ETV Bharat / business

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା, କମିଲା କର୍ପୋରେଟ ଟ୍ୟାକ୍ସ

author img

By

Published : Sep 20, 2019, 12:11 PM IST

Updated : Sep 20, 2019, 12:52 PM IST

ପ୍ରତିକାତ୍ମକ ଫଟୋ

କମିଲା କର୍ପୋରେଟ ଟ୍ୟାକ୍ସ । ଶୁକ୍ରବାର ଗୋଆରେ ଅନୁଷ୍ଠିତ 37ତମ ଜିଏସଟି କାଉନସିଲ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ପ୍ରେସ କନଫ୍ରେନ୍ସରେ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ: କମ୍ପାନୀ ଓ କାରବାରୀଙ୍କୁ ଆଶ୍ବସ୍ତି । କମିଲା କର୍ପୋରେଟ ଟ୍ୟାକ୍ସ । ଏ ନେଇ ପାସ ହୋଇଗଲାଣି ଅଧ୍ୟାଦେଶ । ଶୁକ୍ରବାର ଗୋଆରେ ଅନୁଷ୍ଠିତ 37ତମ ଜିଏସଟି କାଉନସିଲ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ପ୍ରେସ କନଫ୍ରେନ୍ସରେ ଘୋଷଣା କରିଛନ୍ତି । ଏପ୍ରିଲ ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ।


ଦେଶର ଧୀମା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ଅର୍ଥମନ୍ତ୍ରୀ ଅଣ୍ଟା ଭିଡିସାରିଛନ୍ତି । ଗୋଟିଏ ପରେ ଗୋଟିଏ ପାୱାରବୁଷ୍ଟର ଦେବାରେ ଲାଗିପଡିଛନ୍ତି । ତେବେ ଜିଏସଟି ପରିଷଦ ବୈଠକ ପୂର୍ବରୁ ନିର୍ମଳା ବହୁ ନୂଆ ଘୋଷଣା କରିଛନ୍ତି ।

ପ୍ରେସ ମିଟରେ ପ୍ରମୁଖ ଘୋଷଣା

  • କର୍ପୋରେଟ ଇଣ୍ଡିଆ ପାଇଁ 1.5 ଲକ୍ଷର ଆର୍ଥିକ ପ୍ୟାକେଜ
  • ନିବେଶ କରୁଥିବା କମ୍ପାନୀଙ୍କ ଉପରେ 15 ପ୍ରତିଶତ ଟିକସ ଲାଗୁ
  • ଟିକସ ମୁକ୍ତ ହେବ ମ୍ୟାନୁଫେକ୍ଟରିଙ୍ଗ କମ୍ପାନୀ
  • ବିନା ରିହାତିରେ ଆୟକର ଟିକସ 22 ପ୍ରତିଶତ ରହିବ
  • ଇକ୍ୟୁଟି କ୍ୟାପିଟାଲ ଗେନ୍ସରେ ଉପରେ ସରଚାର୍ଜ ହଟାଯିବ
  • ମେକ ଇନ-ଇଣ୍ଡିଆରେ ନିବେଶ ପାଇଁ ପ୍ରୟାସ
  • ସେସ ଓ ସରଚାର୍ଜ ସହ 25.17 ପ୍ରତିଶତ ଟିକସ ରହିବ
  • STT ଦେଉଥିବା ନିବେଶକଙ୍କ ଉପରେ ସରଚାର୍ଜ ଲାଗିବ ନାହିଁ
  • ଜୁଲାଇ 5 ପୂର୍ବରୁ ବାୟବେକ ଉପରେ 20 ପ୍ରତିଶତ ଟିକସ ଲାଗିବ ନାହିଁ
Intro:Body:

SG


Conclusion:
Last Updated :Sep 20, 2019, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.