3ୟ ପର୍ୟ୍ୟାୟ ମତଦାନ, 4ଜିଲ୍ଲାର ସୀମାକୁ ଲାଗିଥିବା ଶଙ୍ଖାମାଳ ବୁଥରେ ପଡିଲା ଭୋଟ୍‌ - Voters Cast Votes In Frontier Booth

By ETV Bharat Odisha Team

Published : May 25, 2024, 9:16 PM IST

thumbnail
Voters Cast Votes In Frontier Booth (ETV Bharat Odisha)

Voters Cast Votes In Frontier Booth: ବୌଦ୍ଧ: ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ କମିଶନ ତଥା ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବ୍ୟାପକ ମତଦାନ ହୋଇଛି । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୈଦାନକୁ ଓହ୍ଲାଇଛନ୍ତି । ସେହିଭଳି କଂଗ୍ରେସ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଭରସା କରିଛି । ପ୍ରଣବ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଏହା ଅନ୍ତର୍ଗତ ରେଢ଼ାଖୋଲ ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି ।  

ଚାରି ଗୋଟି ଜିଲ୍ଲା ଯଥା ବୌଦ୍ଧ, ସମ୍ବଲପୁର, ସୋନପୁର ଓ ଅନୁଗୋଳର ସଙ୍ଗମ ସ୍ଥଳରେ ଅବସ୍ଥିତ ଆଠମଲ୍ଲିକ ଉପଖଣ୍ଡର ସୀମାନ୍ତ ତଥା ପ୍ରଥମ ବୁଥ କିଆକଟା ଥାନା ଅନ୍ତର୍ଗତ ଶଙ୍ଖାମାଳ ବୁଥରେ ଆଜି ସକାଳୁ 7ଟାରୁ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଏହି ଶଙ୍ଖାମାଳ ବୁଥରେ ସମୁଦାୟ ୭୭୨ ଜଣ ମତଦାନ ରହିଥିବା ବେଳେ ତନ୍ମଧ୍ୟରୁ ପ୍ରାୟ 30 ପ୍ରତିଶତରୁ ଅଧିକ ମତଦାତା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମ ସଂସ୍ଥାନରେ କାର୍ଯ୍ୟରତ । ତେଣୁ ଆଜି ମତଦାନ ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶଙ୍ଖାମାଳ ବୁଥରେ ମତଦାନ ପାଇଁ ଶତାଧିକ ଭୋଟର ପହଞ୍ଚି ନିଜର ମତଦାନ ଅଧିକାରକୁ ସାବ୍ୟସ୍ତ କରିଥିଲେ । 

ଏହା ମଧ୍ୟ ପଢନ୍ତୁ ... 70 ଭାଗ କର୍ମଚାରୀ ପୋଷ୍ଟାଲ ବାଲଟ ଭୋଟିଂ ଦେଇପାରୁ ନାହାନ୍ତି: ବିଜେପି - Lok Sabha Election 2024

ଆଠମଲ୍ଲିକ ପ୍ରଶାସନ ତଥା କିଆକଟା ପୋଲିସ ଭୋଟରଙ୍କ ସହାୟତା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଭୋଟରମାନଙ୍କ ପାଇଁ ପ୍ରବଳ ଖରା ସକାଶେ ଓଆରଏସ ପାଣିର ବନ୍ଦୋବସ୍ତ କରାଯାଇଥିଲା । ସେହିଭଳି ପ୍ରଥମ କରି ଭୋଟ ଦେଉଥିବା ନୂଆ ଭୋଟରମାନଙ୍କ ମଧ୍ୟରେ ନିଜର ପସନ୍ଦର ପ୍ରାର୍ଥୀ ବାଛିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଚଳିତ ସାଧାରଣ ନିର୍ବାଚନରେ ମତଦାନର ହାର ମଧ୍ୟ ଯଥେଷ୍ଟ ଅଧିକ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୫୯.୬୦ %  ମତଦାନ ହୋଇଥିବା ବେଳେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ୬୫.୯୧% ଭୋଟିଂ ରେକର୍ଡ କରାଯାଇଛି ।  

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.