ETV Bharat / business

Oil Price Hike: ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

author img

By

Published : Mar 23, 2022, 8:45 AM IST

Oil Price Hike: ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର
Oil Price Hike: ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ଦେଶରେ ପୁଣି ବଢିଲା ତୈଳ ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ତୈଳ ଦର । ଲଗାତାର ଦ୍ବିତୀୟ ଦିନରେ ପେଟ୍ରୋଲ ଓ ଡିଜେଲ ପୁଣିଥରେ ମହଙ୍ଗା ହୋଇଛି । ଆଜି(ବୁଧବାର) ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(Indian Oil Corporation Limited) ବୁଧବାର ପାଇଁ ପେଟ୍ରୋଲ ଡିଜେଲର ନୂଆ ରେଟ୍ ଜାରି କରିଛି । ବର୍ଦ୍ଧିତ ଦର ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ଦାମ ୯୭.୦୧ ଟଙ୍କା ଏବଂ ଡିଜେଲ ୮୮.୨୭ ଟଙ୍କା ହୋଇଯାଇଛି ।

ବାଣିଜ୍ୟ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ରେଟ୍ ୮୫ ପଇସା ପ୍ରତି ଲିଟର ପିଛା ବଢିଛି । ବର୍ତ୍ତମାନ ଏଠାରେ ପେଟ୍ରୋଲ ଲିଟର ୧୧୧.୬୭ ଟଙ୍କା ଏବଂ ଡିଜେଲ ୯୫.୮୫ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ୭୫ ପଇସା ବୃଦ୍ଧି ସହ ଲିଟର ପିଛା ଦର ୧୦୨.୯୧ ଟଙ୍କା ଏବଂ ଡିଜେଲ ୭୬ ପଇସା ବଢି ୯୨.୯୫ ଟଙ୍କାରେ ପହଞ୍ଚିଛି । ଯଦି କୋଲକାତା କଥା କହିବା ଏଠାରେ ଏହି ତୈଳ ଯଥାକ୍ରମେ ୮୩ ପଇସା ଏବଂ ୮୦ ପଇସା ଲେଖାଏଁ ମହଙ୍ଗା ହୋଇଛି ।

କ୍ରମାଗତ ଦ୍ବିତୀୟ ଦିନରେ ଆଜି ଦର ପୁଣି ଥରେ ବଢିଛି । ୧୩୭ ଦିନ ପରେ ପରେ ଗତକାଲି(ମଙ୍ଗଳବାର) ପ୍ରଥମ ଥର ତୈଳ ଦର ବୃଦ୍ଧି ପାଇଥିଲା । ଯାହାକୁ ନେଇ ବିରୋଧି ରାଜ୍ୟସଭାରେ ହୋହାଲ୍ଲା କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.