ETV Bharat / business

୨୦୦୦ ଟଙ୍କିଆ ନୋଟ ବଦଳର ଆଜି ଶେଷ ଦିନ, ଆଉ ଚଳିବନି ଏହି ନୋଟ

author img

By ETV Bharat Odisha Team

Published : Sep 30, 2023, 8:20 AM IST

Updated : Sep 30, 2023, 8:59 AM IST

ଆଜି ସରୁଛି ଡେଡ୍‌ଲାଇନ । ଆଜିଠୁ ଆଉ କେଉଁଠି ବି ଚଳିବନି ୨୦୦୦ ଟଙ୍କିଆ ନୋଟ୍ । ଅଧିକ ପଢନ୍ତୁ

୨୦୦୦ ଟଙ୍କିଆ ନୋଟ ବଦଳର ଆଜି ଶେଷ ଦିନ
୨୦୦୦ ଟଙ୍କିଆ ନୋଟ ବଦଳର ଆଜି ଶେଷ ଦିନ

ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ୩୦ ତାରିଖ । ୨ ହଜାର ଟଙ୍କିଆ ନୋଟ ବଦଳର ଶେଷ ଦିନ । କାଲିଠୁ ଆଉ କେଉଁଠି ବି ଚଳିବନି ୨୦୦୦ ଟଙ୍କିଆ ନୋଟ୍ । ଏହି ନୋଟ ବ୍ୟାଙ୍କରେ ବଦଳ କରିବା କିମ୍ବା ଜମା କରିବାର ସମୟସୀମା ଆଜି ଶେଷ ହେଉଛି । ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତାହେଲେ ହୁଏତ ଆଉ ଆପଣ ଏହାକୁ ବଦଳ କରିପାରିବେ ନାହିଁ । ଆଜି ଯାଇ ବ୍ୟାଙ୍କରେ ଟଙ୍କା ବଦଳ କରିନିଅନ୍ତୁ । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ନୋଟ ବଦଳ ସମୟସୀମା ବୃଦ୍ଧି କରିବା ନେଇ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇନାହିଁ ।

ବ୍ୟାଙ୍କକୁ ଫେରିଛି କେତେ ନୋଟ: ଆରବିଆଇର ଘୋଷଣା ପରେ ୨୦୦୦ ଟଙ୍କିଆ ନୋଟର ଏକ ବଡ ଅଂଶ ବ୍ୟାଙ୍କକୁ ଫେରିଛି । ରିଜର୍ଭ ବ୍ୟାଙ୍କର ସୂଚନା ମୁତାବକ, ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କକୁ ଫେରିଥିବା ୨୦୦୦ ଟଙ୍କିଆ ନୋଟର ମୋଟ ମୂଲ୍ୟ ୩.୩୨ ଲକ୍ଷ କୋଟି ରହିଥିଲା । ୩୧ ସୁଦ୍ଧା କେବଳ ୦.୨୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ବଜାରରେ ପ୍ରଚଳନ ହେଉଥିଲା । ଏହାର ଅର୍ଥ ୨୦୨୩ ମେ' ୧୯ ତାରିଖ ଯାଏଁ ବଜାରରେ କାରବାର ହେଉଥିବା ୨୦୦୦ ଟଙ୍କିଆ ନୋଟର ପ୍ରାୟ ୯୩ ପ୍ରତିଶତ ବଦଳ ଏବଂ ଡିପୋଜିଟ୍ ମାଧ୍ୟମରେ ବ୍ୟାଙ୍କରେ ଜମା ହୋଇଛି ।

ତେବେ ସେପ୍ଟେମ୍ବରରେ ବ୍ୟାଙ୍କରେ ଅଧିକ ନୋଟ ବଦଳ ବା ଫେରସ୍ତ ହୋଇଥିବାର ସମ୍ଭାବନା ରହିଛି । ଏହା ହୋଇଥିଲେ ବଜାରରେ ପ୍ରଚଳିତ ନୋଟ ପରିମାଣ ଆହୁରି ହ୍ରାସ ପାଇଥିବ । ଯାହା ସମ୍ପର୍କରେ ଅକ୍ଟୋବର ୧ ତାରିଖରେ(ଆସନ୍ତାକାଲି) ରିଜର୍ଭ ବ୍ୟାଙ୍କ ଅପଡେଟ୍ ପ୍ରଦାନ କରିପାରେ ।

ଏହାମଧ୍ୟ ପଢନ୍ତୁ: RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମେ' ୧୯ ତାରିଖରେ ରିଜର୍ଭ ବ୍ୟାଙ୍କ ବଜାରରେ ୨୦୦୦ ଟଙ୍କିଆ ନୋଟ ଅଚଳ କରିବାକୁ ଘୋଷଣା କରିଥିଲା । ମେ' ୨୩ ତାରିଖ ଠାରୁ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରେ ବଦଳାଇ ହେବ ବୋଲି ସୂଚନା ଦେଇଥିଲା । ପାଖାପାଖି ୬ ବର୍ଷ ପୂର୍ବରୁ ଦେଶରେ ବିମୁଦ୍ରୀକରଣ ପରେ ୨୦୦୦ ଟଙ୍କା ନୋଟ ଆରମ୍ଭ ହୋଇଥିଲା । ପୂର୍ବରୁ ପ୍ରଚଳିତ ୧୦୦୦ ଟଙ୍କିଆ ନୋଟ ବନ୍ଦ ହୋଇଥିଲା ଏବଂ ପୁରୁଣା ୫୦୦ ଟଙ୍କିଆ ବଦଳରେ ନୂଆ ନୋଟ ଆସିଥିଲା ।

Last Updated :Sep 30, 2023, 8:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.