ETV Bharat / business

ବଜାରରେ ସକାରତ୍ମକ ସଙ୍କେତ: ସୁଧୁରୁଛି ସେନସେକ୍ସ

author img

By

Published : Apr 16, 2020, 6:02 PM IST

Sensex rises over 222 points; Nifty settles near 9,000
ବଜାରରେ ସକାରତ୍ମକ ସଙ୍କେତ: ସୁଧୁରୁଛି ସେନସେକ୍ସ

ଆର୍ଥିକ, ଶକ୍ତି ଓ ବିଦ୍ୟୁତ କମ୍ପାନୀ ସେୟାର ପ୍ରଫିଟ କମାଇଛନ୍ତି । ଫଳରେ ସେନସେକ୍ସ 223 ପଏଣ୍ଟ ଉପରମୁହାଁ ରହିଛି । ଅଧିକ ପଢନ୍ତୁ..

ମୁମ୍ବାଇ: ଦୁର୍ବଳ ବୈଶ୍ବିକ ସଙ୍କେତ ପରେ ବି ଅଭିବୃଦ୍ଧି ସହ ବନ୍ଦ ଗୁରୁବାର ସେୟାରବଜାର । ଆର୍ଥିକ, ଶକ୍ତି ଓ ବିଦ୍ୟୁତ କମ୍ପାନୀ ସେୟାର ପ୍ରଫିଟ କମାଇଛନ୍ତି । ଫଳରେ ସେନସେକ୍ସ 223 ପଏଣ୍ଟ ଉପରମୁହାଁ ରହିଛି ।

ବିଏସଇ 30 ସେୟାର ଆଧାରିତ ସେନସେକ୍ସ କାରବାର ମଧ୍ୟ ମଧ୍ୟରେ 784 ପଏଣ୍ଟ ଉପର-ତଳ ସହ ଶେଷରେ 222.80 ପଏଣ୍ଟ ବଢି 30,602.61 ପଏଣ୍ଟରେ ବନ୍ଦ ହୋଇଛ ।

ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି 67.50 ପଏଣ୍ଟ ବୃଦ୍ଧି ପାଇଁ 8,992.80 ପଏଣ୍ଟରେ କାରବାର ବନ୍ଦ କରିଛି ।

ସେନସେକ୍ସ କମ୍ପାନୀ ମଧ୍ୟରେ ଏନଟିପିସି ସେୟାର ସର୍ବାଧିକ 6 ପ୍ରତିଶତ ଲାଭ କମାଇଛି । ଏଭଳି ଭାବେ ଆଇସିଆଇସିଆଇ , ଟାଇଟନ, ଏଲଏଣ୍ଡଟି, ଏସବିଆଇ, ସନଫାର୍ମା ଓ ନେସଲେ ଇଣ୍ଡିଆ ସେୟାର ମଧ୍ୟ ଉପରମୁହଁ ରହିଛି ।

ଅନ୍ଯପଟେ ଏଚସିଏଲ ଟେକ, କୋଟକ ବ୍ୟାଙ୍କ, ଟେକ ମହିନ୍ଦ୍ରା, ହୀରୋ ମୋଟରକ୍ୟାପ ଓ ଇମ୍ଫୋସିସ ଭଳି ସେୟାର କ୍ଷତି ସହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.