ETV Bharat / business

46 ହଜାର ତଳେ ସୁନା, ରୂପା ଦାମ ବୃଦ୍ଧି

author img

By

Published : Feb 25, 2021, 6:49 PM IST

46 ହଜାର ତଳେ  ସୁନା,  ରୂପା ଦାମ ବୃଦ୍ଧି
46 ହଜାର ତଳେ ସୁନା, ରୂପା ଦାମ ବୃଦ୍ଧି

ଲଗାତାର 2 ଦିନ ଧରି ହ୍ରାସ ହେଉଛି ସୁନା ଦାମ । ଗୁରୁବାର ସୁନା ଦାମ 46 ହଜାର ତଳକୁ ଖସିଛି । ସେପଟେ ରୂପା ଦାମ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ସେଲଅଫ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ସରଫରା ବଜାରରେ ଗୁରୁବାର ମଧ୍ୟ କମିଛି ସୁନା ଦାମ । 10 ଗ୍ରାମ ପ୍ରତି ସୁନା ଦାମ 358 ଟଙ୍କା କମି 45,959 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।

ପୂର୍ବ କାରବାର ଦିବସରେ ସୁନା ଦାମ 10 ଗ୍ରାମ ପ୍ରତି 46,313 ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପଟେ ଗୁରୁବାର ରୂପା ଦାମ 151 ଟଙ୍କା ବୃଦ୍ଧି ହୋଇ କିଲୋ ପ୍ରତି 69,159 ଟଙ୍କା ହୋଇଛି । ଯାହାକି ପୂର୍ବ କାରବାର ଦିବସରେ କିଲୋ ପିଛା 69,008 ଟଙ୍କା ଥିଲା ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ (କମୋଡିଟି) ତପନ ପଟେଲ କହିଛନ୍ତି କି, ‘‘ ବୈଶ୍ବିକ ସ୍ତରରେ ସୁନାରେ ସେଲଅଫ କାରଣରୁ ଦିଲ୍ଲୀରେ 24 କ୍ୟାରେଟ ସୁନା ଦାମ 358 ଟଙ୍କା କମିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ହ୍ରାସ ହୋଇ ଆଉନ୍ସ ପ୍ରତି 1,792 ଡଲାର ଅଛି । ଯେତେବେଳେ କି ରୂପା ଦାମ ସାମାନ୍ୟ କମି ଆଉନ୍ସ ପିଛା 27.56 ଡଲାରରେ କାରବାର କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.