ETV Bharat / science-and-technology

Pixel 8 Pro vs iPhone 15 Pro: କଣ ରହିଛି ଅନ୍ତର, କାହାର ଫଚର ଭଲ ଜାଣନ୍ତୁ

author img

By ETV Bharat Odisha Team

Published : Oct 5, 2023, 4:28 PM IST

Pixel 8 Pro vs iPhone 15 Pro
Pixel 8 Pro vs iPhone 15 Pro

ଫୋନ କିଣିବା ପାଇଁ ଚିନ୍ତିତ ରହିଛନ୍ତି କି? Pixel 8 Pro ଏବଂ iPhone 15 Pro ମଧ୍ୟରେ କେଉଁଟା କିଣିବେ ଦ୍ବନ୍ଦରେ ରହୁଛନ୍ତି କି ? ପଢନ୍ତୁ ପୁରା ଖବର

ହାଇଦ୍ରାବାଦ: ଅକ୍ଟୋବର 4 ତାରିଖରେ ଗୁଗଲ ପିକ୍ସେଲ 8 ଏବଂ ପିକ୍ସେଲ 8 ପ୍ରୋ ଫୋନ ଲଞ୍ଚ କରିଛି । ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଏହି ଦୁଇଟି ଫୋନର ପ୍ରି-ବୁକିଂ ଆରମ୍ଭ ହୋଇଛି । ତେବେ ନିକଟରେ ଅର୍ଥାତ ସେପ୍ଟେମ୍ବର 12 ତାରିଖରେ ଆପଲ ଆଇଫୋନ 15 ସରିଜ ଲଞ୍ଚ କରିଥିଲା । ଯେଉଁଥିରେ କମ୍ପାନୀ ଆଇଫୋନ୍ 15, ଆଇଫୋନ୍ 15 ପ୍ଲସ୍, ଆଇଫୋନ୍ 15 ପ୍ରୋ ଏବଂ ଆଇଫୋନ୍ 15 ପ୍ରୋ ମ୍ୟାକ୍ସ ଲଞ୍ଚ କରିଥିଲା । ତେବେ ଏହି ଦୁଇଟି ଫୋନ ମଧ୍ୟରୁ କେଉଁଟା କମ ମୂଲ୍ୟରେ ଭଲ ଫିଚର ଫୋନ ଜାଣିବାକୁ ଚାହୁଁଛନ୍ତି ତେବେ ନିମ୍ନ ଲିଖିତ ତଥ୍ୟ ଉପରେ ନଜର ପକାନ୍ତୁ । ଜାଣନ୍ତୁ ଦୁଇଟି ଫୋନ ମଧ୍ୟରେ ପାର୍ଥକ୍ୟ

Pixel 8 Pro ଫିଚର ଏହଂ ସ୍ସେସିଫିକେସନ: ଅନ୍ୟପଟେ ପିକ୍ସେଲ 8 ପ୍ରୋରେ 120Hz ରିଫ୍ରେସ ରେଟ ସହିତ 6.7 ଇଞ୍ଚର Super Actua ଡିସପ୍ଲେ ରହିଛି । ଏଥିରେ 2400 ନିଟ୍ସର ପିକ ବ୍ରାଇଟନେସ ରହିଛି । ଏହି ଦୁଇଟି ସ୍ମାର୍ଟଫୋନ ଗୁଗଲର ଇନହାଉସ Tensor G3 ଚିପସେଟରେ କାମ କରେ । ପିକ୍ସେଲ 8 ପ୍ରୋରେ ଟ୍ରିପଲ କ୍ୟାମେରା ସେଟଅପ ରହିଛି । ଯେଉଁଥିରେ 48MP ଅଲଟ୍ରାଓ୍ବାଇଡ, 50MP ଓ୍ବାଇଡ ଲେନ୍ସ ଏବଂ 48MPର ଟେଲିଫଟୋ ଲେନ୍ସ 5X ଅପ୍ଟିକାଲ ଜୁମ କରିବାର ସୁବିଧା ରହିଛି । ଫ୍ରଣ୍ଟରେ 10.5MPର କ୍ୟାମେରା ରହିଛି । ତେବେ ପ୍ରୋ ମଡେଲରେ ଏକ ଟେମ୍ପ୍ରେଚର ସ୍ପେନ୍ସର ମିଳିଥାଏ । ଯାହା ସାହାଯ୍ୟରେ ଆପଣ ନିଜ ଶରୀରର ତାପମାତ୍ରା ମଧ୍ୟ ମାପି ପାରିବେ । ଅନ୍ୟପଟେ ପିକ୍ସେଲ ଏକ୍ସ ପ୍ରୋରେ 5050 ଏମଏଚ ବ୍ୟାଟେରୀ ଏବଂ 30 ଓ୍ବାଟର ଫାଷ୍ଟ ଚାର୍ଜିଂର ସୁବିଧା ରହିଛି ।

iPhone 15 Proର ଫିଚର ଏବଂ ସ୍ସେସିଫିକେସନ: ଆଇଫୋନ 15ପ୍ରୋରେ 6.1 ଇଞ୍ଚର OLED ଡିସପ୍ଲେ ରହିଛି । ଯେଉଁଥିରେ 2556x1179 ପିକ୍ସେଲର ରିଜେଲ୍ୟୁସନ ଏବଂ 120HZର ରିଫ୍ରେସ ରେଟ ମିଳିଥାଏ । ଆପଲର ଏହି ଫୋନ iOS17ରେ ରନ କରୁଥିବା ବେଳେ ଲାଟେଷ୍ଟ A17 Pro ଚିପସେଟ ଦିଆଯାଇଛି । ଏହାସହିତ ଆଇଫୋନ 15 ପ୍ରୋରେ ଅକ୍ସନ ବଟନ, ଡାଇନାମିକ ଆଇଲେଣ୍ଡ, ଆଲଓ୍ବେସ ଅନ ଡିସପ୍ଲେ, ପାଣି ଏବଂ ଡଷ୍ଟ ପାଇଁ IP68 ରେଟିଂ ରହିଛି ।

iPhone 15 Pro କ୍ୟାମେରା ସେଟଅପର କଥା କହିଲେ ଏହାର ରିୟର ପ୍ୟାନେଲରେ ଟ୍ରିପଲ କ୍ୟାମେରା ସେଟଅପ ଦିଆଯାଇଛି । ଯେଉଁଥିରେ 48MP ଓ୍ବାଇଡ କ୍ୟାମେରା, 12MP ଅଲଟ୍ରା ଓ୍ବାଇଡ କ୍ୟାମେରା ଏବଂ 12 MP ଟେଲିଫଟୋ କ୍ୟାମେରା ଦିଆଯାଇଛି। ସେଲ୍ଫି ପାଇଁ ଫୋନରେ 12MP କ୍ୟାମେରା ଦିଆଯାଇଛି । ବ୍ୟାଟେରୀ କଥା କହିଲେ iPhone 15 Proରେ 23 ଘଣ୍ଟା ପ୍ଲେବେକ ଭିଡିଓ ଓ୍ବାରେଣ୍ଟି ମିଳିଥାଏ ।

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟଫୋନ ପ୍ରେମୀଙ୍କ ପାଇଁ ଆସୁଛି ଖୁସିର ଦିନ, ୟୁଜର୍ସଙ୍କ ମନ କିଣିବ ଏହି ଫିଚରଫୁଲ୍‌ ସ୍ମାର୍ଟଫୋନ୍‌

Pixel 8 Pro vs iPhone 15 Proର ଦାମ: ଗୁଗଲ ପିକ୍ସେଲ 8 ପ୍ରୋର ଦାମ 93,999 ରଖିଛି । ଯେଉଁଥିରେ 9000 ହଜାର ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟ ଏବଂ 4000 ଟଙ୍କାର ଏକ୍ସଚେଞ୍ଜ ଅଫର ରହିଛି । ଅନ୍ୟପଟେ ଆଇଫୋନ 15 ପ୍ରୋର ଦାମ 1ଲକ୍ଷ 34 ହଜାର 999 ଟଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.