ETV Bharat / business

Share Market: ETF ଟଙ୍କା ପୁନଃନିବେଶ ପାଇଁ EPFOର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା

author img

By ETV Bharat Odisha Team

Published : Aug 25, 2023, 5:55 PM IST

ETF ଟଙ୍କା ପୁନଃନିବେଶ
ETF ଟଙ୍କା ପୁନଃନିବେଶ

କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ (EPFO), ବିନିମୟ ବାଣିଜ୍ୟ ପାଣ୍ଠି (ETF)ସହ ନିଜର ସମସ୍ତ ରିଡେମ୍ପସନ ଆୟକୁ ସେୟାର ବଜାରରେ ପୁଣିଥରେ ନିବେଶ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହାକୁ ନେଇ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିବା ଆରମ୍ଭ କରିଛି EPFO । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ (EPFO), ବିନିମୟ ବାଣିଜ୍ୟ ପାଣ୍ଠି (ETF)ସହ ନିଜର ସମସ୍ତ ରିଡେମ୍ପସନ ଆୟକୁ ସେୟାର ବଜାରରେ ପୁଣିଥରେ ନିବେଶ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାକୁ ନେଇ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିବା ଆରମ୍ଭ କରିଛି EPFO । ତେବେ ମାର୍ଚ୍ଚ ମାସର ଶେଷ ସପ୍ତାହରେ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ, EPFOକୁ ସେୟାର ବଜାରରେ ପୁନଃନିବେଶ କରିବା ପାଇଁ ଅନୁମତି ଦେଇଥିଲେ ।

EPFO ଦ୍ବାରା ଦିଆଯାଇଥିବା ଏହି ପ୍ରସ୍ତାବ, ଯାହା ବଜାର ଅସ୍ତିରତା ବ୍ୟତୀତ ଇକ୍ବିଟି ରିଟର୍ଣ୍ଣକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ । EPFO କହିବା ଅନୁସାରେ, ETF ରିଟର୍ଣ୍ଣକୁ ଏବେ 4ବର୍ଷ ବଦଳରେ ସେନସେକ୍ସକୁ ହାରାହାରି 5ବର୍ଷର ରିଟର୍ଣ୍ଣ ହିସାବରେ ଗଣନା କରାଯିବା ଉଚିତ । ତେବେ EPFOର ଏହି ପ୍ରସ୍ତାବକୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିବା ପରେ ଏହାର ଆଗାମୀ ପ୍ରକ୍ରିୟା ଆରମ୍ଭ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ....EPFO High Pension: ଆଜି ଆବେଦନର ଶେଷ ଦିନ, ଏମିତି କରିବେ Apply

ତେବେ ଅର୍ଥ ମନ୍ତ୍ରାଳୟର ଗାଇଡଲାଇନ୍‌ ଅନୁସାରେ, EPFO ନିଜ ଆୟର 5ପ୍ରତିଶତରୁ 15 ପ୍ରତିଶତ ମଧ୍ୟରେ ଇକ୍ବିଟି ଓ ସେୟାର ବଜାରରେ ନିବେଷ କରିପାରିବ । ସେପଟେ ETFରେ ନିବେଶ କରିବାର ଗାଇଡଲାଉନରେ ପରିବର୍ତ୍ତନ କରିବା ପାଇଁ EPFO ଦାବି କରିଛି । EPFO 2015 ଅଗଷ୍ଟ ମାସରୁ 30 ସେୟାର ଆଧାରିତ ବିଏସ୍‌ଇ ଏବଂ 50 ସେୟାର ଆଧାରିତ ନିଫ୍ଟିରେ ନିଜର 5 ପ୍ରତିଶତ ବିନିଯୋଗ କରିବା ଆରମ୍ଭ କରିଥିଲା ।

EPFO ଚଳିତ ଆର୍ଥିକ ବର୍ଷର ଏପ୍ରିଲ- ଜୁଲାଇ ମାସ ମଧ୍ୟରେ ETFରେ 13017 କୋଟି ଟଙ୍କା ନିବେଶ କରିଥିଲା । ତେବେ ଆର୍ଥିକ ବର୍ଷ 2022-23 ମଧ୍ୟରେ 53081 କୋଟି ଟଙ୍କା ଜମା କରିଥିଲା । ସେହିପରି 2021-22 ଆର୍ଥିକ ବର୍ଷରେ 43568 କୋଟି ଟଙ୍କା ଏବଂ 2020-21 ଆର୍ଥିକ ବର୍ଷରେ 32071 କୋଟି ଟଙ୍କା ନିବେଶ କରିଥିଲା । ତେବେ EPFO ପାଖରେ 12.53ଲକ୍ଷ କୋଟି ଟଙ୍କାର ନିବେଶ ପାଣ୍ଠି ଅଛି, ଯୋଉଁଥିରେ ପାଖାପାଖି 1.25 ଲକ୍ଷ କୋଟି ଟଙ୍କା ଇକ୍ବିଟି ଏବଂ ସେୟାର ବଜାରରେ ନିବେଶ କରାଯାଇଛି ।

EPFO, PF ଖାତାଧାରୀମାନଙ୍କ ଆକାଉଣ୍ଟରେ ଜମା ରାଶିକୁ ଅଲଗା ଅଲଗା ଉପାୟରେ ବିନିଯୋଗ କରେ । ଏହାସହ ଏହି ବିନିଯୋଗରୁ ହେଉଥିବା ରୋଜଗାରର ଏକ ଭାଗ PF ଖାତାଧାରୀମାନଙ୍କୁ ଦିଆଯାଇଥାଏ । ତେବେ ଆର୍ଥିକ ବର୍ଷ 2023-24 ପାଇଁ EPFରେ ମିଳୁଥିବା ସୁଧ ହାର 8.15 ପ୍ରତିଶତ ହୋଇଛି, ଯାହା ପୂର୍ବରୁ 8.10 ପ୍ରତିଶତ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.