ETV Bharat / business

କ୍ରେଡିଟ୍ ସ୍କୋର ବଢାନ୍ତୁ, କମ୍ ସୁଧରେ ଲୋନ ପାଆନ୍ତୁ

author img

By

Published : Jun 25, 2022, 3:23 PM IST

କ୍ରେଡିଟ୍ ସ୍କୋର ବଢାନ୍ତୁ, କମ୍ ସୁଧହାରରେ ଲୋନ ପାଆନ୍ତୁ
କ୍ରେଡିଟ୍ ସ୍କୋର ବଢାନ୍ତୁ, କମ୍ ସୁଧହାରରେ ଲୋନ ପାଆନ୍ତୁ

କୌଣସି ବିତ୍ତୀୟ ଅନୁଷ୍ଠାନରୁ ଶୀଘ୍ର ଏବଂ କମ୍ ସୁଧରେ ଲୋନ ପାଇବାରେ ସାହାଯ୍ୟ କରେ କ୍ରେଡିଟ ସ୍କୋର । ତେଣୁ କ୍ରେଡିଟ୍ ସ୍କୋର ବଢାନ୍ତୁ ଏବଂ କମ୍ ସୁଧହାରରେ ଲୋନ ନେବାର ଲାଭ ଉଠାନ୍ତୁ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଏକ କ୍ରେଡିଟ ସ୍କୋର ହେଉଛି ଜଣେ ବ୍ୟକ୍ତିର କ୍ରେଡିଟ୍ ଯୋଗ୍ୟତାର ମାପକାଠି । କୌଣସି ବ୍ୟକ୍ତି ଥରେ ଲୋନ କିମ୍ବା କ୍ରେଡିଟ କାର୍ଡ ପାଇଁ ଆବେଦନ କଲେ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନ ତାଙ୍କର ଲୋନ ପରିଶୋଧର ଇତିହାସ ଏବଂ କ୍ରେଡିଟ ସ୍କୋର ଯାଞ୍ଚ କରିଥାନ୍ତି । ଯଦି ତାଙ୍କର କ୍ରେଡିଟ ସ୍କୋର ୭୫୦ରୁ ଅଧିକ, ତା'ହେଲେ ସେ ବିଶ୍ବାସଯୋଗ୍ୟ ଋଣକର୍ତ୍ତା ବିବେଚିତ ହୁଅନ୍ତି । କିନ୍ତୁ ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ମାର୍କ ୭୦୦ରୁ କମ୍, ଏ କ୍ଷେତ୍ରରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆପଣଙ୍କ ଲୋନ୍ ଆବଦେନ ନାମଞ୍ଜୁର କରିବାର ସମ୍ଭାବନା ଅଧିକ । ମନେରଖିବେ, ଥରେମାତ୍ର EMI ଭରିବାରେ ବିଳମ୍ବ ହେଲେ, ଏହାଦ୍ବାରା କ୍ରେଡିଟ୍ ସ୍କୋର କମ୍ ହୋଇଥାଏ ଏବଂ ଏହାର ଭରଣା ଅଧିକ ସମୟ ସାପେକ୍ଷ ହୋଇଥାଏ ।

ଯେକୌଣସି ପ୍ରକାର ଲୋନ ଯଥା- ହୋମ ଲୋନ, ଅଟୋ, ବ୍ୟକ୍ତିଗତ ଲୋନ ଅଥବା କ୍ରେଡିଟ କାର୍ଡ ବିଲ, ଆପଣ ଏସବୁ ଠିକ୍ ସମୟରେ ପ୍ରଦାନ କରୁଛନ୍ତି ନା ନାହିଁ ତାହା କ୍ରେଡିଟ ସ୍କୋର ଗଣନାରେ ଗୁରୁତ୍ବପୂର୍ଣ୍ଣ ଉପାଦାନ ଅଟେ । କ୍ରେଡିଟ କାର୍ଡ ଉପଯୋଗ କରୁଥିଲେ ଲିମିଟ ଠାରୁ ଅଧିକ ଉପଯୋଗ କରିବା ଦ୍ବାରା ଏହି ସ୍କୋର ପ୍ରଭାବିତ ହୋଇଥାଏ । ଉଦାହରଣସୂରୁପ, ଗୋଟିଏ କ୍ରେଡିଟ କାର୍ଡର ଲିମିଟ ୫୦ ହଜାର ଟଙ୍କା, ତେବେ ଏହାର ବ୍ୟବହାର ୨୦ ହଜାରରୁ ଅଧିକ ହେବା ଅନୁଚିତ୍ । ଏହାଦ୍ବାରା ବ୍ୟାଙ୍କ ବିଶ୍ବାସ କରେ ଯେ, ଆପଣ ଶୃଙ୍ଖଳିତ ଭାବେ କ୍ରେଡିଟ୍ ଲିମିଟ ଉପଯୋଗ କରୁଛନ୍ତି । ଅଫର ଏବଂ କ୍ୟାସବ୍ୟାକ ପାଇଁ କ୍ରେଡିଟ କାର୍ଡ ଲିମିଟ ଶେଷ କରିବା ଉଚିତ୍ ନୁହେଁ । ନଚେତ୍ ଆପଣ ଜଣେ ଋଣ ନିର୍ଭରଯୋଗ୍ୟ ବ୍ୟକ୍ତି ବୋଲି ବ୍ୟାଙ୍କଗୁଡିକ ଭାବନ୍ତି, ଯାହାକି ଆପଣଙ୍କ କ୍ରେଡିଟ ସ୍କୋର ଉପରେ ଖରାପ ପ୍ରଭାବ ପକାଏ ।

ଲୋନ ଅନୁସନ୍ଧାନରୁ ଦୂରେଇ ରୁହନ୍ତୁ:

ଆମେ ଅଧିକାଂଶ ସମୟରେ କ୍ରେଡିଟ କାର୍ଡ ଏବଂ ଲୋନ ପାଇଁ ଅନେକ ଫୋନ କଲ୍ ପାଇଥାଉ । ଏହି ଲୋନ ସମ୍ପର୍କରେ ବୁଝିବା ପାଇଁ ବେଳେବେଳେ ଆମେ ବ୍ୟାଙ୍କ ସହ ସମ୍ପର୍କ କରିଥାଉ । କିନ୍ତୁ ମନେ ରଖିବେ, କେବେହେଲେ ତତ୍‌କ୍ଷାଣାତ ଏହି ଲୋନ ଅଫରକୁ ଗ୍ରହଣ କରିବା ଅନୁଚିତ୍ । ଲୋନ ପାଇଁ ଅଫର ଦେଉଥିବା ଅନୁଷ୍ଠାନ ପକ୍ଷରୁ ମଗାଯାଇଥିବା ସମସ୍ତ ତଥ୍ୟ ପ୍ରଦାନ କରିବା ଦ୍ବାରା ଆପଣ ଲୋନ ନେବାକୁ ଇଚ୍ଛୁକ ବୋଲି ବ୍ୟାଙ୍କ ଭାବେ ଏବଂ ଏହା ବ୍ୟାଙ୍କ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇଥାଏ । ଏହାର ସୂଚନା କ୍ରେଡିଟ ସ୍କୋର କର୍ତ୍ତୃପକ୍ଷ ପାଇଥାନ୍ତି ଏବଂ ଆପଣଙ୍କ ସ୍କୋର ପ୍ରଭାବିତ ହୋଇଥାଏ । ତେଣୁ ଲୋନ ଆବଶ୍ୟକ ଥିଲେ ସର୍ବଦା ଏଥିପାଇଁ ଆବେଦନ କରନ୍ତୁ । ଏପରି କୌଣସି କଲ୍‌ର ଆଶ୍ରୟ ନିଅନ୍ତୁ ନାହିଁ । କ୍ରେଡିଟ କାର୍ଡ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହୋଇଥାଏ ।

ସଠିକ୍ ଲୋନ ବାଛନ୍ତୁ:

ହୋମ ଲୋନ ଏବଂ ଅଟୋ ଲୋନ ଭଳି ସଠିକ୍ ଲୋନ ନିଅନ୍ତୁ । ଏହା ଆପଣଙ୍କ କ୍ରେଡିଟ ସ୍କୋର ବୃଦ୍ଧିରେ ସହାୟକ ହୋଇଥାଏ । ଅତ୍ୟଧିକ ବ୍ୟକ୍ତିଗତ ଏବଂ କ୍ରେଡିଟ କାର୍ଡ ଲୋନ ନେବା ଦ୍ବାରା କ୍ରେଡିଟ ହିଷ୍ଟ୍ରି ଖରାପ ହୋଇଥାଏ । ସେହିପରି ଏକାଠି ଏହି ଦୁଇ ପ୍ରକାର ଲୋନ ନେଲେ ଏକ ସ୍ଥିର ସ୍କୋର ମିଳିଥାଏ ।

କୌଣସି ଅସମାନତା ରହିଲେ...

ପ୍ରତି ଛଅ ମାସକୁ ଥରେ କ୍ରେଡିଟ ରିପୋର୍ଟ ସମୀକ୍ଷା କରାଯାଇଥାଏ । କିଛି କମ୍ପାନୀ ଫ୍ରି ବେସିକ କ୍ରେଡିଟ ରିପୋର୍ଟ ଅଫର କରିଥାନ୍ତି । ଅପରପକ୍ଷେ, ବ୍ୟାଙ୍କିଙ୍ଗ ଆପ୍‌ଗୁଡିକ ଅନଲାଇନ ଆକାଉଣ୍ଟ ଜରିଆରେ ମଧ୍ୟ କ୍ରେଡିଟ ସ୍କୋର ରିପୋର୍ଟ ଦେଇଥାନ୍ତି । ଯଦି ଆପଣଙ୍କ କ୍ରେଡିଟ ରିପୋର୍ଟରେ କିଛି ବି ଅସାମଞ୍ଜସ୍ୟତା ଦେଖାଯାଏ, ତେବେ ତୁରନ୍ତ ଏହାକୁ ବ୍ୟାଙ୍କ ଏବଂ କ୍ରେଡିଟ ବ୍ୟୁରୋ ଦୃଷ୍ଟିକୁ ଆଣନ୍ତୁ । ଏକ୍ସପର୍ଟଙ୍କ ସହାୟତାରେ ଏହି ତ୍ରୁଟି ସଂଶୋଧନ କରାଯାଇପାରିବ । କିନ୍ତୁ ଯଦି ଆପଣ ଏ କ୍ଷେତ୍ରରେ ବିଳମ୍ବ କରନ୍ତି ତେବେ ଭବିଷ୍ୟତରେ ହେବାକୁ ଥିବା ଅସୁବିଧାକୁ ଏଡାଇ ପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.