ETV Bharat / business

Share Market: ସେୟାର ମାର୍କେଟରେ ଉତ୍ସାହ, ସେନସେକ୍ସ ଓ ନିଫ୍ଟିର କାରବାରରେ ବୃଦ୍ଧି

author img

By ETV Bharat Odisha Team

Published : Aug 28, 2023, 5:10 PM IST

ସେୟାର ମାର୍କେଟ
ସେୟାର ମାର୍କେଟ

ସୋମବାର ଭାରତୀୟ ସେୟାର ବଜାରର ପ୍ରାରମ୍ଭିକ ବାଣିଜ୍ୟ କରବାରରେ ବୃଦ୍ଧି । ବିଏସଇ ସୂଚକାଙ୍କ ସେନସେକ୍ସରେ 177.63 ପଏଣ୍ଟ ବୃଦ୍ଧି ପାଇ ଏହା 65064.14 ପଏଣ୍ଟରେ କାରବାର କରିଛି । ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ 62.2 ପଏଣ୍ଟ ବୃଦ୍ଧି ପାଇ ଏହା 19328 ପଏଣ୍ଟରେ ପହଞ୍ଚିଛି। ଅଧିକ ପଢ଼ନ୍ତୁ

ମୁମ୍ବାଇ: ସେୟାର ବଜାର କାରବାରରେ ବୃଦ୍ଧି। ସୋମବାର ଭାରତୀୟ ସେୟାର ବଜାରର ପ୍ରାରମ୍ଭିକ ବାଣିଜ୍ୟ କରବାରରେ ବୃଦ୍ଧି ଘଟିଥିବାର ଦେଖିବାକୁ ମିଳିଛି। ତେବେ 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ 177.63 ପଏଣ୍ଟ ବୃଦ୍ଧି ପାଇ ଏହା 65064.14 ପଏଣ୍ଟରେ କାରବାର କରିଛି। ସେହିପରି 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ ମଧ୍ୟ ବୃଦ୍ଧି ଘଟିଛି । ତେବେ ନିଫ୍ଟିରେ 62.2 ପଏଣ୍ଟ ବୃଦ୍ଧି ପାଇ ଏହା 19328 ପଏଣ୍ଟରେ ପହଞ୍ଚିଛି ।

ସେପଟେ ସେନସେକ୍ସ ସେୟାର ମଧ୍ୟରୁ ଜିଓ ଫାଇନାନ୍ସିଆଲ ସର୍ଭିସେଜ୍‌ ଲିମିଟେଡ୍‌, ଟାଟା ଷ୍ଟିଲ୍‌, ଲାର୍ସେନ୍‌ ଆଣ୍ଡ ଟ୍ୟୁବ୍ରୋ, ସନ୍‌ ଫାର୍ମା, ପାଓ୍ବାର ଗ୍ରୀଡ, HDFC ବ୍ୟାଙ୍କ ଏବଂ JSW ଷ୍ଟିଲ ସବୁଜ ସଙ୍କେତ ଉପରେ କାରବାର କରିବା ସହ ଲାଭରେ ରହିଛନ୍ତି । ଅନ୍ୟପକ୍ଷେ HCL ଟେକ୍ନୋଲୋଜି, ହିନ୍ଦୁସ୍ଥାନ ୟୁନିଲିଭର, ଭାରତୀ ଏୟାରଟେଲ, ଏସିଆନ ପେଣ୍ଟସ୍‌, ନେସ୍ଲେ ଏବଂ ଟାଇଟନର ସେୟାର ଗୁଡିକରେ ହ୍ରାସ ହେବା ସହ କ୍ଷତିରେ କାରବାର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... Basmati Rice Export: 1ଟନ୍‌ ବାସୁମତୀ ଚାଉଳ ରପ୍ତାନୀ ଉପରେ 1200 ଡଲାର ରପ୍ତାନୀ ଶୁଳ୍କ ଲଗାଇଲେ ସରକାର

ତେବେ ଏସିଆ ବଜାରରେ ଦକ୍ଷିଣ କୋରିଆର କୋସ୍ପି, ଜାପାନର ନିକ୍କି, ହଂକଂର ହ୍ୟାଙ୍ଗ୍‌ସେଙ୍ଗ ଏବଂ ଚୀନର ସଂଘାଇ କମ୍ପୋଜିଟ ଲାଭରେ କାରାବାର କରିଛନ୍ତି । ତେବେ ସୋମବାର ଇଣ୍ଟରବ୍ୟାଙ୍କ ବୈଦେଶିକ ଟଙ୍କା ବିନିମୟ ବଜାରରେ ପ୍ରାରମ୍ଭିକ କାରବାରରେ ଆମେକିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାରେ ବୃଦ୍ଧି ଘଟିଛି । ଟଙ୍କାର ମୂଲ୍ୟରେ 12 ପଇସା ବୃଦ୍ଧି ପାଇ ପ୍ରତି ଡଲାର ତୁଳନାରେ ଏହା 82.52ରେ ପହଞ୍ଚିଛି । ଏସିଆ ଏବଂ ଘରୋଇ ବଜାରରେ ସକରାତ୍ମକ ପ୍ରଭାବରୁ ଟଙ୍କାର ମୂଲ୍ୟରେ ବୃଦ୍ଧି ଘଟିଥିବା ଆକଳନ କରାଯାଉଛି।

ଏହା ମଧ୍ୟ ପଢ଼ନ୍ତୁ....Share Market: ETF ଟଙ୍କା ପୁନଃନିବେଶ ପାଇଁ EPFOର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା

ସୋମବାର ଇଣ୍ଟରବ୍ୟାଙ୍କ ବୈଦେଶିକ ଟଙ୍କା ବିନିମୟ ବଜାରରେ ଟଙ୍କା 82.58ରେ ଆରମ୍ଭ ହୋଇ 82.52ରେ ପହଞ୍ଚିଥିଲା, ଯାହା ପୂର୍ବ କାରବାର ତୁଳନାରେ 12 ପଇସା ବୃଦ୍ଧି ପାଇଛି । ତେବେ ପୂର୍ବରୁ ଶୁକ୍ରବାର ଭାରତୀୟ ଟଙ୍କା, ଆମେରିକା ଡଲାର ତୁଳନାରେ 82.64ରେ ବନ୍ଦ ହୋଇଥିଲା । ଏହା ମଧ୍ୟରେ 6ଟି ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକା ଡଲାରର ସୂଚକାଙ୍କ 104.07ରେ କାରବାର କରିଛି । ତେବେ ଅଶୋଧିତ ତୈଳ 0.11 ପ୍ରତିଶତ ହ୍ରାସ ହେବା ସହ ପ୍ରତି ବ୍ୟାରେଲ ପିଛା 84.39 ଡଲାରରେ କାରବାର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.