ETV Bharat / business

ବେଆଇନରେ ‘ଖଦି’ ବ୍ରାଣ୍ଡର ବ୍ୟବହାର କରି ଫସିଲେ 2 କମ୍ପାନୀ

author img

By

Published : Aug 22, 2020, 6:46 PM IST

Khadi brand
Khadi brand

ବେଆଇନ ଭାବେ '‘ଖଦି’ ବ୍ରାଣ୍ଡ ବ୍ୟବହାର ପାଇଁ 2 କମ୍ପାନୀକୁ ନୋଟିସ ପଠାଇଛି ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ କମିଶନ (KVIC) । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ବିନା ଅନୁମତିରେ ଖଦି ବ୍ରାଣ୍ଡକୁ ଜାଲିଆତି ଭାବେ ବ୍ୟବହାର କରିବା ପାଇଁ ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ କମିଶନ (KVIC) ଦୁଇଟି କମ୍ପାନୀକୁ ଏକ ଆଇନଗତ ନୋଟିସ ପଠାଇଛି। ଏହି ଦୁଇଟି କମ୍ପାନୀ ହେଉଛି 'ଖଦି ଏସେନସିଆଲ୍ସ' (Khadi Essentials)ଏବଂ 'ଖଦି ଗ୍ଲୋବାଲ୍' ।

ଅଗଷ୍ଟର ପ୍ରଥମ ସପ୍ତାହରେ ଆୟୋଗ ପକ୍ଷରୁ ଏହି 2ଟି କମ୍ପାନୀକୁ ପଠାଯାଇଥିବା ନୋଟିସରେ ତାଙ୍କୁ ଖଦି ବ୍ରାଣ୍ଡ ନାମ ବ୍ୟବହାର କରି ଉତ୍ପାଦ ବିକ୍ରୟ ଏବଂ ମାର୍କେଟିଂ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି । ଏହା ବ୍ୟତୀତ ଖଦି ଏସେନସିଆଲ ଡଟ କମ୍ ଏବଂ ଖଦି ଗ୍ଲୋବାଲ ଷ୍ଟୋର ଡଟ କମ ଡୋମେନକୁ ବାତିଲ କରିବାକୁ ମଧ୍ୟ କୁହାଯାଇଛି।

ଆୟୋଗ କହିଛି କି ଯେ ଉଭୟ କମ୍ପାନୀ ଖଦି ବ୍ରାଣ୍ଡ ନାମ ବ୍ୟବହାର କରି ବିଭିନ୍ନ ଇ-କମର୍ସ ପ୍ଲାର୍ଟଫର୍ମରେ ଅନେକ ପ୍ରସାଧନ ସାମଗ୍ରୀ ଏବଂ ସୌନ୍ଦର୍ଯ୍ୟ ପ୍ରଡକ୍ଟ ବିକ୍ରି କରନ୍ତି। ଏହା ଗ୍ରାହକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ଟ୍ୱିଟର, ଫେସବୁକ୍, ଇନଷ୍ଟାଗ୍ରାମ ଭଳି ବିଭିନ୍ନ ପ୍ଲାଟଫର୍ମରେ ମଧ୍ୟ ଉଭୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବନ୍ଦ କରନ୍ତୁ ବୋଲି ଚେତାଇ ଦିଆଯାଇଛି ।

ନୋଟିରେ କୁହାଯାଇଛି କି, ଖଦି ଇଣ୍ଡିଆ ବ୍ୟତୀତ ଟ୍ରେଡମାର୍କ ‘‘ଖଦି’’ର ବ୍ୟବହାର କେବଳ ଅଥରାଇଜଡ ଲାଇସେନ୍ସପ୍ରାପ୍ତ ବ୍ୟକ୍ତି କିମ୍ବା ଫ୍ରାଞ୍ଚାଇଜଧାରୀ କରିପାରିବେ ।

KVICର ଅଧ୍ୟକ୍ଷ ବିନୟ କୁମାର ସକସେନା କହିଛନ୍ତି କି, ଖଦି ବ୍ରାଣ୍ଡର କୌଣସି ମଧ୍ୟର ଦୂରୁପଯୋଗ ଆମ କାରିଗରଙ୍କ ଜୀବିକା ଉପରେ ସିଧା ପ୍ରଭାବ ପକାଇଥାଏ । ଯେଉଁମାନେ ଭାରତର ଦୁର୍ଗମ ଅଞ୍ଚଳରେ ପ୍ରକୃତ ହସ୍ତତନ୍ତ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି, ସେମାନେ ପ୍ରଭାବିତ ହେବେ । KVIC, ବ୍ରାଣ୍ଡର ଅପବ୍ୟବହାରକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ସେ କହିଛନ୍ତି ଯେ ସାତ ଦିନ ମଧ୍ୟରେ ନିର୍ଦ୍ଦେଶ ପାଳନ ନକରିବା କମ୍ପାନୀଗୁଡିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.