ETV Bharat / business

ତଳମୁହାଁ ସୁନା, ରୂପା ସାମାନ୍ୟ ବୃଦ୍ଧି

author img

By

Published : Feb 18, 2021, 7:56 PM IST

ତଳମୁହାଁ ସୁନା , ରୂପା ସାମାନ୍ୟ ବୃଦ୍ଧି
ତଳମୁହାଁ ସୁନା , ରୂପା ସାମାନ୍ୟ ବୃଦ୍ଧି

ସୁନା ଦାମ ଗୁରୁବାର ହ୍ରାସ ହୋଇଛି । ସେପଟେ ରୂପା ଦାମ ସାମାନ୍ୟ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଲଗାତାର ହ୍ରାସ ହୋଇଚାଲିଛି ସୁନା ଦାମ । ଗୁରୁବାର ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପ୍ରତି 320 ଟଙ୍କା ହ୍ରାସ ହୋଇ 45,867 ଟଙ୍କା ରହିଛି ।

ପୂର୍ବ କାରବାରରେ ବହୁମୂଲ୍ୟ ଧାତୁ ସୁନା ଦାମ 10 ଗ୍ରାମ ପ୍ରତି 46,187 ଟଙ୍କାରେ ବନ୍ଦ ହୋଇଥିଲା । ସେପଟେ ଗୁରୁବାର ରୂପା ଦାମ କିଲୋ ପ୍ରତି 28 ଟଙ୍କା ବଢି 68,283 ଟଙ୍କା ଅଛି । ଯାହାକି ପୂର୍ବ କାରବାରରେ କିଲୋ ପିଛା 68,255 ଟଙ୍କା ଥିଲା ।

ହେଲେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପ୍ରତି ବଢି 1,780 ଡଲାର ରହିଛି । ସେହିଭଳି ରୂପା ଦାମ 27.16 ଡଲାରରେ ଅପରିବର୍ତ୍ତିତ ରହିଛି ।

ବିବାହ ସିଜନ ମଧ୍ୟରେ ସୁନା ଦାମ ହ୍ରାସ ଗହଣା ପ୍ରେମୀଙ୍କୁ ଆଶ୍ବସ୍ତି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.