ETV Bharat / business

କେମିତି ବଢାଇବେ କ୍ରେଡିଟ୍ ସ୍କୋର, ଜାଣନ୍ତୁ ଟିପ୍ସ

author img

By

Published : Feb 11, 2022, 3:27 PM IST

କେମିତି ବଢାଇବେ କ୍ରେଡିଟ୍ ସ୍କୋର, ଜାଣନ୍ତୁ ଟିପ୍ସ
କେମିତି ବଢାଇବେ କ୍ରେଡିଟ୍ ସ୍କୋର, ଜାଣନ୍ତୁ ଟିପ୍ସ

କ୍ରେଡିଟ୍ ସ୍କୋର ଖରାପ ହେବା ଯୋଗୁଁ କୌଣସି ବ୍ୟାଙ୍କ କିମ୍ବା ବିତ୍ତୀୟ କମ୍ପାନୀ ଠାରୁ ଋଣ ପାଇବା କଷ୍ଟକର ହୋଇପଡେ । ଏପରିକି ବୀମା କମ୍ପାନୀଗୁଡିକ ବୀମା ପଲିସି ଦେବାକୁ ମନା କରିପାରନ୍ତି । ଯଦି ଆପଣ ନିଜକ କ୍ରେଡିଟ୍ ସ୍କୋର ବଢାଇବାକୁ ଚାହାନ୍ତି, ତେବେ ପଢନ୍ତୁ

ହାଇଦ୍ରାବାଦ: ବ୍ୟାଙ୍କ ସମେତ ସମସ୍ତ ଆର୍ଥିକ ଅନୁଷ୍ଠାନଗୁଡିକ କ୍ରେଡିଟ୍ ସ୍କୋରକୁ ଖୁବ୍ ଗୁରୁତ୍ବ ଦିଅନ୍ତି । ଯଦି ବ୍ୟକ୍ତିବିଶେଷଙ୍କ କ୍ରେଡିଟ ସ୍କୋର ୭୫୦ ଅଟେ, ଏହା ତାଙ୍କ ସ୍ବପ୍ନ ପୂରଣ ପାଇଁ ସୁଯୋଗ ଦେଇଥାଏ । ଉପଯୁକ୍ତ ପ୍ଲାନିଂ ସହ ଏହି ସ୍ବପ୍ନକୁ ପୂରଣ କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ଠିକ୍ ସମୟରେ କ୍ରେଡିଟ୍ କାର୍ଡ ବିଲ୍ ଭରିବାକୁ ହେବ । ଯଦିଓ ମହାମାରୀ ଭଳି ବିଭିନ୍ନ କାରଣ ଯୋଗୁଁ ଅନେକ ସମୟରେ ଇଏମଆଇ, କ୍ରେଡିଟ୍‌ କାର୍ଡ ବିଲ୍ ଭରିବାରେ ସମସ୍ୟା ହୋଇଥାଏ ।

କ୍ରେଡିଟ୍ ସ୍କୋର ଖରାପ ହେବା କାରଣରୁ କୌଣସି ବ୍ୟାଙ୍କ କିମ୍ବା ବିତ୍ତୀୟ କମ୍ପାନୀ ଠାରୁ ଋଣ ପାଇବା କଷ୍ଟକର ହୋଇପଡେ । ଏପରିକି କ୍ରେଡିଟ୍ କାର୍ଡ ନ ମିଳିବା ସଙ୍ଗେ ସଙ୍ଗେ ବୀମା କମ୍ପାନୀଗୁଡିକ ବୀମା ପଲିସି ଦେବାକୁ ମନା କରିପାରନ୍ତି । ସାଧାରଣତଃ ୭୫୦ କିମ୍ବା ଏହାଠୁ ଅଧିକ କ୍ରେଡିଟ୍ ସ୍କୋର ଜଣଙ୍କ ପାଇଁ ଭଲ ବୋଲି ବିବେଚନା କରାଯାଏ । ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ମାର୍କ ୭୦୦ ତଳେ ଅଟେ, ଏ କ୍ଷେତ୍ରରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆପଣଙ୍କ ଲୋନ୍ ଆବଦେନ ନାମଞ୍ଜୁର କରିବାର ସମ୍ଭାବନା ଅଧିକ ।

ଯଦି ଲୋନ୍ ମଞ୍ଜୁର ବି ହୁଏ, ଏହା ଉପରେ ଅଧିକ ସୁଧ ଚାର୍ଜ କରିଥାନ୍ତି ବ୍ୟାଙ୍କ । ଯାହାକୁ ଉପେକ୍ଷା କରାଯାଇପାରିବ ନାହିଁ । ଋଣ ଫେରସ୍ତ ନ କରିବା କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିଥାଏ । ଯଦି ଲଗାତର ତିନି ମାସ ଯାଏଁ ଆପଣ ଇଏମଆଇ ପଇଠ କରିନାହାନ୍ତି, ବ୍ୟାଙ୍କ ଆପଣଙ୍କ ଋଣକୁ ଏନପିଏ (Non-Performing Asset) ଭାବେ ବିବେଚନା କରିଥାଏ । ଯଦି ଋଣକର୍ତ୍ତା ଋଣ ସୁଝିବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି ତେବେ ଏହି ଲୋନକୁ ଡିଫଲ୍ଟ ଏବଂ ଋଣକର୍ତ୍ତାକୁ ଦେବାଳିଆ ଘୋଷିତ କରାଯାଏ । ଏହାପରେ ଏକାସଙ୍ଗେ ଲୋନ୍ ରାଶି ବସୁଲ କରିବା ପ୍ରକ୍ରିୟା ଆରମ୍ଭ କରାଯାଏ । ବ୍ୟାଙ୍କିଙ୍ଗ ଭାଷାରେ ଏହାକୁ 'ସେଟେଲମେଣ୍ଟ' କୁହନ୍ତି ।

ଯଦି ସେଟେଲମେଣ୍ଟ ଅଧିନରେ ଋଣକର୍ତ୍ତା ସମସ୍ତ ଲୋନ ରାଶି ବ୍ୟାଙ୍କରେ ସୁଝି ଦିଅନ୍ତି , ଏହାସତ୍ତ୍ବେମଧ୍ୟ ସମ୍ପୃକ୍ତ ଆର୍ଥିକ କମ୍ପାନୀ କ୍ରେଡିଟ୍ ବୋର୍ଡକୁ ଏ ବାବଦରେ ଅବଗତ କରିଥାନ୍ତି । ଯେଉଁ କାରଣରୁ ପରବର୍ତ୍ତୀ ସମୟରେ ଯେତେବେଳେ ଲୋନ ଆବଶ୍ୟକ ପଡେ, ବ୍ୟାଙ୍କ କ୍ରେଡିଟ୍ ରିପୋର୍ଟରେ ସେଟେଲମେଣ୍ଟ ଦେଖିବା ପରେ ଲୋନ ମଞ୍ଜୁର କରିବାକୁ ପୂର୍ବରୁ ଦୁଇ ଥର ଚିନ୍ତା କରିଥାଏ । ଯଦି କୌଣସି ବ୍ୟକ୍ତି ପୂର୍ବରୁ ହିଁ ସେଟେଲମେଣ୍ଟ ବିକଳ୍ପ ଚୟନ କରିଛନ୍ତି, ଏପରିସ୍ଥଳେ ସମସ୍ତ ଲୋନ ରାଶି ଯଥାଶୀଘ୍ର ପରିଶୋଧ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ । ଏହାଦ୍ବାରା 'ସେଟେଲମେଣ୍ଟ' 'କ୍ଲୋଜ'ରେ ପରିବର୍ତ୍ତିତ ହୋଇଯାଇଥାଏ ଏବଂ କ୍ରେଡିଟ୍ ସ୍କୋର ମଧ୍ୟ ବୃଦ୍ଧି ପାଇଥାଏ ।

ପେମେଣ୍ଟ ବିଳମ୍ବ( Delayed payment) :

ଯଦି ଇଏମଆଇ(EMI) ବିଳମ୍ବରେ ଭରା ଯାଏ, ଏହାଦ୍ବାରା କ୍ରେଡିଟ୍ ସ୍କୋର ପ୍ରାୟ ୧୦୦ ପଏଣ୍ଟରୁ ଅଧିକ ପ୍ରଭାବିତ ହୋଇଥାଏ । କ୍ରେଡିଟ୍ ସ୍କୋର ଭଲ ରଖିବାକୁ ହେଲେ ଠିକ୍ ସମୟରେ EMI ପଇଠ କରିବା ଜରୁରୀ । ଯଦି କୌଣସି ଆର୍ଥିକ ସଙ୍କଟ ରହିଛି, ତେବେ କ୍ରେଡିଟ କାର୍ଡ ବିଲର ସର୍ବନିମ୍ନ ରାଶି କ୍ଲିୟର କରିବା ଦରକାର । ଏହାପରେ ବାକି ଥିବା ଲୋନ ରାଶି ଧାର୍ଯ୍ୟ ସମୟ ମଧ୍ୟରେ କରନ୍ତୁ । ଯଦି ଆପଣଙ୍କ କ୍ରେଡିଟ୍ କାର୍ଡ ବିଲ୍ ଅଧିକ ତେବେ ବ୍ୟାଙ୍କ ବିଶ୍ବାସ କରନ୍ତି ଯେ, ଆପଣ କ୍ରେଡିଟ୍ କାର୍ଡ ଲିମିଟ ପୂର୍ଣ୍ଣ ବ୍ୟବହାର କରିଛନ୍ତି । ବ୍ୟାଙ୍କ ପେମେଣ୍ଟରେ ହୋଇଥିବା ବିଳମ୍ବକୁ ମଧ୍ୟ ନୋଟ୍ କରିଥାଏ । ହେଲେ ଏହା ପଛର କାରଣ ସମ୍ପର୍କରେ କୌଣସି ସୂଚନା ଦେଇନଥାଏ । ବ୍ୟାଙ୍କ କିମ୍ବା ଅନ୍ୟ ଆର୍ଥିକ ଅନୁଷ୍ଠାନକୁ ଏଥିରେ କୌଣସି ମତଲବ ନଥାଏ, ହେଲେ ଲୋନ ନେଉଥିବା ଅଥବା କ୍ରେଡିଟ୍ କାର୍ଡରେ ଖର୍ଚ୍ଚ କରୁଥିବା ବ୍ୟକ୍ତି ଚାକିରି ହରାଇଲେ କିମ୍ବା ଚିକିତ୍ସାରେ ଅଧିକ ଖର୍ଚ୍ଚ କଲେ ତାଙ୍କୁ ବିଲ୍ ସୁଝିବାରେ ସମସ୍ୟା ହୋଇଥାଏ ।

ମାସକୁ ଥରେ କ୍ରେଡିଟ୍ ସ୍କୋର ଯାଞ୍ଚ କରନ୍ତୁ:

ଯେଉଁ ବ୍ୟକ୍ତି ପୂର୍ବର ଲୋନ କରିଛନ୍ତି କିମ୍ବା କ୍ରେଡିଟ୍ କାର୍ଡରୁ ଖର୍ଚ୍ଚ କରୁଛନ୍ତି, ସେମାନେ ମାସକୁ ଥରେ ନିଜର କ୍ରେଡିଟ୍ ସ୍କୋର ଯାଞ୍ଚ କରିବା ଜରୁରୀ । ଅନେକ ୱେବସାଇଟ୍‌ରେ କ୍ରେଡିଟ୍ ସ୍କୋର ଚେକ୍ କରିବା ସେବା ସମ୍ପୂର୍ଣ୍ଣ ନିଃଶୁକ୍ଳ ଅଟେ । ମାତ୍ର ସବୁବେଳେ ଏକ ଭରସାଯୋଗ୍ୟ ୱେବସାଇଟ୍‌ ବାଛନ୍ତୁ । ଯଦି ଆପଣ ଅନୁଭବ କରନ୍ତି ଯେ, ଆପଣଙ୍କ କ୍ରେଡିଟ୍ ସ୍କୋର ଠିକ୍ ଦର୍ଶାଯାଉ ନାହିଁ ତେବେ ଯେଉଁ ବ୍ୟାଙ୍କରୁ ଲୋନ୍ ନେଇଛନ୍ତି ଅଥବା ଯାହାର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ସମ୍ପୃକ୍ତ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ ।

BankBazaar.com ସିଇଓ ଅଦିଲ ସେଟ୍ଟୀଙ୍କ ଅନୁସାରେ, ଲୋନ ପାଇଁ ଆବଦେନ କରିବା ପୂର୍ବରୁ ନିଜେ ବ୍ୟକ୍ତିଗତ ଭାବେ କ୍ରେଡିଟ୍ ସ୍କୋରର ଯାଞ୍ଚ କରନ୍ତୁ । ଯଦି ଆପଣଙ୍କ ନୂଆ ଲୋନ ପାଇବାର ସମ୍ଭାବନା କମ୍ ତେବେ ଲୋନ ବଦଳରେ ଫିକ୍ସ ଡିପୋଜିଟ୍ କିମ୍ବା ସୁନା ବନ୍ଧକ ରଖି ଲୋନ ନେବାକୁ ଚେଷ୍ଟା କରନ୍ତୁ । ଧ୍ୟାନ ଦେବେ, ଦୈନନ୍ଦିନ ଜୀବନରେ କ୍ରେଡିଟ୍ କାର୍ଡର ଉପଯୋଗ ଯେତେ କମ୍ କରିବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.