ETV Bharat / business

ଆହୁରି ବଢିଲା ପେଟ୍ରୋଲ-ଡିଜେଲ ଦାମ

author img

By

Published : Feb 10, 2021, 4:52 PM IST

ଆହୁରୀ ବଢିଲା ପେଟ୍ରୋଲ-ଡିଜେଲ ଦାମ
ଆହୁରୀ ବଢିଲା ପେଟ୍ରୋଲ-ଡିଜେଲ ଦାମ

ବୈଶ୍ବିକ ବଜାରରେ ତେଲ ଦାମ ବ୍ୟାରେଲ ପ୍ରତି 61 ଡଲାରରେ ପହଞ୍ଚିବା ପରେ ଘରୋଇ ବଜାରରେ ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଦେଶରେ ତେଲ ଦାମ ଲଗାତାର ଦ୍ବିତୀୟ ଦିନ ବୃଦ୍ଧି ହୋଇଛି । ଏଥିସହ ପେଟ୍ରୋଲ ଓ ଡିଜେଲ ଦାମ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ସାର୍ବଜନିକ କ୍ଷେତ୍ରର ତେଲ କମ୍ପାନୀର ବିଜ୍ଞପ୍ତି ଅନୁସାରେ ପେଟ୍ରୋଲ ଦାମ ବୁଧବାର ଲିଟର ପ୍ରତି 30 ପଇସା ବଢିଥିବାବେଳେ ଡିଜେଲ 25 ପଇସା ବଢିଛି । ଏହି ବୃଦ୍ଧି ସହ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 87.60 ଟଙ୍କା ରହିଥିଲାବେଳେ ମୁମ୍ବାଇରେ 94.12 ଟଙ୍କା ଅଛି ।

ସେହିଭଳି ଦିଲ୍ଲୀରେ ଡିଜେଲ ଦାମ ବଢି ଲିଟର ପ୍ରତି 77.73 ଟଙ୍କା ଓ ମୁମ୍ବାଇରେ 84.63 ଟଙ୍କାର ଉଚ୍ଚ ସ୍ତରରେ ପହଞ୍ଚିଛି । ସ୍ଥାନୀୟ କର ଓ ଭଡା ଆଧାରରେ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦାମ ଅଲଗା ଅଲଗା ହୋଇଥାଏ ।

ରାଜ୍ୟସଭାରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି ସରକାର ତେଲ ଦାମରେ ରିଲିଫ ଦେବା ପାଇଁ ଉତ୍ପାଦ ଶୁଳ୍କ ହଟାଇବାକୁ ବିଚାର କରୁନାହାଁନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଗତ 1 ବର୍ଷରେ ପ୍ରଥମ ଥର ବ୍ୟାରେଲ ପ୍ରତି 61 ଡଲାରରୁ ଅଧିକ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.