ETV Bharat / business

ସେନସେକ୍ସର ଲମ୍ଭା ଲମ୍ଫ, 14800 ଟପିଲା ନିଫ୍ଟି

author img

By

Published : Mar 30, 2021, 7:36 PM IST

14800 ଟପିଲା ନିଫ୍ଟି
14800 ଟପିଲା ନିଫ୍ଟି

ଭଲ କାରବାର ସହ ସେନସେକ୍ସ 1,128 ପଏଣ୍ଟ ଚଢିଛି । ସକରାତ୍ମକ ବୈଶ୍ବିକ ସଙ୍କେତ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ, ଇମ୍ଫୋସିସ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରରେ ବୃଦ୍ଧି ଯୋଗୁଁ ଘରୋଇ ବଜାର ଉର୍ଦ୍ଧ୍ବମୁହାଁ ରହିଛି । ଅଧିକ ପଢନ୍ତୁ..

ମୁମ୍ବାଇ: ପୁଞ୍ଜି ବଜାରରେ ଅଭିବୃଦ୍ଧିର ଧାରା ଲଗାତାର ମଙ୍ଗଳବାର ଜାରି ରହିଛି । ଭଲ କାରବାର ସହ ସେନସେକ୍ସ 1,128 ପଏଣ୍ଟ ଚଢିଛି । ସକରାତ୍ମକ ବୈଶ୍ବିକ ସଙ୍କେତ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ, ଇମ୍ଫୋସିସ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରରେ ବୃଦ୍ଧି ଯୋଗୁଁ ଘରୋଇ ବଜାର ଉର୍ଦ୍ଧ୍ବମୁହାଁ ରହିଛି ।

ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 1,128.08 ପଏଣ୍ଟ ବଢି 50,136.58 ପଏଣ୍ଟରେ ପହଞ୍ଚିଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 337.80 ପଏଣ୍ଟ ବୃଦ୍ଧି ହୋଇ 14,845.10 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସର କମ୍ପାନୀର ଏଚସିଏଲ ଟେକର ସେୟାର ସବୁଠୁ ଅଧିକ ପ୍ରାୟ 4 ପ୍ରତିଶତ ଚଢିଛି । ଏଚଡିଏଫସି ବ୍ୟାଙ୍କ, ଇମ୍ଫୋସିସ , ଏନଟିପିସି, ନେସଲେ ଇଣ୍ଡିଆ , ଟିସିଏସ ଓ ହିନ୍ଦୁସ୍ତାନ ୟୁନିଲିଭରର ସେୟାର ବି ଲାଭରେ ରହିଛି । ଅନ୍ୟପଟେ ମହିନ୍ଦ୍ରା ଆଣ୍ଜ ମହିନ୍ଦ୍ରା , ଭାରତୀ ଏୟାରଟେଲ ଓ ଆକ୍ସିସ ବ୍ୟାଙ୍କ ସେୟାର ଖସିଛି ।

ଏଥିମଧ୍ୟରେ ବୈଶ୍ବିକ ବ୍ରେଣ୍ଟ ଅଶୋଧିତ ତୈଳ 0.49 ପ୍ରତିଶତ ହ୍ରାସ ଯୋଗୁଁ ବ୍ୟାରେଲ ପ୍ରତି 64.60 ଡଲାରରେ କାରବାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.