ETV Bharat / business

Oil Prices Hike: ବେଲଗାମ୍ ତୈଳ ଦର, ୪ ଦିନରେ ୩ ଟଙ୍କା ବଢିଲା ପେଟ୍ରୋଲ-ଡିଜେଲ

author img

By

Published : Mar 26, 2022, 9:33 AM IST

Oil Prices Hike: ଆଜି ବି ବଢିଲା ପେଟ୍ରୋଲ-ଡିଜେଲ ଦର
Oil Prices Hike: ଆଜି ବି ବଢିଲା ପେଟ୍ରୋଲ-ଡିଜେଲ ଦର

ଲଗାତାର ଭାବେ ଦେଶରେ ବଢିଛି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ବି ୮୦ ପଇସା ବୃଦ୍ଧି କଲେ ତୈଳ କମ୍ପାନୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ବେଲଗାମ୍ ହେଲା ତୈଳ ଦର । ଲଗାତାର ଭାବେ ପେଟ୍ରୋଲ-ଡିଜେଲ ଦାମ୍ ବଢାଇ ଚାଲିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଆଜି ମଧ୍ୟ ସର୍ବଭାରତୀୟ ସ୍ତରରେ ପେଟ୍ରୋଲ ଓ ଡିଜେଲ ଦାମ୍ ୮୦ ପଇସା ଲେଖାଏଁ ମହଙ୍ଗା ହୋଇଛି । ଗତ ୫ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ଦର ବଢିଛି । ବର୍ଦ୍ଧିତ ଦର ଲାଗୁ ପରେ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦାମ୍ ପ୍ରତି ଲିଟର ପିଛା ୯୭.୮୧ ଟଙ୍କାରୁ ବଢି ୯୮.୬୧ ଟଙ୍କା ହୋଇଯାଇଛି । ସେହିପରି ଡିଜେଲ ମଧ୍ୟ ୮୯.୦୭ ଟଙ୍କାରୁ ୮୯.୮୭ ଟଙ୍କାରେ ପହଞ୍ଚିଛି । ଦେଶରେ ୪ ଦିନରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର ୩ ଟଙ୍କା ୨୦ ପଇସା ଯାଏଁ ମହଙ୍ଗା ହୋଇଛି ।

ଦୀର୍ଘ ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଦେଶରେ ତୈଳ ଦର ପୁଣି ମହଙ୍ଗା ହେବ ବୋଲି କୁହାଯାଉଥିଲା । ଯାହା ଏବେ ଦେଖାଯାଉଛି । ଆଜି ତୈଳ ଦର ୮୦ ପଇସା ବଢିବା ପରେ ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୩.୩୫ ଟଙ୍କା ଏବଂ ଡିଜେଲ ୯୭.୫୫ ଟଙ୍କା ହୋଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.