ETV Bharat / business

ଅର୍ଥମନ୍ତ୍ରୀଙ୍କ ଘୋଷଣା: ଉଛୁଳୁଛି ବଜାର, 2200 ଛୁଇଁଲା ସେନସେକ୍ସ

author img

By

Published : Sep 20, 2019, 12:32 PM IST

Updated : Sep 20, 2019, 2:40 PM IST

ପ୍ରତିକାତ୍ମକ ଫଟୋ

ଅର୍ଥମନ୍ତ୍ରୀଙ୍କ କର୍ପୋରେଟ ଟିକସ କାଟ ଘୋଷଣା ପରେ ଉଛୁଳିଲାଣି ସେୟାର ବଜାର । ଖେଳିଗଲାଣି ଖୁସିର ଲହରୀ । ରକେଟ ବେଗରେ ବୃଦ୍ଧି ପାଉଛି ସେୟାର ସୂଚକାଙ୍କ । ଶୁକ୍ରବାର ଭଭୟ ସେନସେକ୍ସ ଓ ନିଫ୍ଟି ବୃଦ୍ଧି ରେକର୍ଡ ସୃଷ୍ଟି କଲେଣି।

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କ କର୍ପୋରେଟ ଟିକସ କାଟ ଘୋଷଣା ପରେ ଉଛୁଳିଲାଣି ସେୟାର ବଜାର । ଖେଳିଗଲାଣି ଖୁସିର ଲହରୀ । ରକେଟ ବେଗରେ ବୃଦ୍ଧି ପାଉଛି ସେୟାର ସୂଚକାଙ୍କ । ଶୁକ୍ରବାର ଭଭୟ ସେନସେକ୍ସ ଓ ନିଫ୍ଟି ସର୍ବାଧିକ ଦିନିକିଆ ବୃଦ୍ଧି ସହ ରେକର୍ଡ ସୃଷ୍ଟି କଲେଣି ।


ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 2199.41ପଏଣ୍ଟ ବଢି 38292.88 ରେ ରହିଛି। ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 658.75 ପଏଣ୍ଟର ଅଭିବୃଦ୍ଧି ସହ 11363.55ରେ ପହଞ୍ଚିଲାଣି।


ଶୁକ୍ରବାର ଗୋଆରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର 37ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅର୍ଥମନ୍ତ୍ରୀ ବହୁ ବଡ ଘୋଷଣା ନେଇ ଆଶା ରହିଛି । ଅଟୋ ସେକ୍ଟରକୁ ରିହାତି ପ୍ୟାକେଜ ମିଳିବା ନେଇ ଅନୁମାନ ରହିଛି । ତେବେ ଆଗକୁ ବଜାରରେ କିପରି ରହିବ ଜିଏସଟି ବୈଠକର ପ୍ରଭାବ ତାହାକୁ ଅପେକ୍ଷା ।

Intro:Body:

SG


Conclusion:
Last Updated :Sep 20, 2019, 2:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.