ETV Bharat / business

ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ...

author img

By

Published : Sep 28, 2021, 2:14 PM IST

ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ...
ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ...

ଦେଶରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ମଙ୍ଗଳବାର ଦେଶର ଚାରୋଟି ମେଟ୍ରୋ ସହରରେ ତୈଳ ଦର ୨୫ ରୁ ୨୭ ପଇସା ଯାଏଁ ବଢିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବଢିଲା ପେଟ୍ରୋଲ-ଡିଜେଲ ଦର । ମଙ୍ଗଳବାର ଦେଶର ଚାରୋଟି ମେଟ୍ରୋ ସହରରେ ତୈଳ ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ରେଟ୍ ୨୦ ପଇସା ବୃଦ୍ଧି ପାଇ ଲିଟର ପିଛା ଦର 101.39 ଟଙ୍କା ରହିଛି । ସେହିପରି ଏଠାରେ ଡିଜେଲ ଦରରେ ମଧ୍ୟ ୨୫ ପଇସା ବଢି 89.57 ଟଙ୍କା ହୋଇଯାଇଛି ।

ମୁମ୍ବାଇରେ ୨୧ ପଇସା ବଢିଛି ପେଟ୍ରୋଲ ଦର । ଏହି ବୃଦ୍ଧି ସହ ବର୍ତ୍ତମାନ ମାୟାନଗରୀରେ ପ୍ରତି ଲିଟର ପେଟ୍ରୋଲ ମୂଲ୍ୟ 107.47 ଟଙ୍କା ହୋଇଯାଇଛି । ସେହିପରି ଡିଜେଲରେ ୨୭ ପଇସା ବଢି ଲିଟର ପିଛା 97.21ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ପ୍ରମୁଖ ସହର କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ୨୫ ପଇସା ଲେଖାଏଁ ବଢି ଲିଟର ପିଛା ଦର ଯଥାକ୍ରମେ 101. 87 ଟଙ୍କା ଏବଂ 92.67 ଟଙ୍କାରେ ପହଞ୍ଚିଛି । ଯାହା କ୍ରମାଗତ ତୃତୀତ ଥର ବୃଦ୍ଧି ହୋଇଛି ।

ଅନ୍ୟପଟେ ଚେନ୍ନାଇରେ ମଧ୍ୟ ବଢିଛି ତୈଳ ଦର । ଚେନ୍ନାଇରେ କ୍ରମାଗତ ଦ୍ବିତୀୟ ଦିନରେ ପେଟ୍ରୋଲ ଲିଟର ପିଛା ୧୯ ପଇସା ବଢି 99.15 ଟଙ୍କାରେ ପହଞ୍ଚିଛି । ଡିଜେଲରେ ମଧ୍ୟ 0.24 ପଇସା ବଢି 94.17 ଟଙ୍କା ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ, ତୈଳ କମ୍ପାନୀଙ୍କ ଦ୍ବାରା ପେଟ୍ରୋଲ-ଡିଜେଲ ଦର ଜାରି ହୋଇଥାଏ । ଆଜି ଦେଶବ୍ୟାପୀ ଏହି ତୈଳ ଦର ବୃଦ୍ଧି ହୋଇଛି । value-added ଟ୍ୟାକ୍ସ ଆଧାରରେ ବିଭିନ୍ନ ରାଜ୍ୟରେ ଦର ଭିନ୍ନ ଭିନ୍ନ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.