ETV Bharat / business

Share Market Closing 30 Oct: ବଢ଼ିଲା ସେୟାର ମାର୍କେଟ କାରବାର, ସେନସେକ୍ସରେ 329 ପଏଣ୍ଟ ବୃଦ୍ଧି

author img

By ETV Bharat Odisha Team

Published : Oct 30, 2023, 5:31 PM IST

Share Market Closing 30 October
Share Market Closing 30 October

ସେୟାର ମାର୍କେଟ କାରବାରରେ ଆଜି ହଇ-ଚଇ ଦେଖିବାକୁ ମିଳିଛି । ବିଏସଇ ସେନସେକ୍ସରେ 329 ପଏଣ୍ଟ ବୃଦ୍ଧି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ 101 ପଏଣ୍ଟ ବୃଦ୍ଧି ହେବା ସହ 19148 ପଏଣ୍ଟରେ କାରବାର କରିଛି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ସେୟାର ମାର୍କେଟ ପ୍ରାରମ୍ଭିକ କାରବାରରେ ଆଜି (ସୋମବାର) ହଇ-ଚଇ ଦେଖିବାକୁ ମିଳିଛି । 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସ 329 ପଏଣ୍ଟ ବୃଦ୍ଧିରେ କାରବାର ଶେଷ କରିଛି । ସେହିପରି 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ ମଧ୍ୟ 101 ପଏଣ୍ଟ ବୃଦ୍ଧି ହେବା ସହ 19148 ପଏଣ୍ଟରେ କାରବାର କରିଛି । ଆଜିର ସେୟାର ବଜାରରେ ଅଧିକ ଲାଭରେ କାରବାର କରିଥିବା ଲିଷ୍ଟ ମଧ୍ୟରେ ବିପିସିଏଲ, ଓଏଜିସି, ଅଲ୍ଟ୍ରା ଟେକ ସିମେଣ୍ଟ, ଆରଆଇଏଲ ରହିଛନ୍ତି । ବିପିସିଏଲ 3.74 ପ୍ରତିଶତ ବଢ଼ିବା ସହ ପ୍ରତି ସେୟାର 347ରେ କାରବାର କରିଥିଲା । ତେବେ ଅନେକ ଦିନର ବ୍ୟବଧାନ ପରେ ସେୟାର ବଜାର ପୁଣିଥରେ ଲାଭରେ କାରବାର କରିଛି ।

ତେବେ ଆଜିର ବାଣିଜ୍ୟ କାରବାରରେ ୟୁପିଏଲ, ଟାଟା ମୋଟର୍ସ, ଏକ୍ସିସ ବ୍ୟାଙ୍କ, ମାରୁତୀ ସୁଜୁକି ଭଳି କମ୍ପାନୀ କ୍ଷତିରେ କାରବାର କରିଛି । ସେହିପରି ଆଜିର ବାଣିଜ୍ୟ କାରବାରରେ କୋଟିପତି ମୁକେଶ ଅମ୍ବାନୀଙ୍କ ରିଲିୟାନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ରେ 2 ପ୍ରତିଶତ ବୃଦ୍ଧି ଘଟିଛି । ଏହା 1.99 ପ୍ରତିଶତ ବୃଦ୍ଧି ପାଇ ବିଏସଇରେ ପ୍ରତି ସେୟାରର ମୂଲ୍ୟ 2310 ଟଙ୍କାରେ ପହଞ୍ଚିଛି । ଏହା ସହ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ 2.01 ପ୍ରତିଶତ ବୃଦ୍ଧି ପାଇ ପ୍ରତି ସେୟାରର ମୂଲ୍ୟ 2311 ଟଙ୍କାରେ ପହଞ୍ଚିଛି ।

ଏହା ମଧ୍ୟ ପଢ଼ନ୍ତୁ.....Made in India iPhone: ଭାରତରେ ଆଇଫୋନ ତିଆରି କରିବ ଟାଟା ଗ୍ରୁପ

ସେୟାର ମାର୍କେଟ କାରବାର ସପ୍ତାହର ପ୍ରଥମ ଦିନରରେ ହ୍ରାସ ପାଇ ଆରମ୍ଭ ହୋଇଥିଲା । ବିଏସଇ ସୂଚକାଙ୍କ ସେନସେକ୍ସ 135 ପଏଣ୍ଟ ହ୍ରାସ ହେବା ସହ 63671 ପଏଣ୍ଟରେ ଖୋଲିଥିଲା । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ 42 ପଏଣ୍ଟ ହ୍ରାସ ହୋଇ 19018 ପଏଣ୍ଟରେ ଓପନ ହୋଇଥିଲା । ସେୟାର ବଜାରରେ ଲଗାତାର ହ୍ରାସ ପରେ ପୂର୍ବ ସପ୍ତାହର ଶେଷ ଦିନ ଅର୍ଥାତ ଶୁକ୍ରବାର ଦିନ ଷ୍ଟକ ମାର୍କେଟରେ ବୃଦ୍ଧି ଘଟିଥିଲା । ବିଏସଇ ସେନସେକ୍ସ 683 ପଏଣ୍ଟ ବୃଦ୍ଧି ସହ 63831ରେ କାରବାର ବନ୍ଦ ହୋଇଥିଲା । ଏହାସହ ଏନଏସଇ ନିଫ୍ଟରେ 202 ପଏଣ୍ଟ ବଢ଼ି 19059ରେ କାରବାର ବନ୍ଦ ହୋଇଥିଲା । ଏକ୍ସିସ ବ୍ୟାଙ୍କ, ଏଚସିଏଲ ଟେକ୍‌, କୋଲ ଅଣ୍ଡିଆ ଲିମିଟେଡ୍‌, ଆଦାନୀ ଏଣ୍ଟରପ୍ରାଇଜେସ୍ ଶୁକ୍ରବାର ଦିନ ବଜାରରେ ସର୍ବାଧିକ ଲାଭକାରୀ ତାଲିକାରେ ଶୀର୍ଷରେ ରହିଥିଲେ । ସେହିପରି ଡ. ରେଡ୍ଡୀ, ୟୁପିଏଲ, ଏସବିଆଇ ଲାଇଫ୍‌ ଓ ଏସିଆନ ପେଣ୍ଟ କ୍ଷତିରେ କାରବାର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.