ETV Bharat / business

ଟଙ୍କା ବଳବାନ ପରେ କମିଲା ସୁନା-ରୂପା ଦାମ

author img

By

Published : Feb 10, 2021, 7:38 PM IST

ଟଙ୍କା ବଳବାନ ପରେ କମିଲା ସୁନା-ରୂପା ଦାମ
ଟଙ୍କା ବଳବାନ ପରେ କମିଲା ସୁନା-ରୂପା ଦାମ

କ୍ରମାଗତ ଭାବେ ସୁନା ଦାମ ହ୍ରାସ ହୋଇ ଚାଲିଛି । ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପିଛା 38 ଟଙ୍କା ହ୍ରାସ ହୋଇ 47,576 ଟଙ୍କା ରହିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ବୁଧବାର ହ୍ରାସ ହୋଇଛି ସୁନା ଦାମ । କ୍ରମାଗତ ଭାବେ ସୁନା ଦାମ ହ୍ରାସ ହୋଇ ଚାଲିଛି । ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପିଛା 38 ଟଙ୍କା ହ୍ରାସ ହୋଇ 47,576 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।

ପୂର୍ବ କାରବାର ଦିବସରେ ସୁନା ଦାମ 10 ଗ୍ରାମ ପ୍ରତି 47,614 ଟଙ୍କାରେ ବନ୍ଦ ହୋଇଥିଲା । ସେପଟେ ଆଜି ରୂପା ଦାମ କିଲୋ ପ୍ରତି 783 ଟଙ୍କା କମି 68,884 ଟଙ୍କା ରହିଛି । ଯେତେବେଳେ କି ପୂର୍ବ କାରବାରରେ ଏହାର କିଲୋ 69,667.0 ଟଙ୍କା ଥିଲା ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶେଷଜ୍ଞ (କମୋଡିଟି) ତପନ ପଟେଲ କହିଛନ୍ତି କି, ‘‘ ସ୍ପଟ ସୁନା ଦାମ 24 କ୍ୟାରେଟ ପ୍ରତି ଦିଲ୍ଲୀରେ 38 ପଇସା ହ୍ରାସ ହୋଇଛି । ଡଲାର ତୁଳନାରେ ଟଙ୍କାକୁ ସମର୍ଥନ ମିଳିଥିବାରୁ ବହୁ ମୂଲ୍ୟ ଧାତୁ ଦାମ ଖସିଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପିଛା 1,843 ଡଲାରରେ କାରବାର କରୁଥିଲାବେଳେ ରୂପା ଆଉନ୍ସ 27.31 ଡଲାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.