ETV Bharat / science-and-technology

Best Battery Smartphone: ଦାମ ଶସ୍ତା, ଥରେ ଚାର୍ଜ କଲେ 2 ଦିନ ଚାଲିବ ଏସବୁ ଫୋନ୍‌

author img

By ETV Bharat Odisha Team

Published : Sep 29, 2023, 1:59 PM IST

Updated : Sep 29, 2023, 2:15 PM IST

Best Battery Smartphone
Best Battery Smartphone

ମାର୍କେଟକୁ ଆସିଥିବା ପ୍ରାୟ ଫୋନରେ 4500mAh କିମ୍ବା 5000mAhର ବ୍ଯାଟେରୀ ରହିଥାଏ । ତେବେ ଜାଣନ୍ତୁ କେଉଁ ଫୋନରେ ରହିଛି 6000mAh ବ୍ୟାଟେରୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜିକା ସମୟରେ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରନ୍ତି। ଫୋନ ବିନା ବଞ୍ଚିବା ଅସମ୍ଭବ ଭଳି ମନେ କରୁଛନ୍ତି ଜନସାଧାରଣ। ତେବେ ସ୍ମାର୍ଟଫୋନର ବ୍ୟାଟେରୀ ମନୁଷ୍ୟର ଜୀବନ ଭଳି, ଯଦି ବ୍ୟାଟେରୀ ସରିଯାଏ ତେବେ ଫୋନ କୌଣସି କାର୍ଯ୍ୟରେ ବ୍ୟବହାର ହୋଇପାରେ ନାହିଁ। ଆଜିକା ସମୟରେ ସମସ୍ତେ ଅଧିକ ସମୟ ଟାର୍ଜ ରହୁଥିବା ଫୋନ କିଣିବାକୁ ଚାହାନ୍ତି। ଯେପରିକି ଥରେ ଚାର୍ଜ କରିଲେ 2 ଦିନ ପର୍ଯ୍ୟନ୍ତ ଆବଶ୍ୟକତା ରହିବ ନାହିଁ।

ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜାରକୁ ଅନେକ ଲଙ୍ଗ ଲାଷ୍ଟିଂ ଫୋନ ଆସିଲାଣି। ତେବେ ଆପଣ ମଧ୍ୟ ଲଙ୍ଗ ଲାଷ୍ଟିଂ ବ୍ୟାଟେରୀ ଚାହୁଁଛନ୍ତି କି? ନଜର ପକାନ୍ତୁ 6000mAh ବ୍ୟାଟେରୀ ଫୋନ ଉପରେ। ଯାହା କେବଳ ବଜେଟରେ ଫିଟ୍ ହେବ ନାହିଁ, ବରଂ ବାରମ୍ବାର ଚାର୍ଜ କରିବାକୁ ମଧ୍ୟ ପଡିବ ନାହିଁ।

Samsung Galaxy F34: ଏହି ସାମସଙ୍ଗ ମୋବାଇଲରେ 6.5 ଇଞ୍ଚ ସୁପର AMOLED ଡିସପ୍ଲେ ଅଛି ଏବଂ ଏଥିରେ 120Hz ରିଫ୍ରେସ ରେଟ ମିଳିଥାଏ। କମ୍ପାନୀ ସାମସଙ୍ଗ ଗାଲାକ୍ସି F34 ଫୋନରେ ଇନ୍-ହାଉସ୍ Exynos1280 ଚିପସେଟ୍ ଦେଇଛି। ଯାହା 6 RAM ଏବଂ 128GB ଷ୍ଟୋରେଜ୍ ସହିତ ପେମ୍ବର କରାଯାଇଛି। ସାମସଙ୍ଗ ଗାଲାକ୍ସି F34 ଫୋନରେ 50MP ପ୍ରାଇମେରୀ କ୍ୟାମେରା ଏବଂ 13MP ଫ୍ରଣ୍ଟ କ୍ୟାମେରା ରହିଛି। ଏହି ଫୋନରେ ପାଓ୍ବାର ପାଇଁ 6000mAh ବ୍ୟାଟେରୀ ଅଛି, ଯାହା USB ଟାଇପ୍ ସି ପୋର୍ଟ ଏବଂ ଫାଷ୍ଟ ଚାର୍ଜିଂ ଚାର୍ଜର ଅଟେ। ଏତେ ଅନେକ ପ୍ରକାର ଫିଚର ମିଳିଥୁବା ଏହି ଫୋନର ଦାମ ମାତ୍ର 19 ହଜାର 999 ଅଟେ।

ଏହା ମଧ୍ୟ ପଢନ୍ତୁ: Best Smartphone: ଚଳିତ ମାସର ଲଞ୍ଚ ହୋଇଥିବା ସବୁଠାରୁ ବେଷ୍ଟ ଫୋନ, ପସନ୍ଦ ଆସୁଛି ଏହି ମଡେଲ

Moto G54 256GB: ଏହି ମୋଟୋରୋଲା ଫୋନର ମୂଲ୍ୟ 18,999 ଟଙ୍କା ରହିଛି। ଏଥିରେ 6.5 ଇଞ୍ଚ LCD ଡିସପ୍ଲେ ଅଛି, ଯାହାର ରିଫ୍ରେସ ରେଟ 120Hz ଅଟେ। Moto G54 256GBରେ ମିଡିଆଟେକ ଡାଇମେନସିଟି 7020 ଚିପସେଟ ଅଛି। ଏହା ବ୍ୟତୀତ ଏଥିରେ 12GB RAM ଏବଂ 256GB ଷ୍ଟୋରେଜ ରହିଛି। ଏଥିରେ ମଧ୍ୟ 6000mAh ବ୍ୟାଟେରୀ ରହିଛି। ଏହାର ଚାର୍ଜର ମଧ୍ୟ ୟୁଏସବି ଟାଇପ ସି। ଯଦି କ୍ୟାମେରା କଥା ଦେଖିବା ତାହେଲେ 50MPର ପ୍ରାଇମେରୀ କ୍ୟାମେରା ଏବଂ 8MPର ସେକେଣ୍ଡାରୀ କ୍ୟାମେରା ରହିଛି। ସେଲଫି ପାଇଁ ଫୋନରେ 16MP ଫ୍ରଣ୍ଟ କ୍ୟାମେରା ରହିଛି।

Infinix Smart 7: ଏହି ଇନଫିନିକ୍ସ ଫୋନର ମୂଲ୍ୟ ସବୁଠାରୁ କମ ରହିଥିବା ବେଳେ ବ୍ୟାଟେରୀ କିନ୍ତୁ ଲଙ୍ଗ ଲାଷ୍ଟିଂ ରହିଛି। ଏହି ଫୋନର ଦାମ 6,569 ଟଙ୍କା ରହିଛି। ଏହି ଫୋନରେ ୟୁନିସୋକ SC9863A ପ୍ରୋସେସର ଅଛି ଯାହା 4GB RAM ଏବଂ 64GB ଷ୍ଟୋରେଜ ସହିତ ଜଡିତ। 6000mAh ବ୍ୟାଟେରୀ ସାଙ୍ଗକୁ ଟାଇପ ସି ଚାର୍ଜର ରହିଛି। ଇନଫିନିକ୍ସ ସ୍ମାର୍ଟ 7 ଫୋନରେ 6.6 ଇଞ୍ଚ LCD ଡିସପ୍ଲେ ଅଛି, ଯାହାର ରିଫ୍ରେସ ହାର 60Hz ଅଟେ। କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ 13MP ପ୍ରାଇମେରୀ କ୍ୟାମେରା ଏବଂ 5MP ଫ୍ରଣ୍ଟ କ୍ୟାମେରା ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 29, 2023, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.