ETV Bharat / business

ମୁଦ୍ରାସ୍ଫୀତି ମୁକାବିଲାରେ ଫେଲ୍: କେନ୍ଦ୍ରକୁ ରିପୋର୍ଟ ଦେବ ରିଜର୍ଭ ବ୍ୟାଙ୍କ

author img

By

Published : Nov 4, 2022, 10:44 AM IST

Updated : Nov 4, 2022, 11:39 AM IST

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ବୈଠକ ଅନୁଷ୍ଠିତ । ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ବିଫଳତା ନେଇ କେନ୍ଦ୍ରକୁ ରିପୋର୍ଟ ଦେବ ଆରବିଆଇ । ଅଧିକ ପଢନ୍ତୁ

ମୁଦ୍ରାସ୍ଫୀତି ମୁକାବିଲାରେ ଫେଲ୍: କେନ୍ଦ୍ରକୁ ରିପୋର୍ଟ ଦେବ ରିଜର୍ଭ ବ୍ୟାଙ୍କ
ମୁଦ୍ରାସ୍ଫୀତି ମୁକାବିଲାରେ ଫେଲ୍: କେନ୍ଦ୍ରକୁ ରିପୋର୍ଟ ଦେବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଫେଲ୍ ମାରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଇନ୍ଧନ ଠାରୁ ଆରମ୍ଭ କରି ଖାଇବା ତେଲ ଦର ଆକାଶ ଛୁଆଁ ରହିଛି । ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ହାର ପାଖାପାଖି ୭% ରହିଛି । ତେବେ କାହିଁକି ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ମୁକାବିଲାରେ ବିଫଳ ହୋଇଛି ସେନେଇ ଆରବିଆଇ ଏବେ କେନ୍ଦ୍ର ସରାକରଙ୍କୁ ରିପୋର୍ଟ ପ୍ରଦାନ କରିବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଆରବିଆଇର ଗୁରୁତ୍ବପୂର୍ଣ୍ଣ ମୁଦ୍ରାନୀତି ବୈଠକ(monetary policy committee) ଅନୁଷ୍ଠିତ ହୋଇଯାଇଛି ।

ରିଜର୍ଭ ବ୍ୟାଙ୍କ ଆକ୍ଟ ୧୯୩୪ର ଧାରା 45ZN ଅଧିନରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ(RBI governor Shaktikanta Das) ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଦ୍ରାନୀତି କମିଟିର ସମସ୍ତ ସଦସ୍ୟ ଡ. ମାଇକେଲ ଦେବବ୍ରତ ପାତ୍ର, ରାଜୀବ ରଞ୍ଜନ, ଶଶାଙ୍କ ଭିଡେ, ଅସୀମା ଗୋୟଲ ଓ ପ୍ରଫେସର ଜୟନ୍ତ ଆର ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ଦରଦାମ୍ ବୃଦ୍ଧି ଉପରେ ବିଶେଷ ଭାବେ ଚର୍ଚ୍ଚା ହୋଇଛି । ଏହାସହିତ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ବିଫଳତା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ ଉପରେ ଆଲୋଚନା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଭଲ କ୍ରେଡିଟ ସ୍କୋର ପାଇଁ କରନ୍ତୁ ଏହି କାମ

ପ୍ରକାଶଥାଉ କି, କ୍ରମାଗତ ୯ ମାସ ପର୍ଯ୍ୟନ୍ତ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାର ରହିଲେ ରିଜର୍ଭ ବ୍ୟାଙ୍କ ତାହାର କାରଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରିବାର ନିୟମ ରହିଛି । ଏହି ଦୃଷ୍ଟିରୁ ଯେହେତୁ ଗତ ୯ ମାସ ବା ତିନୋଟି ତ୍ରିୟମାସ ଧରି(three consecutive quarters) ମୁଦ୍ରାସ୍ଫୀତି ଆରବିଆଇର ଧାର୍ଯ୍ୟ ଲକ୍ଷ୍ୟ ୨-୬ ପ୍ରତିଶତ ପରିସୀମା ବାହାରେ ରହିଛି, ତେଣୁ ରିଜର୍ଭ ବ୍ୟାଙ୍କ ଏବେ କେନ୍ଦ୍ର ନିକଟରେ ଏକ ରିପୋର୍ଟ ଦାଖଲ କରିବ ।

Last Updated :Nov 4, 2022, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.