ETV Bharat / business

ମହିଳାଙ୍କ ପାଇଁ ଟିପ୍ସ: ଆର୍ଥିକ ସ୍ୱାଧୀନତା ଚାହୁଁଥିଲେ କରନ୍ତୁ ଏହି କାମ

author img

By

Published : Nov 9, 2022, 12:41 PM IST

ବର୍ତ୍ତମାନ ଶିକ୍ଷାଠୁ ଆରମ୍ଭ କରି ବ୍ୟବସାୟ ପ୍ରତିଟି କ୍ଷେତ୍ରରେ ମହିଳାମାନେ ଆଗରେ ରହିଛନ୍ତି । ଏସବୁ ପରେ ମଧ୍ୟ ଆଜି ବି ମହିଳା ଆର୍ଥିକ ସ୍ବାଧୀନତା ଠାରୁ ବହୁ ଦୂରରେ । ଯେକୌଣସି ଆର୍ଥିକ ନିଷ୍ପତ୍ତି ନେବା ପାଇଁ ସେମାନେ ପରିବାର ଉପରେ ନିର୍ଭରଶୀଳ । ହେଲେ ବର୍ତ୍ତମାନ ସମୟରେ ଆର୍ଥିକ ରୂପେ ସ୍ବାଧୀନ ହେବାର ସମୟ ଆସିଛି । ଅଧିକ ପଢନ୍ତୁ

ମହିଳାଙ୍କ ପାଇଁ ଟିପ୍ସ: ଆର୍ଥିକ ସ୍ବାଧୀନତା ଚାହୁଁଥିଲେ କରନ୍ତୁ ଏହି କାମ
ମହିଳାଙ୍କ ପାଇଁ ଟିପ୍ସ: ଆର୍ଥିକ ସ୍ବାଧୀନତା ଚାହୁଁଥିଲେ କରନ୍ତୁ ଏହି କାମ

ହାଇଦ୍ରାବାଦ: ଶିକ୍ଷାଠୁ ଆରମ୍ଭ କରି ବ୍ୟବସାୟ ଓ ନିଯୁକ୍ତି ଯାଏଁ ଦେଶରେ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଦ୍ରୁତ ଅଗ୍ରଗତି କରୁଛନ୍ତି । କିନ୍ତୁ ପରିସଂଖ୍ୟାନ(statistics) ଦର୍ଶାଏ ଯେ, ମହିଳାଙ୍କ ପ୍ରଗତି ସତ୍ତ୍ୱେ ସେମାନେ ଆର୍ଥିକ ସ୍ୱାଧୀନତା ହାସଲ କରିବାଠାରୁ ଏବେ ବି ବହୁ ଦୂରରେ । କୌଣସି ଆର୍ଥିକ ନିଷ୍ପତ୍ତି ନେବାପାଇଁ ଅଧିକାଂଶ ମହିଳା ମାଆ, ପତ୍ନୀ, ଝିଅ ଓ ବୋହୂ ରୂପରେ ନିଜ ପରିବାର ଉପରେ ନିର୍ଭରଶୀଳ ରହୁଛନ୍ତି ।

କେବଳ ଗୋଟିଏ ବର୍ଷରେ ଭାରତର କର୍ମକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ୨.୩ ପ୍ରତିଶତ ବୃଦ୍ଧି ପାଇଛି । ସରକାରୀ ଆକଳନ ଅନୁଯାୟୀ, ୨୦୨୦ ବର୍ଷ କର୍ମକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ୨୨.୮ ପ୍ରତିଶତ ରହିଥିଲା । ଯାହାକି ୨୦୨୧ ବର୍ଷ ୨୫.୧ ପ୍ରତିଶତକୁ ବୃଦ୍ଧି ପାଇଛି । ମହିଳାଙ୍କ ରୋଜଗାର କ୍ଷମତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ତେଣୁ ବର୍ତ୍ତମାନ ସେମାନେ ଅର୍ଥନୈତିକ ସମସ୍ୟା ଓ ଆର୍ଥିକ ପ୍ରସଙ୍ଗରେ ନିଜର ସଚେତନତା ବୃଦ୍ଧି କରିବାର ସମୟ ଆସିଛି । ସାମଗ୍ରିକ ମହିଳା ସଶକ୍ତିକରଣ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ସେମାନେ ମୁକ୍ତ ଭାବରେ ନିଜର ଆର୍ଥିକ ନିଷ୍ପତ୍ତି ନେଇପାରିବେ ।

ପ୍ରତ୍ୟେକ ମହିଳାଙ୍କ ପାଇଁ ନିଜର ଆର୍ଥିକ ସ୍ୱାଧୀନତା ହାସଲ ଦିଗରେ ପଦକ୍ଷେପ ନେବା ଜରୁରୀ । ସେମାନେ ନିଜେ ପୁଞ୍ଜି ବିନିଯୋଗ ପାଇଁ ପ୍ରସ୍ତୁତ ହେବା ସହ ନିଜର ଆବଶ୍ୟକତା ଅନୁଯାୟୀ ପଲିସି ଚୟନ କରିବା ଆବଶ୍ୟକ । ଏକ ନିଶ୍ଚିତ ରିଟର୍ଣ୍ଣ ପ୍ରଦାନକାରୀ ବୀମା ପଲିସିଗୁଡିକ ମହିଳାମାନଙ୍କୁ ସେମାନଙ୍କର ଆର୍ଥିକ ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗୋଟିଏ ଯୋଜନାରୁ ଦୁଇଗୁଣା ଲାଭ ଚାହୁଁଥିବା ବ୍ୟକ୍ତି ଏହିଭଳି ଗ୍ୟାରେଣ୍ଟି ରିଟର୍ଣ୍ଣ ପଲିସିଗୁଡିକ(guaranteed returns policies) ଖୋଜିବା ଆବଶ୍ୟକ । ଯାହା ସେମାନଙ୍କୁ ଜୀବନ ବୀମା ସହ ନିଶ୍ଚିତ ଆୟ ଭଳି ଡବଲ ସୁବିଧା ଅଫର କରେ ।

ଏହାମଧ୍ୟ ପଢନ୍ତୁ: Meta layoffs: ଟ୍ୱିଟର ପରେ ଆଜିଠୁ ମେଟାରେ ଛଟେଇ

ମୁଖ୍ୟତଃ ମହିଳାମାନେ ରିସ୍କ-ଫ୍ରି ବା ବିପଦମୁକ୍ତ ନିବେଶ(risk-free investments) ପସନ୍ଦ କରିଥାନ୍ତି । ନିଶ୍ଚିତ ରିଟର୍ଣ୍ଣ ପ୍ଲାନଗୁଡିକ ଏକକାଳୀନ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା ସଙ୍ଗେସଙ୍ଗେ ରିସ୍କ ମଧ୍ୟ କମ୍ କରିଥାଏ । ଏଥିରେ ପ୍ରତ୍ୟେକ ନିବେଶ ଉପରେ ଏକ ଗ୍ୟାରେଣ୍ଟି ରହିଥାଏ । ମହିଳାମାନେ ଦୀର୍ଘକାଳୀନ ପଲିସିରେ ନିବେଶ ପ୍ରତି ବିଶେଷ ଆଗ୍ରହୀ ହୋଇନଥାନ୍ତି । କାରଣ ନିବେଶ ମଝିରେ ସେମାନେ ଆୟ ବନ୍ଦ ହେବା ଆଶଙ୍କାରେ ରହିଥାନ୍ତି । ଏହିପରି ମହିଳାମାନେ ନିଜର ସମସ୍ତ ସଞ୍ଚୟକୁ ଏକ ପ୍ରିମିୟମ ଗ୍ୟାରେଣ୍ଟି ରିଟର୍ଣ୍ଣ ପଲିସିକୁ ସ୍ଥାନାନ୍ତିରତ କରିପାରିବେ ।

ଅଧିକାଂଶ ମହିଳା ଅବସରପ୍ରାପ୍ତ ଜୀବନ ପାଇଁ ଯୋଜନା ପ୍ରସ୍ତୁତ କରୁନଥିବାର ଦେଖାଯାଏ । ଏହା ଠିକ୍ ନୁହେଁ । କର୍ମକ୍ଷେତ୍ରରୁ ଅବସର ସମୟରେ ଆଗାମୀ ୩୦ ବର୍ଷରୁ ଅଧିକ ସମୟ ପାଇଁ ସେମାନେ ଆବଶ୍ୟକୀୟ ପରିମାଣର ଅର୍ଥ ସଞ୍ଚୟ କରିବା ଉଚିତ୍ । ଏଥିପାଇଁ ଆରମ୍ଭରୁ ସେମାନେ ନିଜର କଷ୍ଟ ଉପାର୍ଜିତ ଆୟକୁ ନିବେଶ କରିବା ଜରୁରୀ । ସୁନିଶ୍ଚିତ ରିଟର୍ଣ୍ଣ ପଲିସିଗୁଡିକ ଅବସର ପରେ ନିୟମିତ ଆୟ ପ୍ରଦାନ କରିଥାଏ । ଯାହାକି ମହିଳାଙ୍କ ଆର୍ଥିକ ରୂପେ ସ୍ବାବଲମ୍ବୀ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.