ETV Bharat / business

3 ମାସରେ ପୁନଃନିଯୁକ୍ତି ପାଇଲେଣି ଚାକିରି ହରାଇଥିବା 79 ପ୍ରତିଶତ କର୍ମଚାରୀ

author img

By

Published : Dec 29, 2022, 4:39 PM IST

Job
Job

ଚଳିତ ବର୍ଷ ଘରୋଇ କମ୍ପାନୀଗୁଡିକରେ ଚାକିରି ହରାଇ ଚିନ୍ତାରେ ଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । ନିକଟରେ ହୋଇଥିବା ଏକ ରିପୋର୍ଟ ଅନୁସାରେ 3 ମାସ ଭିତରେ 79 % କର୍ମଚାରୀ ଚାକିରି ପାଇସାରିଲେଣି(Most fired tech workers landing new jobs in 3 months) । ଅଧିକ ପଢନ୍ତୁ

ସାନ ଫ୍ରାନ୍ସିସ୍କୋ: ଚଳିତ ବର୍ଷର ଶେଷ ଆଡକୁ ବିଶ୍ବର ମାକ୍ରୋ-ଅର୍ଥନୈତିକ ଅବସ୍ଥାରେ ଯେଉଁମାନେ ଚାକିରି ହରାଇଛନ୍ତି ସେମାନଙ୍କ ପାଇଁ ଖୁସି ଖବର । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏକ ZipRecruiter ସର୍ବେକ୍ଷଣକୁ ଦର୍ଶାଇ ରିପୋର୍ଟ କରିଛି ଯେ, ବୈଷୟିକ ଶିଳ୍ପରେ ପ୍ରାୟ 79% ଛଟେଇର ଶିକାର ହୋଇଥିବା କର୍ମଚାରୀ ତିନିମାସ ମଧ୍ୟରେ ଚାକିରି ପାଇପାରିଛନ୍ତି ।

ଏମାନେ ସମାନ ବେତନ କିମ୍ବା ଅଧିକ ବେତନରେ ଚାକିରି ପାଇଛନ୍ତି ସେ ସମ୍ବନ୍ଧରେ ସୂଚନା ପ୍ରକାଶ ପାଇନାହିଁ । ସର୍ବେକ୍ଷଣରୁ ଜଣାପଡିଛି ଯେ, ପୂର୍ବରୁ ଚାକିରିରୁ ବଞ୍ଚିତ ହୋଇଥିବା 10 ଜଣଙ୍କ ମଧ୍ୟରୁ ପ୍ରାୟ 4 ଜଣ ଏକ ମାସ ତଳେ ଚାକିରି ପାଇଛନ୍ତି । ଜିପ୍‌ରିକ୍ରୁଟର (ZipRecruiter)ର ମୁଖ୍ୟ ଅର୍ଥନୀତିଜ୍ଞ ଜୁଲିଆ ପୋଲାକ୍ କହିଛନ୍ତି, "ବ୍ୟାପକ ଛଟେଇ, ଆର୍ଥିକ ଶଙ୍କଟ ମଧ୍ୟରେ ଅଧିକାଂଶ ବୈଷୟିକ(IT) କର୍ମଚାରୀ ନିଯୁକ୍ତି ପାଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ:- Amazon Layoffs: ଆମାଜନରେ କର୍ମଚାରୀ ଛଟେଇ ଆରମ୍ଭ

ମନୋରଞ୍ଜନ ଓ ଅବକାଶ(entertainment and leisure), ପରିବହନ ଓ ବିତରଣ(transportation and delivery) ଏବଂ ଉତ୍ପାଦନ(manufacturing) ପରି ଅନ୍ୟ ଶିଳ୍ପରେ ନିୟୋଜିତ ଶ୍ରମିକମାନେ ମଧ୍ୟ ଶୀଘ୍ର ନୂତନ ଚାକିରି ପାଇଥିବା ରିପୋର୍ଟ ପ୍ରକାଶ ପାଇଛି । ସେପଟେ ଗୁଗୁଲ୍, ଆମାଜନ ଏବଂ ଅନ୍ୟ କେତେକ ବୈଷୟିକ କମ୍ପାନୀ 2023 ପ୍ରାରମ୍ଭରେ ଅଧିକ ଶ୍ରମିକଙ୍କୁ ଛଟେଇ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Twitter Sacks Employees: ଟ୍ୱିଟର ଇଣ୍ଡିଆର ଅଧା କର୍ମଚାରୀଙ୍କୁ ଛଟେଇ

ZipRecruiter ତଥ୍ୟ ଏହା ମଧ୍ୟ ଦର୍ଶାଇଛି ଯେ, ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଚାକିରି ପାଇଥିବା ପ୍ରାୟ 5 % କର୍ମଚାରୀ ମାତ୍ର ଛଅ ମାସ କାମ କରିବା ପରେ ଛଟେଇର ଶିକାର ହୋଇଥିଲେ । କ୍ରଞ୍ଚବେସ୍ ଅନୁଯାୟୀ 2022ରେ ଆମେରିକାର ବୈଷୟିକ କ୍ଷେତ୍ରର 91,000ରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି । BYJU's, Unacademy, Vedantu ଏବଂ ଅନ୍ୟମାନଙ୍କ ପରି ଏଡେକ୍ କମ୍ପାନୀଗୁଡିକର ନେତୃତ୍ୱରେ ଭାରତରେ 17,000 ରୁ ଅଧିକ ଟେକ୍ କର୍ମଚାରୀ ଚାକିରିରୁ ବିତାଡିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଚାକିରିଆଙ୍କ ନିଦ ହଜାଉଛି ଛଟେଇ, ମାନସିକ ଚାପରେ ପ୍ରତି 10ରେ 6 ଜଣ

ତେବେ କହିରଖୁଛୁ ଯେ, ଚଳିତ ବର୍ଷ ଶେଷ ଆଡକୁ ଦେଶ ତଥା ବିଦେଶର ଅନେକ ନାମିଦାମୀ କମ୍ପାନୀରେ ଛଟେଇ ହୋଇଥିଲେ । ଏଥିରେ ହଜାରହଜାର କର୍ମଚାରୀ ପ୍ରଭାବିତ ହୋଇଛନ୍ତି । ଏସବୁ ମଧ୍ୟରେ ZipRecruiter ରିପୋର୍ଟ ଆଶ୍ବସ୍ତି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.