ETV Bharat / business

କାଲିଠୁ 600 ଜିଲ୍ଲାରେ ଆରମ୍ଭ ହେବ PMKVY 3.0

author img

By

Published : Jan 14, 2021, 10:41 PM IST

କାଲିଠୁ 600 ଜିଲ୍ଲାରେ ଆରମ୍ଭ ହେବ PMKVY 3.0
କାଲିଠୁ 600 ଜିଲ୍ଲାରେ ଆରମ୍ଭ ହେବ PMKVY 3.0

ପିଏମକେଭିୱାଇ 3.0 ଅଧିନରେ ଯୋଜନାର 2020-21 ର ଅବଧି ମଧ୍ୟରେ 8 ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହା ପାଇଁ 948.90 କୋଟି ଟଙ୍କା ଖର୍ଚ୍ଚ ହେବ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (PMKVY 3.0)ର ତୃତୀୟ ପର୍ଯ୍ୟାୟ ଶୁକ୍ରବାର ଠାରୁ ଆରମ୍ଭ ହେବ । ସରକାର କୌଶଳ ପ୍ରଦାନ କରିବା ପାଇଁ ଏହି ପ୍ରମୁଖ ଯୋଜନାର ତୃତୀୟ ପର୍ଯ୍ୟାୟ ଦେଶର ସମସ୍ତ ରାଜ୍ୟର 600 ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ।

ପିଏମକେଭିୱାଇ 3.0 ଅଧିନରେ ଯୋଜନାର 2020-21 ର ଅବଧି ମଧ୍ୟରେ 8 ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହା ଉପରେ 948.90 କୋଟି ଟଙ୍କା ଖର୍ଚ୍ଚ ହେବ । ଗୁରୁବାରକୁ ଜାରି ଏକ ବିବୃତ୍ତିରେ କୁହାଯାଇଛି କି, କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ନେତୃତ୍ବରେ ଏହି କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ନୂଆ ପୀଢି ଓ କୋଭିଡ ସମ୍ବନ୍ଧୀତ ପ୍ରଶିକ୍ଷଣ ପ୍ରଦାନ ଉପରେ ଜୋର ଦିଆଯିବ । ଏହି ଯୋଜନାର ଆରମ୍ଭ କୌଶଳ ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ କରିବେ ।

ଏହି ବିବୃତ୍ତିରେ କୁହାଯାଇଛି ଯେ 729 ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର (ପିଏମକେକେ ), ଅଣ-ପିଏମକେକେ ତାଲିମ କେନ୍ଦ୍ର, କୌଶଳ ଭାରତ ଅଧୀନରେ 200 ରୁ ଅଧିକ ଶିଳ୍ପ ତାଲିମ ପ୍ରତିଷ୍ଠାନ ଏହି ଯୋଜନାର ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 ଜୁଲାଇ 15 ରେ କୁଶଳ ଭାରତ ମିଶନର ଆରମ୍ଭ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.