ETV Bharat / science-and-technology

Samsung Galaxy: ଲଞ୍ଚ ପୂର୍ବରୁ ଲିକ୍‌ ହେଲା ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ 5ର କଲର

author img

By

Published : Jun 19, 2023, 5:50 PM IST

Updated : Jun 19, 2023, 6:23 PM IST

Samsung Galaxy
Samsung Galaxy

ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ 5 ଆଗାମୀ ମାସରେ ଲଞ୍ଚ ହେବାକୁ ଥିବା ବେଳେ ଏବେ କଲର ଲିକ ହୋଇଛି । ଜାଣନ୍ତୁ କେଉଁ କେଉଁ କଲର ଉପଲବ୍ଧ ହେବ ।

ହାଇଦ୍ରାବାଦ: ଲଞ୍ଚ ପୂର୍ବରୁ ଲିକ ହେଲା ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ 5ର କଲର। ଅନଲାଇନରେ ଏହାର କଲର ଲିକ ହୋଇଛି । ଆସନ୍ତା ମାସରେ ଲଞ୍ଚ ହେବା ପୂର୍ବରୁ ସାମସଙ୍ଗର ଆଗାମୀ ଗାଲାକ୍ସି ଜେଡ୍‌ ଫ୍ଲିପ୍ 5 ଏବଂ ଜେ ଫୋଲ୍ଡ ସ୍ମାର୍ଟଫୋନର କଲର ଲିକ୍ ହୋଇଛି । ଏହା ସୂଚିତ କରେ ଯେ Z Fold 5 ତିନୋଟି ଅନଲାଇନ୍-ସ୍ୱତନ୍ତ୍ର ରଙ୍ଗରେ ଆସିବ । ସାମସଙ୍ଗ୍‌ ମୋବାଇଲର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ପରବର୍ତ୍ତୀ-ଜେନ ଫୋଲଡେବଲ୍ ଡିଭାଇସ୍ ପାଇଁ କିଛି ଅନଲାଇନ-ଏକ୍ସକ୍ଲୁସିଭ୍ କଲର ଆଣିବ ।

ଟିପଷ୍ଟର ବୁଲିଗା ଡେଭିଡ ଖ୍ରୀଷ୍ଟିଆନଙ୍କ ଅନୁଯାୟୀ, Z Fold 5 ତିନୋଟି କଲର କ୍ରିମ, ଡାଇମଣ୍ଡ ଏବଂ ଫାଣ୍ଟମ ବ୍ଲାକ୍, ତିନୋଟି ଅନଲାଇନ୍-ଏକ୍ସକ୍ଲୁସିଭ୍ କଲର ବ୍ଲୁ, କରାଲ୍ ଏବଂ ପ୍ଲାଟିନମରେ ଉପଲବ୍ଧ ହୋଇପାରେ ବୋଲି ଜଣାପଡ଼ିଛି । ଜେଡ୍‌ ଫ୍ଲିପ୍ 5 ଆଠଟି ରଙ୍ଗରେ ଆସିବ ବୋଲି ଆଶା କରାଯାଉଛି ବ୍ଲୁ, କ୍ରିମ୍, କରାଲ୍, ଡାଇମଣ୍ଡ, ଗ୍ରାଫାଇଟ୍, ମିଷ୍ଟି ଗ୍ରୀନ୍, ପ୍ଲାଟିନମ, ହଳଦିଆ ଏବଂ ବ୍ଲୁ, ପ୍ଲାଟିନମ୍ ଏବଂ ହଳଦିଆ ଅନଲାଇନ୍-ଏକ୍ସକ୍ଲୁସିଭ୍ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ: Meta CEO Mark Zuckerberg: ଇନଷ୍ଟାଗ୍ରାମ ବନ୍ଦ କରିବାକୁ ଜୁକରବର୍ଗଙ୍କୁ ଚେତାବନୀ, ଏହା କହିଲା UI

ଏହା ବ୍ୟତୀତ ଟେକ୍ ଜିଆଣ୍ଟ୍ ଗାଲାକ୍ସି ଜେଡ୍‌ ଫ୍ଲିପ୍ 5ର ଏକ ନୂଆ ଆଧୁନିକ ସଂସ୍କରଣ ଆଣିବ ବୋଲି ଆଶା କରାଯାଉଛି । ଟିପଷ୍ଟର ବୁଲିଗା ଡେଭିଡ ଖ୍ରୀଷ୍ଟିଆନ ଆହୁରି ଉଲ୍ଲେଖ କରିଛି ଯେ ଗାଲାକ୍ସି ୱାଚ୍ 6 ତିନୋଟି ରଙ୍ଗ କ୍ରିମ୍, ଡାଇମଣ୍ଡ ଏବଂ ଗ୍ରାଫାଇଟ୍‌ରେ ଉପଲବ୍ଧ ଥିବାବେଳେ ୱାଚ୍-6 କ୍ଲାସିକ୍ ଦୁଇଟି ରଙ୍ଗ ବ୍ଲାକ୍ ଏବଂ ପ୍ଲାଟିନମ୍ (କିମ୍ବା ସିଲଭର)ରେ ଆସିବ ।

ଆଗାମୀ ଗାଲାକ୍ସି ଟ୍ୟାବ୍ S9 ଦୁଇଟି ରଙ୍ଗ କ୍ରିମ୍ ଏବଂ ଗ୍ରାଫାଇଟରେ ଆସିବ ବୋଲି ଆଶା କରାଯାଉଛି । ଏହି ମାସ ଆରମ୍ଭରେ, କମ୍ପାନୀ ଜୁଲାଇ ମାସ ଶେଷରେ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଗାଲାକ୍ସି ଅନପ୍ୟାକ୍ ଇଭେଣ୍ଟରେ ଏହାର ପରବର୍ତ୍ତୀ ଜେନେରେସନ ଫୋଲଡେବଲ୍ ଡିଭାଇସ୍ ଉନ୍ମୋଚନ କରିବ ବୋଲି ଘୋଷଣା କରିଥିଲା ।

ଜେଡ ଫ୍ଲିପ୍-5 ଫୋନର ଫିଚରକୁ ଦେଖିବାକୁ ଗଲେ ଏଥିରେ ସ୍ନାପଡ୍ରାଗନ୍-8 ଜେନ-2 ଏସଓସି, 256 ଜିବି ଷ୍ଟୋରେଜ୍, FHD + ରିଜୋଲୁସନ ସହିତ 6.7-ଇଞ୍ଚର ସ୍କ୍ରିନ ଏବଂ 120Hz ରିଫ୍ରେସ ଏବଂ 25W ଚାର୍ଜିଂ ପାଇଁ 3,700mAh ବ୍ୟାଟେରି ମିଳିବ।

ଏହା ମଧ୍ୟ ପଢନ୍ତୁ: ମାସକୁ ଆଇ-ଫୋନରୁ ଲକ୍ଷ ଲକ୍ଷ ଆଦାୟ କରନ୍ତି ମୁକେଶ ଅମ୍ବାନୀ, ଜାଣନ୍ତୁ ଏହା ପଛର ରହସ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jun 19, 2023, 6:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.