ETV Bharat / business

Credit Score: ୮୦୦ରୁ ଅଧିକ ରଖନ୍ତୁ କ୍ରେଡିଟ ସ୍କୋର, ମିଳିବ ଏହିସବୁ ସୁବିଧା

author img

By

Published : Jun 29, 2023, 1:04 PM IST

Benefits of maintaining credit score not less than 800
୮୦୦ରୁ ଅଧିକ ରଖନ୍ତୁ କ୍ରେଡିଟ ସ୍କୋର

ଭଲ କ୍ରେଡିଟ ସ୍କୋର ଦ୍ବାରା ହୋମ ଲୋନ ଓ କାର୍ ଲୋନ ସୁଧରେ ରିହାତି ମିଳିଥାଏ । କ୍ରେଡିଟ ସ୍କୋର ୮୦୦ ଥିଲେ, ୫୦ ଲକ୍ଷ ଲୋନ ଉପରେ ବ୍ୟାଙ୍କ ୮.୫୦ ପ୍ରତିଶତ ସୁଧ ନେଇଥାଏ । କିନ୍ତୁ କ୍ରେଡିଟ ସ୍କୋର ଏହାଠୁ କମ୍ ଥିଲେ ଆପଣଙ୍କୁ ୮.୮୦ ପ୍ରତିଶତ ସୁଧ ଦେବାକୁ ପଡିଥାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କ୍ରେଡିଟ ସ୍କୋର ଆପଣଙ୍କ ଆର୍ଥିକ ଅନୁଶାସନର ମାପକାଠି । ବ୍ୟାଙ୍କରୁ ଲୋନ ପାଇବାରେ ଏହି ସ୍କୋର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଭଲ କ୍ରେଡିଟ ସ୍କୋର ଦ୍ବାରା ହୋମ ଲୋନ ଓ କାର୍ ଲୋନ ସୁଧରେ ରିହାତି ମିଳିଥାଏ । ଉଦାହରଣସୂରୁପ, ଆପଣଙ୍କର କ୍ରେଡିଟ ସ୍କୋର ୮୦୦ ଅଛି ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବ୍ୟକ୍ତିଗତ ହୋମ ଲୋନ ପାଇଁ ୮.୫୦ ପ୍ରତିଶତ ସୁଧ ଚାର୍ଜ କରୁଛି । ଏହି ହିସାବରେ ୨୦ ବର୍ଷର ଅବଧି ପାଇଁ ୫୦ ଲକ୍ଷ ଟଙ୍କାର ଲୋନ ଉପରେ ୫୪.୧୩ ଲକ୍ଷ ଟଙ୍କା ଦିଆଯିବ । କିନ୍ତୁ ଯଦି କ୍ରେଡିଟ ସ୍କୋର କମ୍ ଥିବ, ତାହା ହେଲେ ସମାନ ଋଣଦାତା/ବ୍ୟାଙ୍କ ଆପଣଙ୍କ ଠାରୁ ୮.୮୦ ପ୍ରତିଶତ ସୁଧ ନେବ । ଅର୍ଥାତ୍ ୫୪.୧୩ ଲକ୍ଷ ଟଙ୍କା ବଦଳରେ ଆପଣଙ୍କୁ ୫୬.୪୨ ଲକ୍ଷ ଟଙ୍କା ଦେବାକୁ ପଡିବ ।

ଠିକ୍ ସେହିପରି ଯଦି କ୍ରେଡିଟ ସ୍କୋର ଖୁବ୍ କମ୍ ଥାଏ, ଏପରିସ୍ଥଳେ ବ୍ୟାଙ୍କ ୯.୬୫ ପ୍ରତିଶତ ସୁଧ ନେଇଥାଏ । ଏହି ହିସାବରେ ୫୦ ଲକ୍ଷ ଟଙ୍କାର ହୋମ ଲୋନ ପାଇଁ ଆପଣଙ୍କୁ ପ୍ରାୟ ୯ ଲକ୍ଷ ଅଧିକ ସୁଧ ବା ୬୩.୦୩ ଲକ୍ଷ ଟଙ୍କା ଦେବାକୁ ପଡିବ । ତେଣୁ ଭଲ କ୍ରେଡିଟ୍ ସ୍କୋର ବଜାୟ ରଖିବାକୁ ଆପଣନ୍ତୁ ନିମ୍ନଲିଖିତ ଟିପ୍ସ ।

ଠିକ୍ ସମୟରେ ପେମେଣ୍ଟ କରନ୍ତୁ:

୮୦୦ରୁ ଅଧିକ କ୍ରେଡିଟ ସ୍କୋର ପାଇଁ ଯଥା ସମୟରେ ନିଜର EMI ଓ କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟ କରନ୍ତୁ । ଯଦି ନିର୍ଦ୍ଧାରିତ ସମୟରେ ବିଲ୍ ପୈଠ କରିବା ସମ୍ଭବପର ନହୁଏ, ତାହାହେଲେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ ଅଟୋମେଟ ପେମେଣ୍ଟ କରନ୍ତୁ । ଅନେକ ସମୟରେ କୌଣସି ବୈଷୟିକ ଜଟିଳତା କାରଣରୁ ଋଣକର୍ତ୍ତା ଠିକ୍ ସମୟରେ କ୍ରେଡିଟ କାର୍ଡ ବିଲ୍ ଦେଇପାରିନଥାନ୍ତି । ଯାହାଫଳରେ ସ୍କୋର ୮୦୦ରୁ ୭୭୬କୁ ହ୍ରାସ ପାଇଥାଏ । କ୍ରମଶଃ ଏହା ହ୍ରାସ ପାଇ ଚାଲିଥାଏ । ପୁନର୍ବାର ଭଲ କ୍ରେଡିଟ ସ୍କୋର କରିବାକୁ ମାସ ମାସ କାଳ ଲାଗି ଯାଇଥାଏ ।

ଉପଭୋଗ ହ୍ରାସ କରନ୍ତୁ:

ଲିମିଟ୍ ଭିତରେ କ୍ରେଡିଟ କାର୍ଡର ଉପଯୋଗ କରନ୍ତୁ । ଯଦି ଆପଣ ଲିମିଟ୍ ଠାରୁ ଅଧିକ କ୍ରେଡିଟ କାର୍ଡ ବ୍ୟବହାର କରନ୍ତି, ଏହାଦ୍ବାରା କ୍ରେଡିଟ୍ ସ୍କୋର ସିଧାସଳଖ ପ୍ରଭାବିତ ହୋଇଥାଏ । ମନେକର, ଆପଣଙ୍କ କ୍ରେଡିଟ କାର୍ଡ ଲିମିଟ ହେଉଛି ୧ ଲକ୍ଷ ଟଙ୍କା । ପ୍ରତିମାସରେ ଆପଣ ୧୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ତାହାହେଲେ ଆପଣଙ୍କ ବ୍ୟବହାର ଅନୁପାତ ୧୦ ପ୍ରତିଶତ ଅଟେ । କିନ୍ତୁ ଏହାର ବ୍ୟବହାର ବୃଦ୍ଧି କଲେ, ସ୍କୋର ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ । ସର୍ବଦା ୩୦ ପ୍ରତିଶତ ତଳେ କ୍ରେଡିଟ କାର୍ଡ ବ୍ୟବହାର ଉଚିତ୍ ।

ଏହାମଧ୍ୟ ପଢନ୍ତୁ: ମାସକୁ ଆଇ-ଫୋନରୁ ଲକ୍ଷ ଲକ୍ଷ ଆଦାୟ କରନ୍ତି ମୁକେଶ ଅମ୍ବାନୀ, ଜାଣନ୍ତୁ ଏହା ପଛର ରହସ୍ୟ

ସର୍ବନିମ୍ନ ରାଶି ରଖନ୍ତୁ:

ସର୍ବନିମ୍ନ ବାଲାନ୍ସ ଆପଣଙ୍କୁ ବକେୟା ଶୁଳ୍କ ପୈଠ କରିବାକୁ ରକ୍ଷା କରିଥାଏ ହେଲେ ସୁଧ ବୋଝ କମ୍ କରେନି । ଅଧିକାଂଶ କାର୍ଡ ବାଲାନ୍ସ ଉପରେ ୨.୫ରୁ ୪ ପ୍ରତିଶତ ଚାର୍ଜ କରିଥାଏ । ଅର୍ଥାତ୍ ବାର୍ଷିକ ୩୦ରୁ ୫୦ ପ୍ରତିଶତ ଅଟେ । ଅନ୍ୟନ୍ତ କଠିନ ପରିସ୍ଥିତି ଯୋଗୁଁ ବିଲ୍ ପେମେଣ୍ଟ କରିବାକୁ ଅସମର୍ଥ ଥିଲେ ହିଁ ଏହି ସୁବିଧାର ବ୍ୟବହାର କରନ୍ତୁ । ଅତି ଆବଶ୍ୟକ ନଥିଲେ ଲୋନ ପାଇଁ ଆବେଦନ କରନ୍ତୁ ନାହିଁ । ଯଦି ସେମିତି କରନ୍ତି ତାହାହେଲେ ଆପଣଙ୍କ ସ୍କୋର ପ୍ରଭାବିତ ହୋଇଥାଏ ।

ଯଦି ଆପଣଙ୍କ ପାଖରେ ପୁରୁଣା କାର୍ଡ ଥାଏ:

ଯଦି ଆପଣଙ୍କ ନିକଟରେ ବହୁ ବର୍ଷ ପୁରୁଣା କ୍ରେଡିଟ କାର୍ଡ ଥାଏ, ତାହାହେଲେ କ୍ରେଡିଟ ସ୍କୋର ବୃଦ୍ଧି କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଏ । ତେଣୁ ତରବରିଆ ଭାବେ ଏହାକୁ ରବ୍ଦ କରନ୍ତୁ ନାହିଁ । ଯଦି ବାର୍ଷିକ ଫି' ଅଧିକ ଥାଏ, ତେବେ ବ୍ୟାଙ୍କ ସହ ଯୋଗାଯୋଗ କରି ଏହାକୁ କମ୍ କରିବାକୁ ଉପାୟ ବାହାର କରନ୍ତୁ । କିଛି କାରଣ ପାଇଁ ଆପଣଙ୍କ କ୍ରେଡିଟ ସ୍କୋରରେ ଅସ୍ଥିରତା ଦେଖାଯିବା ସ୍ବାଭାବିକ । ଆପଣଙ୍କ ନାଁରେ କେହି ପୂର୍ବରୁ କେବେ ଲୋନ ନେଇଛି ନା ନାହିଁ ତାହା ଯାଞ୍ଚ କରନ୍ତୁ । ଲୋନ ପାଇଁ ପଚରାଉଚରା କରିବା, ଇଏମଆଇ ଏବଂ କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟରେ ଅନିୟମିତତା ଆଦି ଯାଞ୍ଚ କରନ୍ତୁ । ଯଦି ଏହିସବୁ ବିବରଣୀରେ କୌଣସି ପ୍ରକାର ତ୍ରୁଟି ଦେଖାଯାଏ, ତେବେ ବ୍ୟାଙ୍କ ଓ କ୍ରେଡିଟ ବ୍ୟୁରୋ ନିକଟରେ ଅଭିଯୋଗ କରନ୍ତୁ । ଏସବୁ କରିବା ଦ୍ବାରା ଆପଣଙ୍କ କ୍ରେଡିଟ ସ୍କୋର ୮୦୦ରୁ କମି ନଥାଏ ।

ବେଳେବେଳେ ବକେୟା ରାଶି ପେମେଣ୍ଟ କରିବା ସମ୍ଭବ ହୋଇନଥାଏ ଏବଂ ବ୍ୟାଙ୍କ ସହ ବୁଝାମଣା କରିବାକୁ ପଡେ । ଅନେକ କ୍ଷେତ୍ରରେ ଏଭଳି ପେମେଣ୍ଟ ଆପଣଙ୍କ କ୍ରେଡିଟ ସ୍କୋର ନଷ୍ଟ କରିପାରେ । ଯେଉଁ କାରଣରୁ ଭବିଷ୍ୟତରେ ନୂଆ ଲୋନ ମିଳିବା କଷ୍ଟକର ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.