ETV Bharat / business

ହୋମ ଲୋନ ନେଇଥିଲେ ଯଥାଶୀଘ୍ର ଭରନ୍ତୁ EMI

author img

By

Published : Aug 16, 2022, 2:19 PM IST

ବ୍ୟାଙ୍କରୁ ହୋମ ଲୋନ ନେଇ ଘର କିଣିବା ସହଜ ହୋଇଯାଇଛି, କିନ୍ତୁ କିଛି ସମୟ ପରେ ଋଣ ପରିଶୋଧ କରିବା ଏକ ବଡ଼ ବୋଝ ହୋଇଯାଏ । ଏହି ଦୀର୍ଘକାଳୀନ ଲୋନ ନେବା ପରେ ଏହାକୁ ଯଥାଶୀଘ୍ର ଶୁଝିବା ଦିଗରେ ସର୍ବଦା ଯତ୍ନବାନ ହେବା ଜରୁରୀ । ତେବେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଶୀଘ୍ର ଋଣମୁକ୍ତ ହୋଇପାରିବେ ଆପଣ । ଅଧିକ ପଢନ୍ତୁ

ହୋମ ଲୋନ ନେଇଥିଲେ ଯଥାଶୀଘ୍ର ଶୁଝନ୍ତୁ EMI
ହୋମ ଲୋନ ନେଇଥିଲେ ଯଥାଶୀଘ୍ର ଶୁଝନ୍ତୁ EMI

ହାଇଦ୍ରାବାଦ: ନିଜର ଘରଟିଏ କିଣିବା ସମସ୍ତଙ୍କର ସ୍ବପ୍ନ । ଏହି ସ୍ବପ୍ନକୁ ସାକାର କରିବାକୁ ବ୍ୟାଙ୍କ ଭଳି ବିତ୍ତୀୟ ଅନୁଷ୍ଠାନଗୁଡିକ ଗୃହ ଋଣ(Home Loan) ଅଫର କରିଥାନ୍ତି । ଅଧିକାଂଶ ଲୋକେ କମ୍ ସୁଧହାରରେ ଲୋନ ନେବା ପାଇଁ ସର୍ବଦା ଆଗ୍ରହୀ ରହିଥାନ୍ତି । ଆଜିକାଲି ବ୍ୟାଙ୍କରୁ ହୋମ ଲୋନ ନେଇ ଘର କିଣିବା ସହଜ । କିନ୍ତୁ କିଛି ସମୟ ପରେ ଋଣ ପରିଶୋଧ କରିବା ଏକ ବଡ଼ ବୋଝ ହୋଇଯାଏ । ବିଶେଷକରି ନୂଆ ଋଣକର୍ତ୍ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଭାର ବୋହିବାକୁ ପଡିଥାଏ । କିନ୍ତୁ ଯଦି ଆପଣ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତି, ତାହାହେଲେ ଖୁବଶୀଘ୍ର ଋଣମୁକ୍ତ ହୋଇପାରିବେ । ସମ୍ପ୍ରତ୍ତି ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁଁ ବଢୁଥିବା ସୁଧହାର ନେଇ ଲୋକେ ଖୁବ୍‌ ଚିନ୍ତିତ ରହିଛନ୍ତି । କାରଣ ମୁଦ୍ରାସ୍ଫୀତିକୁ ଆଧାର କରି ସୁଧହାରରେ ପରିବର୍ତ୍ତନ ହୋଇଥାଏ । ଏପରି ସ୍ଥିତିରେ ଆପଣ ଟିକିଏ ସଚେତନ ହେଲେ ଦୀର୍ଘକାଳୀନ ଋଣ ବୋଝରୁ ସହଜରେ ମୁକ୍ତ ହୋଇପାରିବେ ।

ହୋମ ଲୋନ ହେଉଛି ୧୫ରୁ ୨୦ ବର୍ଷର ଏକ ଦୀର୍ଘକାଳୀନ ପ୍ରତିବଦ୍ଧତା । ଏହି ସମୟ ମଧ୍ୟରେ ଅନେକ ଥର ସୁଧହାର ହ୍ରାସ ବୃଦ୍ଧି ଆସିଥାଏ । ତେବେ ଏହି ଅସ୍ଥିରତାକୁ ନକରାତ୍ମକ ଦୃଷ୍ଟିକୋଣରୁ ବିଚାର ନ କରିବା ଉଚିତ୍ । ଯଦି ସୁଧହାର ବଢେ, ଏହା ଆପଣଙ୍କ ଇଏମଆଇ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ମାସିକ ବଜେଟ ମଧ୍ୟ ପ୍ରଭାବିତ ହେବନାହିଁ । କେବଳ ଆପଣଙ୍କ ଟର୍ମ ବଢିବ ।

ଠିକ୍ ସମୟରେ କିସ୍ତି ଭରନ୍ତୁ:

ହୋମ ଲୋନ ନେଇଥିଲେ ଯଥା ସମୟରେ ଏହାର ଇଏମଆଇ ଭରନ୍ତୁ । ନଚେତ୍ ବିଳମ୍ବ ପାଇଁ ଆପଣଙ୍କୁ ଅଧିକ ଫି ଦେବାକୁ ପଡିବ । ଯାହାକି ଆପଣଙ୍କ ପାଇଁ ଅବାଞ୍ଛିତ ବୋଝ ଅଟେ । ଏହାବ୍ୟତୀତ ଠିକ୍ ସମୟରେ EMIନ ଦେଲେ ଆପଣଙ୍କ କ୍ରେଡିଟ୍ ସ୍କୋର ମଧ୍ୟ ପ୍ରଭାବିତ ହେବ । ସେପରି ହେଲେ ନୂଆ ଲୋନ ପାଇବାରେ ଆପଣଙ୍କୁ ଅନେକ ଜଟିଳତାର ସାମ୍ନା କରିବାକୁ ପଡିବ । ତେଣୁ ଭଲ ହେବ ଯେ, ସବୁବେଳେ ଆଗୁଆ ତିନୋଟି ଇଏମଆଇ ପାଇଁ ପର୍ଯ୍ୟାପ୍ତ ଅର୍ଥ ସଂରକ୍ଷିତ ରଖନ୍ତୁ ।

ସମୟ ପୂର୍ବରୁ ଶେଷ କରନ୍ତୁ:

ଯଦି କେତେବେଳେ ଆପଣଙ୍କ ପାଖରେ ଅତିରିକ୍ତ ଟଙ୍କା ଅଛି, ତେବେ ମୂଳ ରାଶିର କିଛି ଭାଗ ଶୁଝି ଦିଅନ୍ତୁ । ଏହାସହିତ ପ୍ରତିବର୍ଷ ଅତିରିକ୍ତ EMI ଭରିବାକୁ ଚେଷ୍ଟା କରନ୍ତୁ । ବୋନସ୍ ଏବଂ ଅନ୍ୟ ଆୟ ସ୍ରୋତଗୁଡିକୁ ଯଥାଶୀଘ୍ର ଲୋନ ପରିଶୋଧ କରିବା ଦିଗରେ ଲଗାନ୍ତୁ । ଆପଣ ଅତିକମରେ ଯଦି ପ୍ରତିବର୍ଷ ନିଜର ଲୋନ ରାଶିର ୫ ପ୍ରତିଶତ ଅଧିକ ଶୁଝୁଛନ୍ତି ତେବେ ଆପଣ ଅଧିକ ଟଙ୍କା ସଞ୍ଚୟ କରିପାରିବେ ଏବଂ ଖୁବଶୀଘ୍ର ଋଣ ଭାରରୁ ମୁକ୍ତ ହୋଇପାରିବେ ।

EMI ବଢାନ୍ତୁ:

ବାସ୍ତବରେ EMI ଆପଣଙ୍କ ମାସିକ ଆୟର ୩୦ରୁ ୪୦%ରୁ ଅଧିକ ହେବା ଅନୁଚିତ୍ । ଯଦି ଆୟ ବଢୁଛି ତାହାହେଲେ ଆପଣ ଅଧିକ EMI ପ୍ରଦାନ କରିବାକୁ ସକ୍ଷମ କି ନାହିଁ ତାହା ପ୍ରଥମେ ବିଚାର କରନ୍ତୁ । ଅଧିକ EMI ମାସିକ ବଜେଟକୁ ପ୍ରଭାବିତ କରୁନଥିବା ଆବଶ୍ୟକ । ଇଏମଆଇ ବୃଦ୍ଧି ସେତେବେଳେ କାମରେ ଆସେ, ଯେତେବେଳେ ସୁଧହାର ବୃଦ୍ଧି ପାଏ । ଏହା ଲୋନ ରାଶିକୁ ଶୀଘ୍ର ପୁରା କରିବାରେ ସହାୟକ ହୁଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.