ETV Bharat / business

Diwali Muhurat Trading: ଦୀପାବଳି ମୁହୂର୍ତ୍ତ ଟ୍ରେଡିଂ ପାଳିଲେ ନିବେଶକ, ଉଛୁଳିଲା ସେୟାର ମାର୍କେଟ

author img

By ETV Bharat Odisha Team

Published : Nov 12, 2023, 9:38 PM IST

diwali muhurat trading
diwali muhurat trading

ଦୀପାବଳି ଅବସରରେ ମୁହୁର୍ତ୍ତ ଟ୍ରେଡିଂରେ ସେୟାର ବଜାର ଧନବର୍ଷା କରିଛି । ମୁହୂର୍ତ୍ତ ଟ୍ରେଡିଂ ସନ୍ଧ୍ୟା 6 ଟାରେ ଖୋଲି 7.15 ପର୍ଯ୍ୟନ୍ତ ଚାଲିଥିଲା । ଦୀପାବଳି ପ୍ରତିପଦା ଅବସରରେ ଆସନ୍ତା 14 ତାରିଖରେ ସେୟାର ବଜାର କାରବାର ବନ୍ଦ ରହିବ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଆଜି ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି ଦୀପାବଳି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳି ଅବସରରେ ମୁହୂର୍ତ୍ତ ଟ୍ରେଡିଂରେ ସେୟାର ବଜାର ଧନବର୍ଷା କରିଥିଲା । ମୁହୂର୍ତ୍ତ ଟ୍ରେଡିଂ ସନ୍ଧ୍ୟା 6 ଟାରେ ଖୋଲି 7.15 ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସ 65259.45 ପଏଣ୍ଟ ଏବଂ 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ 100.20 ପଏଣ୍ଟ ବୃଦ୍ଧି ହେବ ସହ 19,525.55 ରେ କାରବାର କରିଥିଲା । ଆଜିର ସେୟାର ବଜାର ପ୍ରାରମ୍ଭିକ କାରବାରରେ ସେନସେକ୍ସର ସମସ୍ତ ସେୟାର ସବୁଜ ନିସାନ ଉପରେ କାରବାର କରିଥିଲା ।

ତେବେ ଆଇଟି, ଭିର୍ତ୍ତିଭୂମି ଓ ଶକ୍ତିର ସେୟାରରେ ବୃଦ୍ଧି ଘଟିଥିବା କାରଣରୁ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି 109.80 ପଏଣ୍ଟ କିମ୍ବା 0.57 ପ୍ରତିଶତ ବୃଦ୍ଧି ହୋଇ 19,535.15ରେ ପହଞ୍ଚିଛି । ସେନସେକ୍ସ ସେୟାର ମଧ୍ୟରେ ଇନଫୋସିସ୍ ସର୍ବାଧିକ ଲାଭକାରୀ ଥିଲା, ଯାହା 1.37 ପ୍ରତିଶତ ବୃଦ୍ଧି ପାଇଛି । ଏହା ବ୍ୟତୀତ ଲାରସେନ୍ ଆଣ୍ଡ ଟୁବ୍ରୋ 0.90 ପ୍ରତିଶତ ଏବଂ ୱିପ୍ରୋ 0.83 ପ୍ରତିଶତ ଲାଭ ହାସଲ କରିଛନ୍ତି ।

ଲାଭରେ କାରବାର କରିଥିବା ଅନ୍ୟ ସେୟାର ମଧ୍ୟରେ HDFC ବ୍ୟାଙ୍କ, ICICI ବ୍ୟାଙ୍କ, ରିଲିଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଆଇଟିସି, ଟିସିଏସ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏସିଆନ ପେଣ୍ଟ୍‌ ଏବଂ ଟାଇଟନ ସାମିଲ ଅଛି । ବିଏସଇ ମିଡକ୍ୟାପରେ 227.43 ପଏଣ୍ଟ ଅର୍ଥାତ 0.70 ପ୍ରତିଶତ ଏବଂ ବିଏସଇ ସ୍ମଲକ୍ୟାପରେ 452.11 ପଏଣ୍ଟ ଅର୍ଥାତ 1.18 ପ୍ରତିଶତ ବୃଦ୍ଧି ଘଟିଛି । ଆଜି ମୁହୂର୍ତ୍ତ କରାବାରରେ ସମସ୍ତ ସେୟାର ସକରାତ୍ମକ କାରବାର କରିଥିବା ବେଲେ ସନ୍ଧ୍ୟା 6 ଟାରୁ 7.15 ମଧ୍ୟରେ ସୂଚକ ବାଣିଜ୍ୟ ଅଧିବେଶନ ଆୟୋଜିତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....Share Market Closing 30 Oct: ବଢ଼ିଲା ସେୟାର ମାର୍କେଟ କାରବାର, ସେନସେକ୍ସରେ 329 ପଏଣ୍ଟ ବୃଦ୍ଧି

ସେୟାର ବଜାରରେ ମୁହୂର୍ତ୍ତ ଟ୍ରେଡିଂ ହେଉଛି ଏକ ପ୍ରତୀକାତ୍ମକ ଏବଂ ପୁରାତନ ପରମ୍ପରା ଯାହା ବାଣିଜ୍ୟ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ହୋଇଆସୁଛି ଏବଂ ଏହାକୁ ପ୍ରତିବର୍ଷ ପାଳନ କରାଯାଏ । ବିଶ୍ୱାସ କରାଯାଏ ଯେ ମୁହୂର୍ତ୍ତ ସମୟରେ କାରବାର କରିବା ଶୁଭ ଅଟେ ଏବଂ ଆର୍ଥିକ ସମୃଦ୍ଧତା ଆଣିଥାଏ । ବଜାର ବିଶେଷଜ୍ଞଙ୍କ ମୁତାବକ, କିଛି ନୂଆ ଆରମ୍ଭ କରିବା ପାଇଁ ଦୀପାବଳି ସବିଠାରୁ ଶୁଭ ସମୟ । ଏହି ସମୟରେ କାରବାର କରିବା ଦ୍ବାରା ବର୍ଷସାରା ନିବେଶକମାନେ ଲାଭ ପାଇଥାନ୍ତି । ତେବେ ଦୀପାବଳି ପ୍ରତିପଦା ଅବସରରେ ଆସନ୍ତା 14 ତାରିଖରେ ସେୟାର ବଜାର କାରବାର ବନ୍ଦ ରହିବ ।

ଏସିଆର ସବୁଠାରୁ ବଡ଼ ଷ୍ଟକ ଏକ୍ସଚେଞ୍ଜ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ ( ବିଏସଇ) 1957 ମସିହା ଠାରୁ ଦୀପାବଳି ମୁହୁର୍ତ୍ତ ଟ୍ରେଡିଂ ଆୟୋଜିତ କରୁଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) 1992 ମସିହାରୁ ଏହି ପରମ୍ପରା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.