ETV Bharat / business

ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ କି ? ଜାଣନ୍ତୁ କେମିତି ପାଇବେ ଲୋନ

author img

By

Published : Nov 9, 2022, 2:33 PM IST

ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ କି ? ଜାଣନ୍ତୁ କେମିତି ପାଇବେ ଲୋନ
ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ କି ? ଜାଣନ୍ତୁ କେମିତି ପାଇବେ ଲୋନ

ଆଜିକାଲି ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ଉଚ୍ଚଶିକ୍ଷା ପାଇଁ ବେଶ୍ ଆଗ୍ରହୀ ହେଉଛନ୍ତି । ଏକ ସର୍ଭେ ଅନୁଯାୟୀ, ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ବିଦେଶରେ ପାଠପଢା ଖର୍ଚ୍ଚ ୨୮ ବିଲିୟନ ଥିବାବେଳେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ଖର୍ଚ୍ଚ ୮୦ ବିଲିୟନ ଡଲାର ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଲୋନ ନେଇ ବିଦେଶରେ ପଢିବାକୁ ଚାହୁଁଥିଲେ କ'ଣ କରିବା ଉଚିତ୍ ତାହା ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ

ହାଇଦ୍ରାବାଦ: ଆଜିକାଲି ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ଉଚ୍ଚଶିକ୍ଷା ପାଇଁ ବେଶ୍ ଆଗ୍ରହୀ ହେଉଛନ୍ତି । ଦିନକୁ ଦିନ ବିଦେଶରେ ପାଠପଢା ମହଙ୍ଗା ହେଉଥିବା ବେଳେ ଏଥିପ୍ରତି ଧ୍ୟାନ ନଦେଇ ସେମାନେ ବ୍ୟାଙ୍କ୍‌ ଲୋନରେ ବିଦେଶ ଯାଉଛନ୍ତି । ବିଭିନ୍ନ ରାଷ୍ଟ୍ର ବିଶେଷକରି ବିକଶିତ ଦେଶଗୁଡିକରେ ସ୍ଥିତ ବିଶ୍ୱବିଦ୍ୟାଳୟରେ ପାଠପଢା ଅତ୍ୟନ୍ତ ବ୍ୟୟବହୁଳ ହେଉଛି । ତଥାପି ଅଭିଭାବକମାନେ ନିଜର କଷ୍ଟ ଉପାର୍ଜିତ ଆୟ ଓ ସଞ୍ଚୟକୁ ପିଲାଙ୍କ ଭବିଷ୍ୟତ ପାଇଁ କ୍ଷଣିକରେ ଉଡାଇବାକୁ ପଛାଉ ନାହାନ୍ତି । ଅଧିକାଂଶ ପରିବାର ବ୍ୟାଙ୍କରୁ ମୋଟା ଅଙ୍କର ଲୋନ୍‌ ନେଇ ପିଲାଙ୍କୁ ବିଦେଶ ପଠାଉଥିବାର ଦେଖିବାକୁ ମିଳୁଛି ।

ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ କି ? ଜାଣନ୍ତୁ କେମିତି ପାଇବେ ଲୋନ
ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ କି ? ଜାଣନ୍ତୁ କେମିତି ପାଇବେ ଲୋନ

ବିଗତ ଦିନରେ ବିଭିନ୍ନ ଦେଶରେ ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି । ଅନ୍ୟପଟେ ଆଗାମୀ ବର୍ଷଗୁଡିକରେ ବିଦେଶରେ ଉଚ୍ଚଶିକ୍ଷା ଆହୁରି ଅଧିକ ବ୍ୟୟବହୁଳ ହେବାର ଆଶଙ୍କା ରହିଛି । ଏକ ସର୍ଭେ ଅନୁଯାୟୀ, ବର୍ତ୍ତମାନ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ଶିକ୍ଷା ପାଇଁ ୨୮ ବିଲିୟନ ଡଲାର ଖର୍ଚ୍ଚ କରୁଛନ୍ତି । ଯାହାକି ଆସନ୍ତା ଦୁଇ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୪ ସୁଦ୍ଧା ୮୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଯଦିଓ କିଛି ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇଥାନ୍ତି, ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ସୁବିଧା ଲାଭ କରିନଥାନ୍ତି । ଏପରିସ୍ଥଳେ ସେମାନେ ବ୍ୟାଙ୍କ ଲୋନ ଉପରେ ନିର୍ଭରଶୀଳ ରୁହନ୍ତି । ଯେହେତୁ ବିଦେଶର ବିଶ୍ବବିଦ୍ୟାଳୟଗୁଡିକରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ହେଉଛି, ତେଣୁ ଆଗାମୀ ଦିନରେ ସେମାନଙ୍କ ଋଣ ଆବଶ୍ୟକତା ପୂରଣ ପାଇଁ ଭାରତ ସରକାର, ରିଜର୍ଭ ବ୍ୟାଙ୍କ ଓ ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏସନ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅଧିନରେ ଛାତ୍ରଛାତ୍ରୀ କଲେଜ, ହଷ୍ଟେଲ, ପରୀକ୍ଷା, ଲାବ୍ରୋଟୋରୀ, ପୁସ୍ତକ, ଉପକରଣ, ଜରୁରୀ ଡିପୋଜିଟ, ବିଲ୍ଡିଂ ଫଣ୍ଡ ଇତ୍ୟାଦି ଫି' ଦେବା ପାଇଁ ଲୋନ ପାଇପାରିବେ ।

ଏହାମଧ୍ୟ ପଢନ୍ତୁ: ମହିଳାଙ୍କ ପାଇଁ ଟିପ୍ସ: ଆର୍ଥିକ ସ୍ୱାଧୀନତା ଚାହୁଁଥିଲେ କରନ୍ତୁ ଏହି କାମ

ବର୍ତ୍ତମାନ ବ୍ୟାଙ୍କଗୁଡିକ ସିକ୍ୟୁରିଟି ବିନା କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ୍‌ରୁ ୭.୫୦ ଲକ୍ଷରୁ ଅଧିକ ଶିକ୍ଷା ଲୋନ୍‌ (education loan) ମଞ୍ଜୁର କରୁଛନ୍ତି । ଆଗାମୀ ଦିନରେ ଏହି ଲୋନ ସୀମା ୧୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାବ୍ୟତୀତ ଏସବିଆଇ, ଏଚଡିଏଫସି ଏବଂ ଅନ୍ୟାନ୍ୟ ବ୍ୟାଙ୍କ ବିଦେଶୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀଙ୍କୁ ବିନା ସିକ୍ୟୁରିଟିଜରେ ୪୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଲୋନ ପ୍ରଦାନ କରୁଛନ୍ତି ।

ତେବେ ଉଚ୍ଚଶିକ୍ଷା ଲାଗି ଲୋନ୍‌ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ନିଜର ଶିକ୍ଷାଗତ ପ୍ରମାଣପତ୍ର, ଏଣ୍ଟ୍ରାନ୍ସ ଟେଷ୍ଟ୍‌ ପ୍ରମାଣପତ୍ର ସହିତ ଆଡ୍‌ମିଶନ ପତ୍ର, ବିଦେଶୀରେ ଅଧ୍ୟୟନ ପାଇଁ I-20 ଫର୍ମ, ଫି କାଗଜପତ୍ର, ଆବେଦନକାରୀଙ୍କ KYC ଦସ୍ତାବିଜ, ପ୍ୟାନ୍‌, ଆୟକର ରିଟର୍ଣ୍ଣ, ସମ୍ପତ୍ତି ଦସ୍ତାବିଜ, ଆଧାର ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଦାଖଲ କରିବାକୁ ହେବ । ତେବେ ଅଧିକ ଲୋନ ରାଶି ଚାହୁଁଥିଲେ ବନ୍ଧକ ଲୋନ୍‌ ନିଆଯାଇପାରିବ । ଏଥିରେ ସୁଧହାର ଅପେକ୍ଷାକୃତ କମ୍ ରହିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.