ETV Bharat / business

ବଜାର ବେହାଲ, ନିବେଶକ ହରାଇଲେ 5.55 ଲକ୍ଷ କୋଟି

author img

By

Published : Mar 17, 2021, 10:29 PM IST

ବଜାର ବେହାଲ,  ନିବେଶକ ହରାଇଲେ 5.55 ଲକ୍ଷ କୋଟି
ବଜାର ବେହାଲ, ନିବେଶକ ହରାଇଲେ 5.55 ଲକ୍ଷ କୋଟି

ଆଜିକୁ 4 ଦିନ ଧରି ସେନସେକ୍ସ ଓ ନିଫ୍ଟି ରେଡ ଆଲର୍ଟରେ ବନ୍ଦ ହେଉଛି । ଯାହା ଫଳରେ ଏହି 4 କାରବାର ଦିବସରେ ନିବେଶକଙ୍କୁ 5.55 ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଅଧିକ ପଢନ୍ତୁ..

ମୁମ୍ବାଇ: ଲଗାତାର 4 ଦିନ ଧରି ତଳମୁହାଁ ସେୟାର ସୂଚକାଙ୍କ । ବୁଧବାର ସେନସେକ୍ସ 563 ପଏଣ୍ଟ ହ୍ରାସ ଯୋଗୁଁ 50 ହଜାର ତଳକୁ ଖସିଛି ସେନସେକ୍ସ । ସେପଟେ ନିଫ୍ଟି ବି 14 ହଜାର 800 ତଳେ ହୋଇଛି ବନ୍ଦ । ଆଜିକୁ 4 ଦିନ ଧରି ସେନସେକ୍ସ ଓ ନିଫ୍ଟି ରେଡ ଆଲର୍ଟରେ ବନ୍ଦ ହେଉଛି । ଯାହା ଫଳରେ ଏହି 4 କାରବାର ଦିବସରେ ନିବେଶକଙ୍କୁ 5.55 ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ।

ଆମେରିକାର ଫେଡେରାଲ ରିଜର୍ଭ ନୀତିଗତ ନିଷ୍ପତ୍ତି ପୂର୍ବରୁ ବିଶ୍ବ ବଜାରରେ ବାଣିଜ୍ୟ ହ୍ରାସ ବ୍ୟତୀତ ଡଲାର ତୁଳନାରେ ଟଙ୍କା ଅପରିବର୍ତ୍ତିତ, ଏକାଧିକ ରାଜ୍ୟରେ COVID-19 ମାମଲା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ଅଶୋଧିତ ମୂଲ୍ୟ ବୃଦ୍ଧି ଘରୋଇ ଇକ୍ବିଟି ବଜାର ଚାପରେ ରହିଛି ।

ମାର୍କେଟ ହେଭିୱେଟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ହ୍ରାସର ସହ ବନ୍ଦ ହୋଇଛି । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 562.34 ପଏଣ୍ଟ ହ୍ରାସ ହୋଇ 49,801.62 ପଏଣ୍ଟରେ ବନ୍ଦ ହୋଇଛି । ଯାହାକି 2 ସପ୍ତାହର ସର୍ବନିମ୍ନ ସ୍ତର । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 189.15 ପଏଣ୍ଟ କମି 14,721.30 ପଏଣ୍ଟରେ ବନ୍ଦ ହୋଇଛି ।

ଗଲା 4 କାରବାର ଦିବସରେ ବିଏସଇ ସେନସେକ୍ସ 1,477.89 ପଏଣ୍ଟ ହ୍ରାସ ହୋଇଛି । ସମାନ ଅବଧିରେ ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ 5,55,400.52 କୋଟି ଟଙ୍କା ହ୍ରାସ ହୋଇ 2,03,71,252.94 କୋଟିରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.