ETV Bharat / business

ତୀବ୍ର ଟିକାକରଣ ଆଶାରେ ନିବେଶକ ଉତ୍ସାହିତ, 550 ପଏଣ୍ଟ ଚଢିଲା ସେନସେକ୍ସ

author img

By

Published : Apr 13, 2021, 8:35 PM IST

ତୀବ୍ର ଟିକାକରଣ ଆଶାରେ ନିବେଶକ ଉତ୍ସାହିତ , 550 ପଏଣ୍ଟ ଚଢିଲା ସେନସେକ୍ସ
ତୀବ୍ର ଟିକାକରଣ ଆଶାରେ ନିବେଶକ ଉତ୍ସାହିତ , 550 ପଏଣ୍ଟ ଚଢିଲା ସେନସେକ୍ସ

ସରକାର ଟିକାର ଉପଲବ୍ଧି ବଢାଇବା ସହ ଦେଶରେ ଟିକାକରଣ ଗତି ଦ୍ରୁତ ପଥରେ । ଯାହାକି ନିବେଶକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଛି । ଫଳରେ ବଜାର ପୁଣି ଉର୍ଦ୍ଧ୍ବମୁହାଁ ରହିଛି । ଅଧିକ ପଢନ୍ତୁ..

ମୁମ୍ବାଇ: ବୈଶ୍ବିକ ସ୍ତରରେ ମଜବୁତ ସଙ୍କେତ ମଧ୍ୟରେ ସେୟାର ବଜାରରେ ଦେଖାଦେଇଛି ଅଭିବୃଦ୍ଧି । ସୋମବାରର ପ୍ରବଳ କ୍ଷତି ମଧ୍ୟରେ ମଙ୍ଗଳବାର ସେନସେକ୍ସ 660 ପଏଣ୍ଟ ଉଛୁଳିଛି । ଗାଡି ଓ ଆର୍ଥିକ କମ୍ପାନୀର ସେୟାରରେ ବୃଦ୍ଧି ଯୋଗୁଁ ବଜାରରେ ଦେଖାଦେଇଛି ଉତ୍ସାହ ।

ସରକାର ଟିକାର ଉପଲବ୍ଧି ବଢାଇବା ସହ ଦେଶରେ ଟିକାକରଣ ଗତି ଦ୍ରୁତ ପଥରେ । ଏହି କ୍ରମରେ ସରକାର ଜରୁରୀ ବ୍ୟବହାର ପାଇଁ ଅନ୍ୟ ଦେଶରେ ବିକଶିତ ଭ୍ୟାକ୍ସିନକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଯାହାକି ନିବେଶକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଛି । କାରବାରୀଙ୍କ ଅନୁସାରେ କୋଭିଡ-19 ସ୍ଥିତି ଚିନ୍ତାଜନକ ରହିଛି । ଆଉ ଏହା ବଜାରର ନିକଟ ଭବିଷ୍ୟତ ଗତି ନିର୍ଦ୍ଧାରିତ କରିବ ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 660.68 ପଏଣ୍ଟ ବୃଦ୍ଧି ହୋଇ 48,544.06 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 194 ଫଏଣ୍ଟ ଉଛୁଳି 14,504.80 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସ ସେୟାରରେ ସର୍ବାଧିକ ଲାଭରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ରହିଛି । ଏଥିରେ 8.02 ପ୍ରତିଶତ ବୃଦ୍ଧି ଦେଖାଦେଇଛି । ଏହା ବ୍ୟତିତ ବଜାଜ ଫିନସର୍ଭ , ବଜାଜ ଫାଇନାନ୍ସ, ମାରୁତି, ଆକ୍ସିସ ବ୍ୟାଙ୍କ, ଓଏନଜିସି ଓ ଏଚଡିଏଫସି ବ୍ୟାଙ୍କ ବି ବୃଦ୍ଧିରେ ରହିଛି । ଅନ୍ୟପଟେ ସଫ୍ଟୱେର ସେବା ପ୍ରଦାନକାରୀ କମ୍ପାନୀ ଟିସିଏସ ସେୟାରରେ ସର୍ବାଧିକ 4.21 ପ୍ରତିଶତ ହ୍ରାସ ରେକର୍ଡ କରିଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 0.90 ପ୍ରତିଶତ ବଢି ବ୍ୟାରେଲ ପ୍ରତି 63.85 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.