ETV Bharat / business

SBIର ପାର୍ବଣ ଭେଟି, ଶସ୍ତା ହୋମ ଲୋନ

author img

By

Published : Oct 21, 2020, 5:21 PM IST

ଏସବିଆଇ ହୋମ ଲୋନ ନେଇଥିଲେ ଖୁସି ଖବର । କୋରୋନା ସଙ୍କଟ ପରର ସ୍ଥିତିକୁ ସୁଧାର ସହ ଗ୍ରାହକଙ୍କ ସ୍ବପ୍ନର ଘର କ୍ରୟ ଆଶାକୁ ପୂରଣ ପାଇଁ ସୁଧ ହାର ହ୍ରାସ କରିଛି ଦେଶର ସର୍ବବୃହତ୍ତ ବ୍ୟାଙ୍କ । ଅଧିକ ପଢନ୍ତୁ..

SBIର ପାର୍ବଣ ଭେଟି, ଶସ୍ତା ହୋମ ଲୋନ
SBIର ପାର୍ବଣ ଭେଟି, ଶସ୍ତା ହୋମ ଲୋନ

ନୂଆଦିଲ୍ଲୀ: ପାର୍ବଣ ସମୟରେ ଗ୍ରାହକଙ୍କୁ ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ବଡ ଭେଟି । ହୋମ ଲୋନ ଉପରେ ରିହାତି ଦେବ ଏସବିଆଇ । ଗ୍ରାହକଙ୍କୁ ହୋମ ଲୋନ ସୁଧ ହାର ଉପରେ 0.25 ପ୍ରତିଶତ ହ୍ରାସ ପାଇଁ ବ୍ୟାଙ୍କ ଘୋଷଣା କରିଛି ।

ଦେଶର ସର୍ବବୃହତ୍ତ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ସେମାନଙ୍କ ସିଭିଲ ସ୍କୋର ହିସାବରେ ଅର୍ଥାତ ୟୋନୋ ଜରିଆରେ ଆବେଦନ କରିବା ଉପରେ 75 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଘର ଋଣ ଉପରେ ସୁଧ 0.25 ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ।

ୟୋନା ବ୍ୟାଙ୍କର ଡିଜିଟାଲ ଋଣ ପ୍ଲାର୍ଟଫର୍ମ ରହିଛି । ଏସବିଆଇ ପକ୍ଷରୁ ବୁଧବାର ଜାରି ବିବୃତ୍ତିରେ କୁହାଯାଇଛି କି , ବ୍ୟାଙ୍କର ପାର୍ବଣ ଅଫର ଅଧିନରେ ଗ୍ରାହକଙ୍କୁ 30 ଲକ୍ଷ ଟଙ୍କାରୁ ଅଧିକ ଓ 2 କୋଟି ଟଙ୍କା ପର୍ଯ୍ୟନ୍ତ ହୋମ ଲୋନ ଉପରେ କ୍ରେଡିଟ ସ୍କୋର ଆଧାରରେ ସୁଧ ହାରରେ 0.20 ପ୍ରତିଶତ ରିହାତି ଦିଆଯିବ ।

ପ୍ରଥମେ ବ୍ୟାଙ୍କ 0.10 ପ୍ରତିଶତ ଛାଡ ନେଇ ଘୋଷଣା କରିଥିଲା । ଏହି ଯୋଜନା ସମଗ୍ର ଦେଶ ପାଇଁ ଲାଗୁ ହେବ । ଏହି ରିହାତି 8 ମହାନଗରରେ 3 କୋଟି ଟଙ୍କା ପର୍ଯ୍ୟନ୍ତ ଦିଆଯିବ । ତେବେ ଯଦି ଗ୍ରାହକ ୟୋନା ପ୍ଲାର୍ଟଫର୍ମ ଜରିଆରେ ଋଣ ପାଇଁ ଆବେଦନ କରିଥାଏ , ତେବେ 0.05 ପ୍ରତିଶତ ଅତିରିକ୍ତ ରିହାତି ମିଳିବ ।

ବ୍ୟାଙ୍କ ଏବେ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ଋଣ 6.90 ପ୍ରତିଶତର ନିମ୍ନ ସୁଧ ହାର ଉପରେ ଦେଉଛି । 30 ଲକ୍ଷ ଟଙ୍କାରୁ ଅଧିକ ଘର ଋଣ ଉପରେ ସୁଧ ହାର 7 ପ୍ରତିଶତ ରହିଛି ।

ଏସବିଆଇର ପରିଚାଳନା ନିର୍ଦ୍ଦେଶକ (ଖୁଚୁରା ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ ) ସି ଏସ ସିଟ୍ଟି କହିଛନ୍ତି ଯେ, ‘‘ ଏସବିଆଇର ଶସ୍ତା ଆବାସ ଋଣ ଜରିଆରେ ସ୍ବପ୍ନର ଘର କିଣିପାରିବେ ଗ୍ରାହକ । ଏବେ ଦେଶ କୋଭିଡ-19 ସଙ୍କଟ ପରର କମବ୍ୟାକ ପାଇଁ ପ୍ରସ୍ତୁତି କରୁଚି । ଉପଭୋକ୍ତା ଚାହିଦା ଏବେ ସୁଧୁରୁଛି । ଏସବିଆଇରେ ଆମେ ଗ୍ରାହକଙ୍କୁ ଆବଶ୍ୟକତା ଅନୁରୂପ ଆକର୍ଷଣୀୟ ଅଫର ଦେବାକୁ ଚେଷ୍ଟା କରୁଛୁ । ‘‘

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.