ETV Bharat / science-and-technology

ଆଜି ଲଞ୍ଚ ହେବେ Motorola razr 40 Series, ଜାଣନ୍ତୁ କେତେ ରହିବ ଦାମ

author img

By

Published : Jul 3, 2023, 12:33 PM IST

ଆଜି ସନ୍ଧ୍ୟା 5 ଟାରେ ଲଞ୍ଚ ହେବ ମୋଟୋରେଲାର ଦୁଇଟି ଫୋନ। ଆମାଜନରେ ମିଳିବ ଏହି ଫୋନ। ଅଧିକ ପଢନ୍ତୁ

Motorola razr 40 Series
Motorola razr 40 Series

ହାଇଦ୍ରାବାଦ: ଶେଷରେ ଅପେକ୍ଷା ଆଜି ଶେଷ ହେବାକୁ ଯାଉଛି । ସ୍ମାର୍ଟଫୋନ ବ୍ରାଣ୍ଡ୍‌ Motorola ଆଜି ଭାରତରେ ଆଉ ଏକ ନୂଆ ମଡେଲର ଫୋନକୁ ଲଞ୍ଚ କରିବାକୁ ଯାଉଛି । ଆଜି ସନ୍ଧ୍ୟାରେ ମୋଟରୋଲାର 2ଟି ନୂତନ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । କମ୍ପାନୀ ଆଜି ଅପରାହ୍ନ 5 ଟାରେ ମୋଟରୋଲା ରଜର 40 ସିରିଜ୍ ଲଞ୍ଚ କରିବ । ଏହି ସିରିଜ୍ ଅଧୀନରେ 2ଟି ସ୍ମାର୍ଟଫୋନ୍ ଲଞ୍ଚ ହେବ ଯେଉଁଥିରେ ମୋଟରୋଲା razr 40 ଏବଂ 40 ଅଲଟ୍ରା । କମ୍ପାନୀର ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଘରେ ବସି ଲଞ୍ଚ ଇଭେଣ୍ଟ ଦେଖିପାରିବେ । ତେବେ ଜାଣନ୍ତୁ ଉଭୟ ଫୋନର ସ୍ପେସ ଏବଂ କେତେ ରହିବ ଦାମ ।

Motorola razr 40: ଏହି ସ୍ମାର୍ଟଫୋନରେ କମ୍ପାନୀ ସ୍ନାପଡ୍ରାଗନ୍ 7 Gen 1 SoC, 8 ଜିବି ରୋମ୍, 256 ଜିବି ଷ୍ଟୋରେଜ୍, 6.9-ଇଞ୍ଚ ଭିତର FHD + AMOLED ଡିସପ୍ଲେ ଏବଂ 1.9-ଇଞ୍ଚ AMOLED ଡିସପ୍ଲେ ରହିବ । ଫଟୋଗ୍ରାଫି ପାଇଁ ଫୋନରେ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ହେବ । ଯେଉଁଥିରେ 64MP ପ୍ରାଇମେରି କ୍ୟାମେରା ଏବଂ 13MP ଅଲଟ୍ରାୱାଇଡ୍ ସେନ୍ସର ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଆଗରେ ଏକ 32MP କ୍ୟାମେରା ଉପଲବ୍ଧ ହେବ । ମୋବାଇଲ୍ ଫୋନର ମୂଲ୍ୟ 59,999 ରୁ ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ: Samsung Galaxy: ଲଞ୍ଚ ପୂର୍ବରୁ ଲିକ୍‌ ହେଲା ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ 5ର କଲର

Motorola Razr 40 Ultra: ଏହି ସ୍ମାର୍ଟଫୋନରେ, କମ୍ପାନୀର 3.6 ଇଞ୍ଚର OLED କଭର ଡିସପ୍ଲେ ସହିତ 144hz, 6.9 -ଇଞ୍ଚର ଇନର FHD + AMOLED ଡିସପ୍ଲେ ସହିତ 165hz, ସ୍ନାପଡ୍ରାଗନ୍ 8+ ଜେନ 1 ଚିପସେଟ ଏବଂ 3800 mAh ବ୍ୟାଟେରୀ ରହିବ । 30Wର ଫାଷ୍ଟ ଚାର୍ଜିଂ ସ୍ମାର୍ଟଫୋନରେ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ରହିବ । ଯେଉଁଥିରେ 12MP ମେନ କ୍ୟାମେରା ଏବଂ 13MP ଅଲଟ୍ରାୱାଇଡ୍ ସେନ୍ସର ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଆଗରେ ଏକ 32MP କ୍ୟାମେରା ଉପଲବ୍ଧ ହେବ । ମୋବାଇଲ୍ ଫୋନର ମୂଲ୍ୟ ପ୍ରାୟ 80,000 ଟଙ୍କା ହୋଇପାରେ । ଅଲଟ୍ରା ମଡେଲର ମୂଲ୍ୟ ବର୍ତ୍ତମାନ ଯାଏଁ ଘୋଷଣା କରାଯାଇ ନାହିଁ । ମୋଟୋରୋଲାର ବେସ ମଡେଲ ଗ୍ରେ କଲର, ଚେରୀ କଲର, ବ୍ରାଇଟ ମୁନ ଏବଂ ହ୍ବାଇଟ ବା ଧଳା କଲର ମିଳିବ । ଅନ୍ୟପଟେ ମୋଟୋରୋଲା ରଜର 40 ଅଲଟ୍ରା ବ୍ଲାକ, ଆଇସ୍ କ୍ରିଷ୍ଟାଲ୍ ବ୍ଲୁ ଏବଂ ମ୍ୟାଜେଣ୍ଟାରେ ମିଳିବ ।

ଆସନ୍ତାକାଲି ଲଞ୍ଚ ହେବ ଏହି ଫୋନ: ମୋଟରୋଲା ପରେ, ଜୁଲାଇ 4ତାରିଖରେ IQ ଭାରତରେ ଏହାର ଇଣ୍ଡିପେଣ୍ଡେଣ୍ଟ ଗେମିଂ ଚିପ୍ IQOO Neo 7 Pro 5G ସ୍ମାର୍ଟଫୋନ୍ ଲଞ୍ଚ କରିବ । ଏହି ଫୋନ୍ 5000 mAh ବ୍ୟାଟେରୀ, ସ୍ନାପଡ୍ରାଗନ୍ 8+ ଜେନ 1, 50MP ପ୍ରାଇମେରୀ କ୍ୟାମେରା ରହିବ । ମୋବାଇଲ୍ ଫୋନର ମୂଲ୍ୟ 33,999 ରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.