ETV Bharat / science-and-technology

ସ୍ମାର୍ଟଫୋନ ପ୍ରେମୀଙ୍କ ପାଇଁ ଆସୁଛି ଖୁସିର ଦିନ, ୟୁଜର୍ସଙ୍କ ମନ କିଣିବ ଏହି ଫିଚରଫୁଲ୍‌ ସ୍ମାର୍ଟଫୋନ୍‌

author img

By ETV Bharat Odisha Team

Published : Oct 2, 2023, 1:58 PM IST

ଅକ୍ଟୋବର 4 ତାରିଖରେ ୩ଟି ସ୍ମାର୍ଟଫୋନ କମ୍ପାନୀ ୫ଟି ଫୋନ ଲଞ୍ଚ କରିବାକୁ ଯାଉଛି । ତେବେ ଜାଣନ୍ତୁ କଣ ରହିଛି ଫିଚର

five smartphone launching on 4
five smartphone launching on 4

ହାଇଦ୍ରାବାଦ: ସ୍ମାର୍ଟଫୋନ ଲଭରଙ୍କ ପାଇଁ ଖୁସି ଖବର । ସ୍ମାର୍ଟଫୋନ ଅପଗ୍ରେଡ କରିବାକୁ ଚାହୁଁଥିଲେ ଆସିବାକୁ ଯାଉଛି ଖୁସିର ଦିନ। ଅକ୍ଟୋବର ୪ ତାରିଖରେ ଲଞ୍ଚ ହେବାକୁ ଯାଉଛି ୫ଟି ସ୍ମାର୍ଟଫୋନ । ଗୁଗୁଲ ବଜାରରେ ଏହାର ନୂତନ ପିକ୍ସେଲ ସିରିଜ୍ ଲଞ୍ଚ କରିବ । ଭିଭୋ ଅକ୍ଟୋବର ୪ ତାରିଖରେ ଭିଭୋ V29 ସିରିଜ୍ ଲଞ୍ଚ କରିବ । ସେହିଭଳି କୋରିଆ କମ୍ପାନୀ ସାମସଙ୍ଗ ଉକ୍ତ ଦିନରେ ସାମସଙ୍ଗ୍‌ ଗ୍ୟାଲାକ୍ସି S23 FE 5G ଲଞ୍ଚ କରିବ ।

ସ୍ପେସ ଏବଂ ଦାମ୍: ଅକ୍ଟୋବର 4ରେ ସାମସଙ୍ଗ ସାମସଙ୍ଗ ଗାଲାକ୍ସି S23 FE ସ୍ମାର୍ଟଫୋନ୍ ଲଞ୍ଚ କରିବ । ସୂଚନା ଅନୁସାରେ, ସ୍ମାର୍ଟଫୋନକୁ କମ୍ପାନୀ 2 ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରିପାରିବ ଯାହା 8GB/128GB ଏବଂ 8GB/256GB । ଫୋନର ମୂଲ୍ୟ ଯଥାକ୍ରମେ 54,999 ଏବଂ 59,999 ଟଙ୍କା ହୋଇପାରେ । ମୋବାଇଲରେ 6.3 ଇଞ୍ଚର ଡିସ୍‌ ପ୍ଲେ' FHD + ରିଜେଲ୍ୟୁସନ ସହିତ 120Hzର ରିଫ୍ରେସ ରେଟ ମିଳିବ । ସ୍ମାର୍ଟଫୋନ ସ୍ମାର୍ଟ ଡ୍ରାଗନ 8 ଜେନ 1 ଏବଂ Exynos 2200 ଚିପସେଟ ଉପରେ ଆଧାରିତ ହେବ ।

ଫଟୋଗ୍ରାଫି ପାଇଁ, ଫୋନରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିବ ଯେଉଁଥିରେ 50MP ପ୍ରାଇମେରୀ ଲେନ୍ସ, 8MP ଅଲ୍ଟ୍ରା-ୱାଇଡ୍ ସେନ୍ସର ଏବଂ 3x ଅପ୍ଟିକାଲ୍ ଜୁମ୍ ସପୋର୍ଟ ସହିତ 12MP ଟେଲିଫୋଟୋ ଲେନ୍ସ ରହିବ । ଫ୍ରଣ୍ଟରେ 10MP କ୍ୟାମେରା ରହିଛି । ବ୍ୟାଟେରୀ ବିଷୟରେ କହିବାକୁ ଗଲେ, ସାମସଙ୍ଗ ଗାଲାକ୍ସି S23 FE 25W ଫାଷ୍ଟ ଚାର୍ଜିଂ ସହିତ 4,500mAh କ୍ଷମତା ସମ୍ପନ୍ନ ବ୍ୟାଟେରୀ ରହିଛି ।

ଏହା ମଧ୍ୟ ପଢନ୍ତୁ: Best Battery Smartphone: ଦାମ ଶସ୍ତା, ଥରେ ଚାର୍ଜ କଲେ 2 ଦିନ ଚାଲିବ ଏସବୁ ଫୋନ୍‌

ଗୁଗଲ ପିକ୍ସଲ ୮ ସିରିଜ: ଅକ୍ଟୋବର 4 ରେ ଗୁଗଲ୍ ପିକ୍ସେଲ 8 ସିରିଜ୍ ଲଞ୍ଚ କରିବ । ଏହି ସିରିଜ୍ ଅଧୀନରେ ପିକ୍ସେଲ 8 ଏବଂ 8 ପ୍ରୋ' ସ୍ମାର୍ଟଫୋନ୍ ଲଞ୍ଚ ହେବ । ବେସ୍ ମଡେଲରେ ଡୁଆଲ୍ କ୍ୟାମେରା ସେଟଅପ ମଳିବ ଏବଂ ପ୍ରୋ ମଡେଲରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପର ସୁବିଧା ରହିଛି । ଯେଉଁଥିରେ 48MP ଟେଲିଫୋଟୋ ଲେନ୍ସ ରହିପାରିବ । ତେବେ ପ୍ରୋ ମଡେଲରର ମୂଲ୍ୟ 100 ଡଲାର ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି । ଭାରତରେ ଏହି ସିରିଜ୍ 65,000ରୁ ଆରମ୍ଭ ହୋଇପାରେ । ପ୍ରୋ' ମଡେଲର ମୂଲ୍ୟ ପ୍ରାୟ 90,000 ଟଙ୍କା ହୋଇପାରେ ବୋଲି ଜଣାପଡ଼ିଛି। କମ୍ପାନୀର ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ମୋବାଇଲ୍ ଫୋନର ଲଞ୍ଚ୍‌ ଇଭେଣ୍ଟ୍‌ ଦେଖିପାରିବେ । ଅନ୍ୟପଟେ ଓ୍ବାନ୍‌ପ୍ଲସ୍‌ ମଧ୍ୟ କିଛି ନୂଆ ଫିଚର ସହ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ୍‌ କରିପାରେ ବୋଲି ସୂଚନା ମିଳିଛି । Vivo V29 ମଧ୍ୟ ଲଞ୍ଚ ହେବା ନେଇ ଖବର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.