ଆରପାରିରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଭେଙ୍କଟରମଣ, ବାଲାନ୍ସ ଅଫ୍ ପେମେଣ୍ଟ ସଙ୍କଟର ଥିଲେ ରକ୍ଷକ

ଆରପାରିରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଭେଙ୍କଟରମଣ, ବାଲାନ୍ସ ଅଫ୍ ପେମେଣ୍ଟ ସଙ୍କଟର ଥିଲେ ରକ୍ଷକ
Former RBI Governor S Venkitaramanan passes away: 1991 ମସିହାରେ ଦେଶରେ ଦେଖାଯାଇଥିବା ଗୁରୁତର ମୁଦ୍ରା ସଙ୍କଟ ସମସ୍ୟାର ଅନ୍ୟତମ ଉଦ୍ଧାରକ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏସ୍. ଭେଙ୍କଟରମଣଙ୍କ ପରଲୋକ ଘଟିଛି । ସେ 92 ବର୍ଷରେ ଗତ ଶନିବାର ଦିନ ଚେନ୍ନାଇରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଅଧିକ ପଢନ୍ତୁ ।
ଚେନ୍ନାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏସ୍. ଭେଙ୍କଟରମଣଙ୍କ ଗତ ଶନିବାର ଦିନ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଅନେକ ଗୁରୁତର ରୋଗରେ ଆକ୍ରାନ୍ତ ଥିଲେ । ସେ 92 ବର୍ଷରେ ଚେନ୍ନାଇରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଭେଙ୍କଟରମଣ ପ୍ରଥମେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସେ ନିଜର ଚାକିରି ଜୀବନ ଅର୍ଥ ବିଭାଗର ସେକ୍ରେଟାରୀ ଭାବେ ଆରମ୍ଭ କରିଥିଲେ । ଏହାପରେ କର୍ଣାଟକ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଭେଙ୍କଟରମଣ ଡିସେମ୍ବର 1990 ଠାରୁ 1992 ମସିହା ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରୂପେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳରେ ଭାରତ ଗୁରୁତର ମୁଦ୍ରା ସଙ୍କଟର ସମସ୍ୟାକୁ ସାମ୍ନା କରିଥିଲେ, ଯାହାଦ୍ବାରା ଭାରତୀୟ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଅନେକ ହ୍ରାସ ପାଇଥିଲା । ଏଥିପାଇଁ ସେ ଅନେକ ଉଦାରବାଦୀ ଅର୍ଥନୈତିକ ସଂସ୍କାର ଆଣିବା ଫଳରେ ଭାରତୀୟ ଅର୍ଥନୀତିରେ ସ୍ଥିରତା ଆସିଥିଲା ।
ଏହା ମଧ୍ୟ ପଢନ୍ତୁ ...RBIରେ ଆଉ ଜଣେ ଓଡିଆ ପୁଅଙ୍କୁ ଗୁରୁଦାୟିତ୍ବ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ମନୋରଞ୍ଜନ ମିଶ୍ର
ବର୍ତ୍ତମାନର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କୁ ଜଣେ ଅସାଧାରଣ ବ୍ୟକ୍ତିତ୍ବ ଏବଂ ଲୋକଙ୍କ ସେବକ ଭାବରେ ଅଭିହିତ କରିବା ସହ ଦେଶର ଆର୍ଥିକ ସଙ୍କଟ ସମୟରେ ତାଙ୍କର ବହୁମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ । ଉକ୍ତ ସଙ୍କଟ ସମୟରେ ସେ ସରକାରୀ ସ୍ତରରେ ଏବଂ ଆର୍ଥିକ ବ୍ୟବସ୍ଥାରେ ଅନେକ ସୁଧାରମୂଳକ ପଦକ୍ଷେପ ନେଇଥିଲେ । ସେ ବହୁଚର୍ଚ୍ଚିତ ବାଲାନ୍ସ ଅଫ୍ ପେମେଣ୍ଟ ସଙ୍କଟର ରକ୍ଷକ ଭାବେ ପରିଚିତ ଥିଲେ ।
ଏହା ମଧ୍ୟ ପଢନ୍ତୁ ... Repo Rate Unchanged: ରେପୋ ରେଟ ୬.୫% ଅପରିବର୍ତ୍ତିତ ରଖିଲା ଆରବିଆଇ
ଏଥିସବହ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ତାଙ୍କୁ ଭାରତର ଜଣେ ସର୍ବୋତ୍କୃଷ୍ଟ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ସେବାକୁ ମନେ ପକାଇଥିଲେ ଓ ସେ ନିଜର ଭେଙ୍କଟରମଣ ଏବଂ ସବୁଜ ବିପ୍ଳବର ଅନ୍ୟତମ ବିନ୍ଧାଣୀ ସି. ସୁବ୍ରମଣିୟମଙ୍କ ମଧ୍ୟରେ ଥିବା ଗଭୀର ବନ୍ଧୁତାକୁ ସ୍ମରଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ତାଙ୍କ ଗଭର୍ଣ୍ଣର ଅବଧି ମଧ୍ୟରେ 1992 ମସିହାରେ ଭାରତରେ ହର୍ଷଦ ମେହେଟ୍ଟା ସ୍କାମ୍ ସେୟାର ବଜାରର ସବୁଠାରୁ ବଡ ଘୋଟାଲା ଭାବେ ସାମ୍ନାକୁ ଆସିଥିଲା । ଏତଦ୍ ବ୍ୟତୀତ ଦେଶରେ ଶିଳ୍ପର ବିକାଶ ଏବଂ ଶକ୍ତି କ୍ଷେତ୍ରରେ ତାଙ୍କର ଦକ୍ଷ ପରିଚାଳନାର ନଜିର୍ ମଧ୍ୟ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
