ETV Bharat / business

3 ଦିନ ଧରି ଖସୁଛି ସୁନା ଦାମ

author img

By

Published : Feb 3, 2021, 5:24 PM IST

3 ଦିନ ଧରି ଖସୁଛି ସୁନା ଦାମ
3 ଦିନ ଧରି ଖସୁଛି ସୁନା ଦାମ

ବୈଶ୍ବିକ ସ୍ତରରେ ବହୁମୂଲ୍ୟ ଧାତୁର ଦାମରେ ହ୍ରାସ ଯୋଗୁଁ ସୁନା ଦାମ ହ୍ରାସ ହୋଇଛି । ଘରୋଇ ବଜାରରେ ଲଗାତାର ଆଜିକୁ 3 ଦିନ ଧରି କମିଛି ବହୁମୂଲ୍ୟ ଧାତୁ ଦାମ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ବୈଶ୍ବିକ ସ୍ତରରେ ବହୁମୂଲ୍ୟ ଧାତୁର ଦାମରେ ହ୍ରାସ ପ୍ରଭାବରେ ଘରୋଇ ବଜାରରେ କମୁଛି ସୁନା ଦାମ । ବୁଧବାର ମଧ୍ୟ ହ୍ରାସ ହୋଇଛି ସୁନା ଓ ରୂପା ଦାମ । ବଜେଟ ପରଠୁ ଅର୍ଥାତ ଆଜିକୁ 3 ଦିନ ଧରି ସୁନା-ରୂପା ଦାମ ଖସିଚାଲିଛି ।

ଆଜି ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 232 ଟଙ୍କା କମି 47,387 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି । ଏହା ପୂର୍ବରୁ ମଙ୍ଗଳବାର ସୁନା ଦାମ 10 ଗ୍ରାମ ପ୍ରତି 47,619 ଟଙ୍କା ରହିଥିଲା । ସେହିଭଳି ଆଜି ରୂପା ଦାମ ମଧ୍ୟ କିଲୋ ପ୍ରତି 1,955 ଟଙ୍କା କମି 67,605 ଟଙ୍କା ରହିଛି । ମଙ୍ଗଳବାର ରୂପା ଦାମ କିଲୋ ପିଛା 69,560 ଟଙ୍କା ଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ହ୍ରାସ ସହ ଆଉନ୍ସ ପିଛା 1,835 ଡଲାର ରହିଛି । ଯେତେବେଳେ କି ରୂପା ଆଉନ୍ସ ପ୍ରତି 26.78 ଡଲାରରେ କାରବାର କରୁଛି । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି, ‘‘ ସେୟାରରେ ବୃଦ୍ଧି ତଥା ଡଲାର ମଜବୁତ ହେବା ଦ୍ବାରା ସୁନା ଉପରେ ଚାପ ରହିଛି ।

ବର୍ତ୍ତମାନ ସ୍ଥିତିରେ ବୈଶ୍ବିକ ବଜାରରେ ସୁନା ଆଉନ୍ସ ପ୍ରତି 1820- 1860 ଡଲାର ଓ ସ୍ଥାନୀୟ ବଜାରରେ 10 ଗ୍ରାମ ପିଛା 47,700- 48,300 ଟଙ୍କା ମଧ୍ୟରେ ରହିପାରେ ବୋଲି ବଜାର ବିଶେଷଜ୍ଞ ଜଣାଇଛନ୍ତି ।

ପ୍ରକାଶ ଯେ, ବଜେଟରେ ସରକାର ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି । ଫଳରେ ଆଗାମୀ ଦିନରେ ସୁନା ଦାମ ଆହୁରି ଖସିବା ଆଶା ରହିଛି । ନିବେଶର ସବୁଠୁ ସୁରକ୍ଷିତ ମାଧ୍ୟମ ସୁନା ହୋଇଥିବାରୁ ଏହାର ଚାହିଦା ମଧ୍ୟ ଅଧିକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.