ETV Bharat / business

Made in India iPhone: ଭାରତରେ ଆଇଫୋନ ତିଆରି କରିବ ଟାଟା ଗ୍ରୁପ

author img

By ETV Bharat Odisha Team

Published : Oct 27, 2023, 7:54 PM IST

ଭାରତରେ ଆଇଫୋନ ତିଆରି କରିବ ଟାଟା ଗ୍ରୁପ
ଭାରତରେ ଆଇଫୋନ ତିଆରି କରିବ ଟାଟା ଗ୍ରୁପ

ଭାରତରେ ତିଆରି ହେବ ଆଇଫୋନ (Apple Iphone)। ଟାଟା ଗ୍ରୁପ୍ ଖୁବଶୀଘ୍ର ଭାରତରେ ଆଇଫୋନ୍ ତିଆରି କରିବ । ଏନେଇ ଟାଟା ଗ୍ରୁପ ସହିତ ଓ୍ବିଷ୍ଟ୍ରୋନ ଇଣ୍ଡଷ୍ଟ୍ରି ଅଧିଗ୍ରହଣ ଚୁକ୍ତିନାମାକୁ ମଞ୍ଜୁରୀ ମିଳିଛି । ଆଜି (ଶୁକ୍ରବାର) ଇଲୋକ୍ଟ୍ରୋନିକ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଏଣିକି ଭାରତରେ ତିଆରି ହେବ ଆଇଫୋନ (Apple Iphone)। ଟାଟା ଗ୍ରୁପ୍ ଖୁବଶୀଘ୍ର ଭାରତରେ ତିଆରି କରିବ ଆଇଫୋନ୍ । ଏନେଇ ଟାଟା ଗ୍ରୁପ ସହିତ ଓ୍ବିଷ୍ଟ୍ରୋନ ଇଣ୍ଡଷ୍ଟ୍ରି ଅଧିଗ୍ରହଣ ଚୁକ୍ତିନାମାକୁ ମଞ୍ଜୁରୀ ମିଳିଛ । ଆଜି (ଶୁକ୍ରବାର) ଇଲୋକ୍ଟ୍ରୋନିକ ଓ ପ୍ରଜୁକ୍ତି ବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଆଗାମୀ ଅଢେଇ ବର୍ଷ ମଧ୍ୟରେ ଘରୋଇ ଏବଂ ବିଶ୍ବ ବଜାର ପାଇଁ ଟାଟା ଗ୍ରୁପ ଭାରତରେ ଆପଲ ଆଇଫୋନ ତିଆରି କରିବା ଆରମ୍ଭ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି କହିଛନ୍ତି, ଗ୍ଲୋବାଲ ଇଣ୍ଡିଆନ ଇଲେକ୍ଟ୍ରୋନିକ୍ସ କମ୍ପାନୀ ସପକ୍ଷରେ ରହିଛି ଭାରତୀୟ ଆଇଟି ବିଭାଗ । ଯେଉଁମାନେ ଭାରତକୁ ସେମାନଙ୍କର ନିର୍ଭରଯୋଗ୍ୟ ଉତ୍ପାଦନ ଏବଂ ପ୍ରତିଭା ଅଂଶୀଦାର କରିବାକୁ ଚାହୁଁଛନ୍ତି, ସେହି ଗ୍ଲୋବାଲ ଇଲେକ୍ଟ୍ରୋନିକ ବ୍ରାଣ୍ଡ ଗୁଡିକୁ ସମର୍ଥନ କରାଯିବ । ଭାରତକୁ ଗ୍ଲୋବାଲ ଇଲେକ୍ଟ୍ରୋନିକ୍ସ ପାଓ୍ବାର ବନେଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ସାକାର ହେବ । ଓ୍ବିଷ୍ଟ୍ରୋନର ପରିଚାଳନା ଦାୟିତ୍ବ ନେଇଥିବାରୁ ଟାଟାକୁ ଅଭିନନ୍ଦନ ।"

ପ୍ରକାଶ ଥାଉକି, ତାଇୱାନ କମ୍ପାନୀ ଓ୍ବିଷ୍ଟ୍ରୋନ ଚୁକ୍ତିଭିର୍ତ୍ତିକ ଭାବରେ ଆଇ ଫୋନ ତିଆରି କରିବ । ଏହି କମ୍ପାନୀ କର୍ଣ୍ଣାଟକର ଦକ୍ଷିଣ ପୂର୍ବରେ ରହିଛି । ରିପୋର୍ଟ ଅନୁସାରେ, ଆଗାମୀ 2024 ମାର୍ଚ୍ଚ ଭିତରେ 1.8 ବିଲିୟନ ଡଲାରର ଆପଲ ଆଇଫୋନ ତିଆରି କରିବ । ଟାଟା ଏହି ଫ୍ୟାକ୍ଟ୍ରିକୁ ଗ୍ଲୋବାଲ ମାର୍କେଟ ପାଇଁ iPhone 15ର ମାନୁଫ୍ୟାକ୍ଚରିଂ କରିବ ।

ଏହା ମଧ୍ୟ ପଢ଼ନ୍ତୁ.......Pixel 8 Pro vs iPhone 15 Pro: କଣ ରହିଛି ଅନ୍ତର, କାହାର ଫଚର ଭଲ ଜାଣନ୍ତୁ

ଓ୍ବିଷ୍ଟ୍ରୋନ ଫ୍ୟାକ୍ଟ୍ରିର ମୂଲ୍ୟ ପ୍ରାୟ 600 ମିଲିୟନ ଡଲାର । ଓ୍ବିଷ୍ଟ୍ରୋନ ସହ ଟାଟା ଗ୍ରୁପର ଏହି ଚୁକ୍ତିନାମା କରିବା ପାଇଁ ପ୍ରାୟ ବର୍ଷେ ଧରି ଆଲୋଚନା ଚାଲିଥିଲା । ଏହି ଫ୍ୟକ୍ଟ୍ରି ଆଇଫୋନ 14 ମଡେଲ ମେନୁଫେକ୍ଚରିଂ ପାଇଁ ଜଣାଶୁଣା । ତେବେ ଓ୍ବିଷ୍ଟ୍ରୋନ ଫ୍ୟାକ୍ଟ୍ରିରେ ପ୍ରାୟ 10ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଓ୍ବିଷ୍ଟ୍ରୋନ ଫ୍ୟାକ୍ଟ୍ରି 2008 ମସିହାରେ ଭାରତୀୟ ବଜାରରେ ପ୍ରାବେଶ କରିଥିଲା । ସେତେବେଳେ ଏହି କମ୍ପାନୀ ଡିଭାଇସକୁ ରିପେୟାର କରିବାର ସୁବିଧା ଯୋଗାଉଥିଲା । ଏହା ପରେ 2017ରେ କମ୍ପାନୀ ନିଜ କାର୍ଯ୍ୟକୁ ବିସ୍ତାର କରି ଆପଲ ପାଇଁ ଆଇଫୋଲ ଉତ୍ପାଦନ କରିବା ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.