ETV Bharat / business

ଆରବିଆଇ ଘୋଷଣା ପରେ ଚମକିଲା ବଜାର, ସେନସେକ୍ସ 424 ବୃଦ୍ଧି

author img

By

Published : May 5, 2021, 9:12 PM IST

ଆରବିଆଇ ଘୋଷଣା ପରେ ଚମକିଲା ବଜାର,  ସେନସେକ୍ସ  424 ବୃଦ୍ଧି
ଆରବିଆଇ ଘୋଷଣା ପରେ ଚମକିଲା ବଜାର, ସେନସେକ୍ସ 424 ବୃଦ୍ଧି

କୋରୋନା କବଳରୁ ଅର୍ଥନୀତିକୁ ମୁକୁଳାଇବା ପାଇଁ ଆରବିଆଇ କରିଥିବା ଘୋଷଣାରେ ଉତ୍ସାହିତ ନିବେଶକ । କୋଭିଡ-19 ଚ୍ୟାଲେଞ୍ଜ ସାମ୍ନା କରୁଥିବା ଅର୍ଥବ୍ୟବସ୍ଥାକୁ ସମର୍ଥନ ଦେବା ପାଇଁ ଆରବିଆଇ ଆଣିଥିବା ଉପାୟ ଦ୍ବାରା ବୃଦ୍ଧି ହୋଇଛି ଆର୍ଥିକ କମ୍ପାନୀ ସେୟାର । ଏଥିସହ ମଜବୁତ ହୋଇଛି ପୁଞ୍ଜି ବଜାର । ଅଧିକ ପଢନ୍ତୁ..

ମୁମ୍ବାଇ: ଲଗାତାର 3 ଦିନର କ୍ଷତିରେ ବୁଧବାର ଲାଗିଲା ବ୍ରେକ । କୋରୋନା କବଳରୁ ଅର୍ଥନୀତିକୁ ମୁକୁଳାଇବା ପାଇଁ ଆରବିଆଇ କରିଥିବା ଘୋଷଣାରେ ଉତ୍ସାହିତ ନିବେଶକ । କୋଭିଡ-19 ଚ୍ୟାଲେଞ୍ଜ ସାମ୍ନା କରୁଥିବା ଅର୍ଥବ୍ୟବସ୍ଥାକୁ ସମର୍ଥନ ଦେବା ପାଇଁ ଆରବିଆଇ ଆଣିଥିବା ଉପାୟ ଦ୍ବାରା ବୃଦ୍ଧି ହୋଇଛି ଆର୍ଥିକ କମ୍ପାନୀ ସେୟାର । ଏଥିସହ ମଜବୁତ ହୋଇଛି ପୁଞ୍ଜି ବଜାର ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 424.04 ପଏଣ୍ଟ ଉଛୁଳି 48,677.55 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 121.35 ପଏଣ୍ଟ ବୃଦ୍ଧି ସହ 14,617.85ରେ ପହଞ୍ଚିଛି ।

ସେନସେକ୍ସ ସେୟାରରେ ପ୍ରାୟ 6 ପ୍ରତିଶତ ବୃଦ୍ଧି ସହ ସର୍ବାଧିକ ଲାଭରେ ସନଫାର୍ମା ରହିଛି । ଏହା ବ୍ୟତୀତ କୋଟାକ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଡ ରେଡ୍ଡୀଜ, ଟାଇଟନ ଓ ଟିସିଏସରେ ବି ବୃଦ୍ଧି ଦେଖାଦେଇଛି । ଅନ୍ୟପଟେ ବଜାଜ ଫାଇନାନ୍ସ, ଏସିଆନ ପେଣ୍ଟସ ଓ ଏଚୟୁଏଲ ତଳମୁହାଁ ରହିଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 1.34 ପ୍ରତିଶତ ବଢି ବ୍ୟାରେଲ ପ୍ରତି 69.80 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.