ଦୀରେ ଏକାଧିକ ଗାଁ,16 ହଜାର ଲୋକେ ସ୍ଥାନାନ୍ତର

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି । ଉତ୍ତର ବାଲେଶ୍ଵରର ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପଶିଲା ବନ୍ୟା ଜଳ । ବର୍ତ୍ତମାନ ସୁଦ୍ଧା 16 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଅଧିକ ପଢନ୍ତୁ

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଉତ୍ତର ବାଲେଶ୍ଵରର ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଅନୁରୋଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 16 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି( Govt evacuates over 16 thousand people In Balasore)। ଏହାସହ ପ୍ରଶାସନ ପକ୍ଷରୁ ଜଳେଶ୍ବର ବ୍ଳକରେ ଅଗ୍ନିଶମ ବିଭାଗର 2ଟି ଟିମ, ଏନଡିଆରଏଫର ଗୋଟିଏ ଟିମ ଓ ଓଡ୍ରାଫର ଗୋଟିଏ ଟିମ୍ ନିୟୋଜିତ ଅଛନ୍ତି।

ସୁବର୍ଣ୍ଣରେଖାରେ ବନ୍ୟା, ଜଳବନ୍ଦୀରେ ଏକାଧିକ ଗାଁ,16 ହଜାର ଲୋକେ ସ୍ଥାନାନ୍ତର

ସେହିପରି ବାଲିଆପାଳ ବ୍ଳକରେ ଅଗ୍ନିଶମ ବିଭାଗର 4ଟି ଟିମ ଓ ଏନଡିଆରଏଫ 2ଟି ଟିମ ରହିଛନ୍ତି । ଭୋଗରାଇରେ ଅଗ୍ନିଶମ ବିଭାଗର 2ଟି ଟିମ ଓ ଏନଡିଆରଏଫର ଗୋଟିଏ ଟିମ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ବାଲିଆପାଳ, ଭୋଗରାଇ, ଜଳେଶ୍ବର ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକମାନେ ଜଳବନ୍ଦୀରେ ଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଜଳବନ୍ଦୀରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.