ETV Bharat / business

15 ବର୍ଷରେ ସବୁଠୁ ଶସ୍ତା ହୋମ ଲୋନ, ଏବେ ଏତିକି କମ ଦେବେ ଇଏମଆଇ

author img

By

Published : May 23, 2020, 7:55 PM IST

ଶୁକ୍ରବାର ଆରବିଆଇ ରେପୋରେଟ ଦର ହ୍ରାସ ପରେ ଶସ୍ତା ହୋଇଛି ସୁଧ ଦର । 7 ପ୍ରତିଶତ ସୁଧ ସହ ଏହା 15 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ..

home loan interest rate set to dip to 15 years low
15 ବର୍ଷରେ ସବୁଠୁ ଶସ୍ତା ହୋମ ଲୋନ, ଏବେ ଏତିକି କମ ଦେବେ ଇଏମଆଇ

ନୂଆଦିଲ୍ଲୀ: ନିଜର ଘର ସ୍ବପ୍ନ ପୂରଣ ପାଇଁ ହୋମ ଲୋନ ନେବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ବଡ ଖୁସି ଖବର । ଶୁକ୍ରବାର ଆରବିଆଇ ରେପୋରେଟ ଦର ହ୍ରାସ ପରେ ଶସ୍ତା ହୋଇଛି ସୁଧ ଦର । 7 ପ୍ରତିଶତ ସୁଧ ସହ ଏହା 15 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

30 ଲକ୍ଷ ଟଙ୍କାର ହୋମ ଲୋନ ଉପରେ ବର୍ତ୍ତମାନ ଋଣ ଗ୍ରହୀତାଙ୍କ ଏସବିଆଇର ସୁଧ ଦର 7.4 ପ୍ରତିଶତରୁ ହ୍ରାସ ପାଇ 7 ପ୍ରତିଶତ ହେବ । ସେହିପରି ମହିଳା ଋଣଗ୍ରହୀତାଙ୍କ ପାଇଁ ସୁଧ ହାର 0.05 ପ୍ରତିଶତ ଆହୁରୀ କମ ହେବ

ଗତ 8 ମାସରେ 1.4 ପ୍ରତିଶତ କମିଛି ହୋମ ଲୋନ ସୁଧ

2019 ଅକ୍ଟୋବରରେ ହୋମ ଲୋନକୁ ରେପୋରେଟ ସହ ଯୋଡିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେବେଠୁ ସୁଧ ଦରରେ 1.4 ପ୍ରତିଶତ ହ୍ରାସ ହୋଇଛି । ଅକ୍ଟୋବରରେ 30 ଲକ୍ଷ ଟଙ୍କାର ହୋମ ଲୋନ ଉପରେ 22,855 ଟଙ୍କା ଇଏମଆଇ ଦେବାକୁ ପଡୁଥିଲା । ହେଲେ ଏବେ ଏହା ହ୍ରାସ ପାଇ 19,959 ଟଙ୍କା ହୋଇଛି । ଅର୍ଥାତ ସିଧା ଦେଖିବାକୁ ଗଲେ ଏଥିରେ ପ୍ରତିମାସରେ 2,896 ଟଙ୍କା ସଞ୍ଚୟ ହୋଇପାରିବ ।

ଯେଉଁ ହାଉସିଙ୍ଗ ଫାଇନାନ୍ସ ଓ ବ୍ୟାଙ୍କ ନିଜ ହୋମ ଲୋନ ଦରକୁ ରେପୋରେଟ ସହ ଲିଙ୍କ କରିନାହାନ୍ତି, ସେମାନେ ଆରବିଆଇ ଦ୍ବାରା ଘୋଷଣା ହୋଇଥିବା ଏହି ହ୍ରାସ ଫାଇଦା ନେଇପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.