ETV Bharat / business

ପୁଣି ବଢିଲା ପେଟ୍ରୋଲ ରେଟ୍, ଡିଜେଲ ସ୍ଥିର

author img

By

Published : Nov 2, 2021, 9:20 AM IST

ପୁଣି ବଢିଲା ପେଟ୍ରୋଲ ରେଟ୍, ଡିଜେଲ ସ୍ଥିର
ପୁଣି ବଢିଲା ପେଟ୍ରୋଲ ରେଟ୍, ଡିଜେଲ ସ୍ଥିର

ମହଙ୍ଗା ମାଡରୁ ମିଳୁନି ନିସ୍ତାର । ଆଜି ସପ୍ତମ ଦିନରେ ପୁଣି ବଢିଲା ପେଟ୍ରୋଲ ରେଟ୍ । ହେଲେ ଆଜି ଡିଜେଲ ଦର ସ୍ଥିର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ଅସହ୍ୟ ହେଉଛି ତେଲ ତାତି । ପ୍ରତିଦିନ ନିଜର ପୂର୍ବ ରେକର୍ଡ ଭାଙ୍ଗୁଛି ପେଟ୍ରୋଲ ଏବଂ ଡିଜେଲ । ଦରରେ ଲଗାଣ ବୃଦ୍ଧି ଜନଅସନ୍ତୋଷ ବୃଦ୍ଧି କରିବାରେ ଲାଗିଛି । ଏହାସତ୍ତ୍ବେ ବି ରେଟରେ ଲାଗୁନି ବ୍ରେକ । ଆଜି ଲଗାତାର ସପ୍ତମ ଦିନରେ ପେଟ୍ରୋଲ ରେଟ୍ ବୃଦ୍ଧି କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ମାତ୍ର ଧନତେରସ ଅବସରରେ ଡିଜେଲ ଦର ସ୍ଥିର ରହିଛି । ବର୍ତ୍ତମାନ ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି ତୈଳ ରେଟ୍ ।

ତାଜା ଅପଡେଟ୍ ଅନୁସାରେ, ଆଜି ପେଟ୍ରୋଲ ୩୫ ପଇସା ବଢିଛି । ଡିଜେଲ ଦରକୁ ଅପରିବର୍ତ୍ତିତ ରଖିଛନ୍ତି ତୈଳ କମ୍ପାନୀ । ଆଜିର ୩୫ ପଇସା ବୃଦ୍ଧି ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ପାର୍ କରିଛି । କ୍ରମାଗତ ୬ ଦିନର ବୃଦ୍ଧି ପରେ ଆଜି ଡିଜେଲ୍ ଦର ଦିଲ୍ଲୀରେ ସ୍ଥିର ରହିଛି । ଯଦି ଦେଶରେ ଚାରି ମହାନଗରକୁ ତୁଳନା କରିବା, ତେବେ ମୁମ୍ବାଇରେ ପେଟ୍ରୋଲ-ଡିଜେଲ ରେଟ୍ ଆକାଶ ଛୁଆଁ ରହିଛି । ଏଠାରେ ପେଟ୍ରୋଲ ଲିଟର ପିଛା ୧୧୫.୮୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ୧୦୬.୬୨ ଟଙ୍କାରେ ମିଳୁଛି । କୋଲକାତାରେ ପେଟ୍ରୋଲ ଲିଟର ୧୧୦.୪୯ ଟଙ୍କା ଥିବାବେଳେ ଡିଜେଲ ୧୦୧.୫୬ ଟଙ୍କା ଅଛି । ସେହିପରି ଚେନ୍ନାଇରେ ଏହି ତୈଳ ଦର ଯଥାକ୍ରମେ ୧୦୬.୬୬ ଟଙ୍କା ଏବଂ ୧୦୨.୫୯ ଟଙ୍କା ରହିଛି ।

ପେଟ୍ରୋଲ-ଡିଜେଲ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ୍ସସାଇଜ ଡ୍ୟୁଟି ଯୋଗୁଁ ଏହି ତୈଳ ଦର ବୃଦ୍ଧି ପାଉଛି । ସେପଟେ ଉଚ୍ଚା ତେଲେ ଦାମ୍ ନେଇ ଦେଶବ୍ୟାପୀ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । କିଛି ରାଜନୈତିକ ଦଳ ମଧ୍ୟ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଉଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.