ETV Bharat / business

Repo Rate Unchanged: ରେପୋ ରେଟ ୬.୫% ଅପରିବର୍ତ୍ତିତ ରଖିଲା ଆରବିଆଇ

author img

By ETV Bharat Odisha Team

Published : Oct 6, 2023, 11:41 AM IST

ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ । ପ୍ରେସମିଟରେ ଘୋଷଣା କଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ

ମୁଦ୍ରାନୀତି କମିଟି ବୈଠକ
ମୁଦ୍ରାନୀତି କମିଟି ବୈଠକ

ନୂଆଦିଲ୍ଲୀ: ବଢିଲାନି ସୁଧହାର । ପୁନର୍ବାର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । କ୍ରମାଗତ ଚତୁର୍ଥ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ମୁଦ୍ରାନୀତି କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି(ଶୁକ୍ରବାର) ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଫଳରେ ଲୋନ ନେଇଥିବା ଲୋକଙ୍କୁ ଅଧିକ EMI ବୋଝ ଉଠାଇବାକୁ ପଡିବ ନାହିଁ ।

ଗତ ୪ ତାରିଖରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟିର ୩ ଦିନିଆ ବୈଠକ ଚାଲିଥିଲା । ଆଜି ବୈଠକର ଶେଷ ଦିନରେ ସୁଧହାର ଅପରିବର୍ତ୍ତିତ ରହିବା ସଂକ୍ରାନ୍ତରେ ଘୋଷଣା କରାଯାଇଛି । ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ୨୦୨୨ ମେ' ପରଠାରୁ ଚଳିତ ବର୍ଷ ଫେବୃୟାରୀ ଯାଏଁ ଆରବିଆଇ ରେପୋ ରେଟରେ ୨୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା । ଶେଷ ଥର ଫେବୃଆରୀରେ ସୁଧହାରରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି, ୩ ଶହ ଟଙ୍କାକୁ ବୃଦ୍ଧି ପାଇଲା ଉଜ୍ଜଳା ସବସିଡି

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ମୁଦ୍ରାନୀତି କମିଟି ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ସ୍ଥିର କରିଛନ୍ତି । ସ୍ଥାୟୀ ଜମା ସୁବିଧା(SDF) ଓ ସୀମାନ୍ତ ଜମା ସୁବିଧା (MSF) ରେଟ୍ ଯଥାକ୍ରମେ ୬.୨୫ ପ୍ରତିଶତ ଓ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଶକ୍ତିକାନ୍ତ ଦାସ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନରେ ମଧ୍ୟ କୌଣସି ପରିବର୍ତ୍ତନ କରିନାହାନ୍ତି । ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ତେବେ ଏବେ ବି ଦେଶର ମୁଦ୍ରାସ୍ଫୀତି ହାର ଆରବିଆଇର ଧାର୍ଯ୍ୟ ଲକ୍ଷ୍ୟ ୪ ପ୍ରତିଶତ ଠାରୁ ଅଧିକ ରହିଛି ।

ଏହାମଧ୍ୟ ପଢନ୍ତୁ: GST Collection: ସେପ୍ଟେମ୍ବରରେ 1.62 ଲକ୍ଷ କୋଟି ଅତିକ୍ରମ କଲା GST ସଂଗ୍ରହ

ଏଠାରେ ସୂଚନାଯୋଗ୍ୟ ଯେ, ରେପୋ ରେଟ୍ ହେଉଛି ଯେଉଁ ସୁଧହାରରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କ୍‌ଗୁଡିକୁ ଋଣ ଦେଇଥାଏ । ଏଥିରେ କୌଣସି ପରିବର୍ତ୍ତନ ହେଲେ ବ୍ୟାଙ୍କ ଲୋନ ଓ ଇଏମଆଇ ମହଙ୍ଗା ହୋଇଥାଏ । ଯାହା ସାଧରଣ ଲୋକଙ୍କ ପକେଟକୁ ପ୍ରଭାବିତ କରିଥାଏ । ତେବେ ଏହି ସୁଧହାର ଲଗାତାର ଚତୁର୍ଥ ଥର ପାଇଁ ଅପରିବର୍ତ୍ତିତ ରହିବା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.