ETV Bharat / business

ଲଗାତାର ଖସୁଛି ସୁନା ଦାମ, ରୂପା ମହଙ୍ଗା

author img

By

Published : Feb 15, 2021, 5:00 PM IST

ଲଗାତାର ଖସୁଛି ସୁନା ଦାମ, ରୂପା ମହଙ୍ଗା
ଲଗାତାର ଖସୁଛି ସୁନା ଦାମ, ରୂପା ମହଙ୍ଗା

ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ପ୍ରଭାବରେ ଘରୋଇ ବଜାରରେ ବହୁମୂଲ୍ୟ ଧାତୁ ଦାମ କମିଛି । ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

ମୁମ୍ବାଇ: ଲଗାତାର ଭାବେ ହ୍ରାସ ହେଉଛି ସୁନା ଦାମ । ସୋମବାର ରାଜଧାନୀ ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପ୍ରତି 19 ପଇସା ହ୍ରାସ ହୋଇ 46,826 ଟଙ୍କା ରହିଛି । ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ପ୍ରଭାବରେ ଘରୋଇ ବଜାରରେ ବହୁମୂଲ୍ୟ ଧାତୁ ଦାମ କମିଛି । ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ପୂର୍ବ କାରବାରରେ ମୂଲ୍ୟବାନ ଧାତୁ ସୁନା ଦାମ 10 ଗ୍ରାମ ପ୍ରତି 46,845 ଟଙ୍କାରେ ବନ୍ଦ ହୋଇଥିଲା । ସେପଟେ ଆଜି ରୂପା ଦାମ କିଲୋ ପିଛା 646 ଟଙ୍କା ବୃଦ୍ଧି ହୋଇ 69,072ଟଙ୍କାରେ ପହଞ୍ଚିଛି ।

‘‘ ବୈଶ୍ବିକ ବଜାରରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବଢୁଛି । ଟଙ୍କାକୁ ସମର୍ଥନ ମିଳୁଥିବା ଯୋଗୁଁ 24 କ୍ୟାରେଟର ସ୍ପଟ ସୁନା ଦାମ 19 ଟଙ୍କା ଖସିଥିବା ନେଇ ଏଚଡିଏଫସି ସିକ୍ୟୁରିଟିଦ ବରିଷ୍ଠ ବିଶେଷଜ୍ଞ ( କମୋଡିଟି) ତପନ ପଟେଲ କହିଛନ୍ତି ।

ସୋମବାର ଡଲାର ତୁଳନାରେ ଟଙ୍କା 14 ପଇସା ମଜବୁତ ହୋଇ 72.61 ଟଙ୍କା ରେ କାରବାର ଆରମ୍ଭ କରିଛି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରର ସୁନା ଦାମ ଆଉନ୍ସ ପ୍ରତି 1,819 ଡଲାର ଥିଲା ବେଳେ ରୂପା 27.48 ଡଲାରରେ ସ୍ଥିର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.