ETV Bharat / business

ଭଲ କ୍ରେଡିଟ ସ୍କୋର ପାଇଁ କରନ୍ତୁ ଏହି କାମ

author img

By

Published : Nov 2, 2022, 2:06 PM IST

ଭଲ କ୍ରେଡିଟ ସ୍କୋର ପାଇଁ କରନ୍ତୁ ଏହି କାମ
ଭଲ କ୍ରେଡିଟ ସ୍କୋର ପାଇଁ କରନ୍ତୁ ଏହି କାମ

ଆପଣ ଲୋନ ପାଇବାକୁ ଯୋଗ୍ୟ କି ନୁହେଁ ତାହା ସୂଚାଏ କ୍ରେଡିଟ ସ୍କୋର । କ୍ରେଡିଟ ସ୍କୋର ଖରାପ ହେଲେ ଲୋନ ପାଇବାରେ ସମସ୍ୟା ହୁଏ । ତେଣୁ ସର୍ବଦା ଉତ୍ତମ କ୍ରେଡିଟ ସ୍କୋର ବଜାୟ ରଖିବା ଦିଗରେ ଯତ୍ନବାନ ହୁଅନ୍ତୁ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କୌଣସି ବ୍ୟକ୍ତିଙ୍କ କ୍ରେଡିଟ୍ ହିଷ୍ଟ୍ରିକୁ କ୍ରେଡିଟ ସ୍କୋର କୁହାଯାଏ । ଆପଣ ଲୋନ ପାଇବାକୁ ଯୋଗ୍ୟ କି ନୁହେଁ ତାହା କ୍ରେଡିଟ ସ୍କୋର ସୂଚାଏ । ଏଥିରୁ ଆପଣ ଆର୍ଥିକ ବିଶ୍ବସନୀୟତାର ପ୍ରମାଣ ମିଳେ । ଆହୁରିମଧ୍ୟ ଆପଣ ଠିକ୍ ସମୟରେ EMI(equated monthly installments) ପୈଠ କରୁଛନ୍ତି କି ନାହିଁ, ଆପଣ ନୂଆ ଲୋନ ପାଇଁ ଯୋଗ୍ୟ କି ? ଆପଣଙ୍କ କ୍ରେଡିଟ ରିପୋର୍ଟ ଉପରେ ଥରେ ନଜର ପକାଇ ଏସବୁ ଜାଣିହୁଏ ।

ଯଦି ଆପଣଙ୍କ କ୍ରେଡିଟ ସ୍କୋର କମ୍, ତାହାହେଲେ ଅତ୍ୟଧିକ ସାବଧାନତା ସହ ଏହି ସ୍କୋରରେ ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପର ଅନୁପାଳନ କରନ୍ତୁ । ଭଲ କ୍ରେଡିଟ ସ୍କୋର କେବଳ ଲୋନ ପାଇଁ ଆପଣଙ୍କ ଯୋଗ୍ୟତା ସୂଚାଏ ନାହିଁ, ବରଂ ଆର୍ଥିକ କ୍ଷେତ୍ରରେ ଆପଣ କେତେ ଅନୁଶାସିତ ତାହା ଦର୍ଶାଏ । ଯେତେବେଳେ କୌଣସି ନୂଆ ଲୋନ ନେଉଛନ୍ତି, ସେହି ସମୟରେ ଋଣଦାତା ଆପଣଙ୍କ CIBIL(Credit Information Bureau India Ltd) ସ୍କୋର ଯାଞ୍ଚ କରିଥାଏ । ଯଦି ଆପଣଙ୍କ ଲୋନ ଆବେଦନ ମଞ୍ଜୁର ହୁଏ, ଏହାର ଅର୍ଥ ବ୍ୟାଙ୍କ ତଥା ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ ଆପଣଙ୍କ ଫାଇନାନସିଆଲ ପ୍ରୋଫାଇଲକୁ ଭରସାଯୋଗ୍ୟ ମନେ କରୁଛନ୍ତି ।

ଯଦି ଆପଣଙ୍କ ଗୁରୁତର ଆର୍ଥିକ ସମସ୍ୟା ନଥାଏ, ତେବେ ନିର୍ଦ୍ଧାରିତ ସମୟରେ ନିଜର ଇଏମଆଇ, କ୍ରେଡିଟ କାର୍ଡ ବିଲ୍ ଭରନ୍ତୁ । ସାଧାରଣତଃ କୌଣସି ପାର୍ବଣ ସମୟରେ ଲୋକେ ଲୋନ ନେଇ ଜିନିଷପତ୍ର କ୍ରୟ କରୁଥିବାର ଦେଖାଯାଏ । ହେଲେ ଠିକ୍ ସମୟରେ ଏହି ଲୋନ ପରିଶୋଧ କରିବା ଜରୁରୀ । ଲୋନ ରିପେମେଣ୍ଟରେ ବିଳମ୍ବ ଭବିଷ୍ୟତରେ ଲୋନ ନେବାରେ ସମସ୍ୟା ସୃଷ୍ଟି କରେ ।

କଦାପି ଲୋନ ରିପେମେଣ୍ଟରେ ଅନିୟମିତତା କରନ୍ତୁ ନାହିଁ । ମନେରଖନ୍ତୁ, ଆପଣଙ୍କ ଆୟର ୪୦ ପ୍ରତିଶତରୁ ଅଧିକ EMI ହେବା ଅନୁଚିତ୍(EMIs should not be above 40 percent of your income) । ଏହାଦ୍ବାରା ଆପଣଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡିନଥାଏ । ଏହାବ୍ୟତୀତ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରେ ସବୁବେଳେ ୨ ମାସର EMI ରାଶି ସହ ସମାନ ହେଉଥିବା କିଛି ଅତିରିକ୍ତ ରାଶି ଜମା ରଖନ୍ତୁ । ଏହାଦ୍ବାରା ଲୋନ କିସ୍ତି ପେମେଣ୍ଟରେ ଅନିୟମିତତା ହୋଇନଥାଏ ।

ଯଦି ଆପଣଙ୍କ ନିକଟରେ ଏକାଧିକ କ୍ରେଡିଟ କାର୍ଡ ଅଛି, ତାହାହେଲେ ସବୁବେଳେ ଗୋଟିଏ କ୍ରେଡିଟ କାର୍ଡ ବ୍ୟବହାର ପାଇଁ ଚେଷ୍ଟା କରନ୍ତୁ । ଏହାଦ୍ବାରା ଆପଣଙ୍କ କ୍ରେଡିର ରେକର୍ଡ ଅଧିକ ହୋଇଥାଏ । ଅନୁରୂପ ଭାବେ କ୍ରେଡିଟ ସ୍କୋର ମଧ୍ୟ ବୃଦ୍ଧି ପାଇଥାଏ । ଏପରି କରିବା ଫଳରେ ଆପଣ ଆବଶ୍ୟକସ୍ଥଳେ ବିନା ସମସ୍ୟାରେ ଲୋନ ପାଇପାରିବେ ।

ବ୍ୟାଙ୍କ, କ୍ରେଡିଟ କାର୍ଡ କମ୍ପାନୀ ଏବଂ ଅଣବ୍ୟାଙ୍କିଙ୍ଗ ଅନୁଷ୍ଠାନ ଦ୍ବାରା ପ୍ରେରଣ ହେଉଥିବା ମେସେଜ ଓ ଇମେଲ ଲିଙ୍କ୍ ଦେଖିବା ସମୟରେ ସାବଧାନ ରୁହନ୍ତୁ । ଯଦି ଆପଣଙ୍କ ନିଜର ପ୍ରାଥମିକ ଡାଟା ଦାଖଲ ପାଇଁ ଏହି ମେସେଜ ଉପରେ କ୍ଲିକ କରୁଛନ୍ତି, ଏହାର ଅର୍ଥ ଆପଣ ଲୋନ ପାଇଁ ଆବେଦନ କରିବାକୁ ଇଚ୍ଛୁକ ବୋଲି ଗ୍ରହଣ କରାଯାଏ । ଯାହାକି ଆପଣଙ୍କ କ୍ରେଡିଟ ସ୍କୋରକୁ ପ୍ରଭାବିତ କରିଥାଏ ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ, କୌଣସି ବ୍ୟକ୍ତିଙ୍କ ଲୋନ ପାଇଁ ଆପଣ ଗ୍ୟାରେଣ୍ଟର ଭାବେ ଦସ୍ତଖତ କରିବା ସମୟରେ ସାବଧାନ ରୁହନ୍ତୁ । ଏହାସହିତ ଯେକୌଣସି ଲୋନ ପାଇଁ କୋ-ଆପ୍ଲିକାଣ୍ଟ ରହୁଥିଲେ ମଧ୍ୟ ବ୍ୟାପକ ଯତ୍ନବାନ ହୁଅନ୍ତୁ । ମୁଖ୍ୟ ଆପ୍ଲିକାଣ୍ଟ ଠିକ୍ ସମୟରେ ନିୟମିତ ରୂପେ ଲୋନ ରିପେମେଣ୍ଟ କରୁଛନ୍ତି କି ନାହିଁ ତାହା ଯାଞ୍ଚ ଯାଞ୍ଚ କରନ୍ତୁ । ସେ ଠିକ୍ ସମୟରେ ଲୋନ ନ ଶୁଝିଲେ ଆପଣଙ୍କ କ୍ରେଡିଟ ହିଷ୍ଟ୍ରି ପ୍ରଭାବିତ ହୋଇଥାଏ ।

ଏହାବ୍ୟତୀତ ଅନେକ ସମୟରେ ଆପଣ ଠିକ୍ ସମୟରେ EMI ଏବଂ ବିଲ୍ ପୈଠ କରୁଥିଲେ ମଧ୍ୟ ଏହିସବୁ ବିବରଣୀ କ୍ରେଡିଟ ରିପୋର୍ଟରେ ରେକର୍ଡ ହୋଇନଥାଏ । ତେଣୁ ପ୍ରତିବର୍ଷ ନିଜର କ୍ରେଡିଟ ରିପୋର୍ଟ ଚେକ୍ କରିବା ଆବଶ୍ୟକ । ଯଦି ଯାଞ୍ଚ ସମୟରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ଏ ସମ୍ପର୍କରେ ବ୍ୟାଙ୍କ, କ୍ରେଡିଟ ବ୍ୟୁରୋ ସହ ଯୋଗାଯୋଗ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.