ETV Bharat / science-and-technology

Best Smartphone: ଚଳିତ ମାସର ଲଞ୍ଚ ହୋଇଥିବା ସବୁଠାରୁ ବେଷ୍ଟ ଫୋନ, ପସନ୍ଦ ଆସୁଛି ଏହି ମଡେଲ

author img

By

Published : Jul 31, 2023, 1:01 PM IST

Best Smartphone
Best Smartphone

ଜୁଲାଇ ମାସରେ ଏକରୁ ଅଧିକ ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି । ଯଦି ଆପଣ ଏକ ନୂଆ ଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ତାଲିକା ଯାଞ୍ଚ କରନ୍ତୁ। ଜାଣନ୍ତୁ ସାମସଙ୍ଗ, ମୋଟରୋଲା, ନଥିଙ୍ଗ ଏବଂ ଓପୋରୁ ସ୍ମାର୍ଟଫୋନ୍ ମଧ୍ୟରୁ କେଉଁଟା ବେଷ୍ଟ ଫୋନ

ହାଇଦ୍ରାବାଦ: ଜୁଲାଇ ମାସରେ 6ରୁ ଅଧିକ ସ୍ମାର୍ଟ ଫୋନ୍‌ ଲଞ୍ଚ ହୋଇଛି । ବଜେଟ୍, ମିଡ୍ ରେଞ୍ଜ, ଫ୍ଲାଗସିପ୍‌ଠାରୁ ପ୍ରିମିୟମ୍ କାଟାଗୋରୀକୁ ଫୋନ୍‌ ଲଞ୍ଚ୍‌ ହୋଇଛି । ଯଦି ଆପଣ ମଧ୍ୟ ଫୋନ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହି ବିବରଣୀକୁ ନିଶ୍ଚିତ ପଢନ୍ତୁ । IQOO ଏବଂ Realme ମିଡ୍‌ ରେଞ୍ଜ୍‌ ସେଗ୍‌ମେଣ୍ଟରେ ଫୋନ୍ ଲଞ୍ଚ କରିଥିବାବେଳେ ମୋଟରୋଲା ଏବଂ ସାମ୍‌ସଙ୍ଗ୍‌ ଫୋଲଡେବଲ୍ ଏବଂ ଫ୍ଲିପ୍ ଫୋନ୍ ବଜାରରେ ଲଞ୍ଚ ହୋଇଛି । ଏହାସହ ନଥିଙ୍ଗ ଫୋନ 2 ମଧ୍ୟ ଲଞ୍ଚ ହୋଇଛି । ତେବେ ଜାଣନ୍ତୁ ଚଳିତ ମାସରେ ଲଞ୍ଚ ହୋଇଥିବା ସବୁଠାରୁ ବେଷ୍ଟ ଫୋନ ବିଷୟରେ...

ସାମସଙ୍ଗ ଗାଲାକ୍ସି Z ଫୋଲ୍ଡ 5 ଏବଂ Z ଫ୍ଲିପ 5: ନିକଟରେ ଏହି ଦୁଇଟି ସ୍ମାର୍ଟଫୋନକୁ କମ୍ପାନୀ ସିଓଲରୁ ଲଞ୍ଚ କରିଛି । ଗାଲାକ୍ସି Zଫୋଲ୍ଡ 5ରେ, କମ୍ପାନୀ ପୂର୍ବ ଫୋନ୍ ଅପେକ୍ଷା ଏକ ଭଲ ହିଞ୍ଜ(Flexible Folding Quality) ଦେଇଛି, ଯେଉଁଥିପାଇଁ ସ୍କ୍ରିନ୍ ମଧ୍ୟରେ ଥିବା ଫାଙ୍କା ବା ସ୍ପେସକୁ ହ୍ରାସ କରାଯାଇଛି । ସ୍ମାର୍ଟଫୋନରେ 6.2 ଇଞ୍ଚର FHD+ କଭର ଡିସ୍‌ପ୍ଲେ ରହିଛି । ଏହାସହ ସ୍କ୍ରିନର ଲମ୍ବ 7.6 ଇଞ୍ଚ ରହିଛି । ଉଭୟ ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ 8 ଜେନ 2 ପ୍ରୋସେସର ଏବଂ 10MPର ସେଲଫି କ୍ୟାମେରା ରହିଛି ।

ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ୍ 5ରେ 3.4-ଇଞ୍ଚ୍ ସୁପର AMOLED କଭର୍ ଡିସପ୍ଲେ ଏବଂ 6.7-ଇଞ୍ଚ୍ FHD + ଡିସପ୍ଲେ ରହିଛି ଯାହାକି 120Hzର ରିଫ୍ରେସ ରେଟର ସପୋର୍ଟ କରିଥାଏ । ଉଭୟ ସ୍ମାର୍ଟଫୋନ୍ IPX8 ରେଟିଂ, 12MP ମେନ କ୍ୟାମେରା ଏବଂ 25W ଫାଷ୍ଟ ଚାର୍ଜିଂ ସୁବିଧା ମିଳିଥାଏ । ଗାଲାକ୍ସି ଜେଡ୍‌ ଫୋଲ୍ଡ 5ରେ 4400mAhର ବ୍ୟାଟେରୀ ରହିଥିବା ବେଳେ ଗାଲାକ୍ସି z ଫ୍ଲିପ 5ରେ 3,700mAh ବ୍ୟାଟେରୀ ରହିଛି ।

Motorola Razor 40 ସିରିଜ: ଏହି ମାସ ଆରମ୍ଭରେ, ମୋଟରୋଲାରେ ମୋଟରୋଲା ରେଜର 40 ଏବଂ 40 ଅଲଟ୍ରା ସ୍ମାର୍ଟଫୋନ୍ ଲଞ୍ଚ ହୋଇଥିଲା । ମୋଟରୋଲା ଅଲ୍ଟ୍ରାରେ 6.9-ଇଞ୍ଚର ମେନ୍‌ ଡିସପ୍ଲେ 165 ରିଫ୍ରେସ ରେଟ ସହିତ 3.6-ଇଞ୍ଚର କଭର ଡିସପ୍ଲେ 120hzର ରିଫ୍ରେସ ରେଟ୍‌ ରହିଛି । ଏହା ବର୍ତ୍ତମାନ ଦୁନିଆର ସବୁଠାରୁ ପତଳା ଏବଂ ସର୍ବ ବୃହତ କଭର ଡିସପ୍ଲେ ଫୋନ ଅଟେ । ଉଭୟ ସ୍ମାର୍ଟଫୋନରେ 32MP ସେଲ୍‌ଫି କ୍ୟାମେରା ଏବଂ ଫ୍ଲେକ୍ସ ମୋଡ୍ ହିଞ୍ଜ୍‌ ସୁବିଧା ରହିଛି । ରେଜର 40ରେ 4,200mAhର ବ୍ୟାଟେରୀ ଉପଲବ୍ଧ ଥିବାବେଳେ କମ୍ପାନୀ ରଜର 40 ଅଲ୍‌ଟ୍ରାରେ 3,800mAh ବ୍ୟାଟେରୀ ଦେଇଛି । ଉଭୟ ମଡେଲ୍ ଓ୍ବାଇରଲେସ ଚାର୍ଜିଂକୁ ସପୋର୍ଟ କରୁଛି ।

Nothing Phone 2: ନଥିଂ 11 ଜୁଲାଇରେ ଟ୍ରାନ୍ସପାରେଣ୍ଟ ଫୋନ ଲଞ୍ଚ କରିଛି । ଏଥିରେ ସ୍ନାପ୍‌ଡ୍ରୋଗନ 8+ଜେନ 1 ଫ୍ଲାଗସିପ୍ ଚିପସେଟ, 4,700mAh ବ୍ୟାଟେରୀ ରହିଛି । ଏଥର ସ୍ମାର୍ଟଫୋନରେ ଏକ ଭିନ୍ନ ଡିଜାଇନର ଗ୍ଲିଫ ଇଣ୍ଟରଫେସ୍ ଉପଲବ୍ଧ ରହିଛି । ମୋବାଇଲ୍ ଫୋନର ମୂଲ୍ୟ 44,999ରୁ ଆରମ୍ଭ ହେଉଛି । ଲୋକମାନେ ମଧ୍ୟ ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଆଜି ଲଞ୍ଚ ହେବେ Motorola razr 40 Series, ଜାଣନ୍ତୁ କେତେ ରହିବ ଦାମ

Oppo Reno10 ସିରିଜ: ଓପୋ ରେନୋ 10 ସିରିଜ୍ ଅଧୀନରେ 3ଟି ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏଥିରେ ରେନୋ 10, ରେନୋ 10 ପ୍ରୋ ଏବଂ ରେନୋ 10 ପ୍ରୋ+ ରହିଛି । ଓପୋ ରେନୋ 10 ପ୍ରୋ ପ୍ଲସରେ 64MP ସେନ୍ସର, ସ୍ନାପ୍‌ ଡ୍ରାଗନ୍ 8+ ଜେନ 1 ପ୍ରୋସେସର, 100W ଫାଷ୍ଟ ଚାର୍ଜିଂ ସହିତ 4,700mAh ବ୍ୟାଟେରୀ ଏବଂ 32MP ଫ୍ରଣ୍ଟ୍‌ କ୍ୟାମେରା ରହିଛି ।

ଓପୋ ରେନୋ 10 ପ୍ରୋ ସ୍ନାପଡ୍ରାଗନ୍ 778 ଜି ଚିପସେଟ୍, 80W ଫାଷ୍ଟ ଚାର୍ଜିଂ ସହିତ 4,600mAh ବ୍ୟାଟେରୀ ଏବଂ 50MP ପ୍ରାଇମେରୀ କ୍ୟାମେରା ରହିଛି । ବେସ୍ ମଡେଲରେ ମିଡିଆଟେକ୍ ଡାଇମେନସନ 7050 ଚିପ୍‌ସେଟ୍‌, 64MP ମେନ୍ କ୍ୟାମେରା ଏବଂ 67W ଫାଷ୍ଟ ଚାର୍ଜିଂ ସହିତ 5000mAh ବ୍ୟାଟେରୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.