ETV Bharat / business

Petrol-Diesel Prices Update: ପୁଣି ବଢିଲା ତେଲ ଦର, ଜାଣନ୍ତୁ କେତେ

author img

By

Published : Apr 3, 2022, 7:49 AM IST

Petrol-Diesel Prices Update: ପୁଣି ୮୦ ପଇସା ବଢିଲା ତେଲ
Petrol-Diesel Prices Update: ପୁଣି ୮୦ ପଇସା ବଢିଲା ତେଲ

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଆଜି ମଧ୍ୟ ୮୦ ପଇସା ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶବାସୀଙ୍କୁ କନ୍ଦାଇଲାଣି ତେଲ ତାତି । ଲଗାତାର ଭାବେ ବଢି ଚାଲିଛି ତେଲ ଦର । ଆଜି(ରବିବାର) ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବଢିଛି । ଗତ ୧୩ ଦିନ ମଧ୍ୟରେ ତେଲ ମୋଟ ୮ ଟଙ୍କା ମହଙ୍ଗା ହୋଇଛି । ଗତ ମାର୍ଚ୍ଚ ୨୨ ତାରିଖରୁ ଦେଶବ୍ୟାପୀ ଏହି ମହଙ୍ଗା ମାଡ ଜାରି ରହିଛି । ଗତକାଲି ପେଟ୍ରୋଲ-ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିବା ବେଳେ ଆଜି ମଧ୍ୟ ୮୦ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଲାଗୁ ପରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩.୪୧ ଟଙ୍କା ଏବଂ ଡିଜେଲ ୯୪.୬୭ ଟଙ୍କାରେ ପହଞ୍ଚିଛି ।

ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ ପଇସା ବୃଦ୍ଧି ସହ ରେଟ୍ ୧୧୮.୪୧ ଟଙ୍କା ଏବଂ ଡିଜେଲ ୮୫ ପଇସା ବଢି ୧୦୨.୬୪ ଟଙ୍କା ହୋଇଯାଇଛି । ସେହିପରି ଚେନ୍ନାଇରେ ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ ପଇସା ଲେଖାଏଁ ମହଙ୍ଗା ହୋଇଛି । ଏଠାରେ ଏବେ ଦର ଯଥାକ୍ରମରେ ୧୦୮.୯୬ ଟଙ୍କା ଏବଂ ୯୯.୦୪ ଟଙ୍କାରେ ପହଞ୍ଚିଛି । କୋଲକାତାରେ ୮୦ ଓ ୮୪ ପଇସା ଲେଖାଏଁ ଦର ବଢିଛି । ଏହି ନୂଆ ଦର ପରେ ଏହି ସହରରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ଏବଂ ଡିଜେଲ ୯୭.୮୨ ଟଙ୍କାରେ ବିକ୍ରି ହେଉଛି । ଗତ ୧୩ ଦିନରେ ୧୧ ଥର ପାଇଁ ଦର ବଢିଛି ।

ନିକଟରେ ସରିଥିବା ୫ ରାଜ୍ୟର ନିର୍ବାଚନ ପୂର୍ବରୁ ତୈଳ କମ୍ପାନୀ ଦର ବୃଦ୍ଧି କରୁନଥିଲେ । ହେଲେ ଏବେ ନିର୍ବାଚନ ସରିବା ପରେ ତୈଳ ଦର ବଢିବାରେ ଲାଗିଛି । ଆଗକୁ ମଧ୍ୟ ଦର ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । ସେହିପରି ତେଲ ଦର ବଢିବା ଯୋଗୁଁ ଅନ୍ୟ ଖାଉଟି ସାମଗ୍ରୀ ଦରଦାମ୍ ମଧ୍ୟ ବୃଦ୍ଧି ପାଉଛି । ଯାହାକୁ ନେଇ ଏବେ ଚାରିଆଡେ ଅସନ୍ତୋଷ ଦେଖାଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.